ପରିବେଶ ସୁରକ୍ଷାର ବାର୍ତ୍ତା  ନେଇ ନଭେମ୍ବରରେ ପରଦାକୁ  ଆସିବ 'ଅକ୍ସିଜେନ'
by Argus News
Mon, Sep 30 | 7:08 p.m.

ଭୁବନେଶ୍ୱର: ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ନଭେମ୍ବରରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚିତ୍ର ଅକ୍ସିଜେନ। `ବୃକ୍ଷ ହିଁ ଜୀବନ, ଗଛ ବଞ୍ଚିଲେ ମଣିଷ ସମାଜ ବଞ୍ଚିବ' । ଏହି ନିଆରା ବାର୍ତ୍ତା ସହ ପ୍ରସ୍ତୁତ ହୋଇଛି ଅକ୍ସିଜେନ। ଏଥିରେ ସୁନ୍ଦର ଏକ ପ୍ରେମ କାହାଣୀ ମଧ୍ୟ ଦେଖିବାକୁ ମିଳିବ। ଭୁବନେଶ୍ବରର ଵୁଲନଭାଇ ସେବା ସଦ ରେ ଏହାର ଟ୍ରେଲର, ପୋଷ୍ଟର ଓ ମ୍ୟୁଜିକ ରିଲିଜ ହୋଇଯାଇଛି ।

ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସମ୍ବିତ, ତମନ୍ନା ଏବଂ ବବି ମିଶ୍ର ।  କଳାକାର ମାନଙ୍କର ଦମଦାର ଅଭିନୟ ସାଙ୍ଗକୁ, ଫିଲ୍ମର ଗୀତସବୁ ବହୁତ ମଧୁର ଏବଂ ଉଚ୍ଚକୋଟୀର ହୋଇଛି । ସବୁଗୀତ  ଓଡିଆ ଲୋକଙ୍କ ହୃଦୟକୁ ଛୁଇଁବ ବୋଲି ପ୍ରଯୋଜକ ପ୍ରସାଦ ପଣ୍ଡା ଆଶା ରଖିଛନ୍ତି । କାହାଣୀ ଏବଂ ସଂଳାପ  ରଶ୍ମି ରଞ୍ଜନ ପଣ୍ଡା ଲେଖିଥିବା ବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି  ଅଭିଜିତ ମଜୁମଦାର । ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି ପିନୁ ନାୟକ। 
ଅଧିକ ପଢନ୍ତୁ ମନୋରଞ୍ଜନ ଖବର 

ସତ୍ୟପାଠ
ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ଆସନ୍ତାକାଲିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। 21 ଦିନ ଯାଏଁ ଗ୍ରହଣ ହେ
ସୁପ୍ରିମକୋର୍ଟ
ପୀଡ଼ିତାଙ୍କ ଫଟୋ ଭାଇରାଲ ନେଇ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଲକାତା ଆରଜି କର ହସପିଟାଲ ମାମଲା । ପୀଡ଼ିତାଙ୍କ ପରିଚୟ ଓ ଫଟୋ ଗଣମାଧ୍ୟମରେ ଘୁରି ବୁଲୁଥିବାରୁ ପୁଣିଥରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସୋସିଆଲ ମିଡିଆ ସହ ଅନ୍ୟ ସମସ୍
ବସ୍
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ