ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା
by Argus News
Sat, Jul 06 | 8:10 p.m.

ପୁରୀ: ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ । ରାତି ପାହିଲେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଆଜ୍ଞାମାଳ ଆସିବା ପରେ ତିନି ରଥ ଦକ୍ଷିଣ ମୋଡ଼ ନେଇଛି । ଏଥର ରଥଯାତ୍ରା ଦୁଇଦିନ ବିଶିଷ୍ଟ ହୋଇଥିବାରୁ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଥମ ଦିନ ନେତ୍ରୋତ୍ସବ, ନବଯୌନ ନୀତି ରହିଥିବାରୁ ଅପରାହ୍ନରେ ହେବ ରଥଟଣା । ସେପଟେ ଏଥର ରଥଯାତ୍ରାରେ ସାମିଲେ ହେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାଲି ପୁରୀ ଯାଉଥିବାରୁ ଏଥିପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥର ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କ ପାଖରେ ହେବେ ନତମସ୍ତକ । ବଡ଼ଦାଣ୍ଡରେ ରାଜା ହେବେ ଝାଡ଼ୁଦାର ଆଉ ଖୋଦ୍ ବିଶ୍ବନିୟନ୍ତା ପତିତ ଜନଙ୍କ ସହ ଏକାକାର ହେବା ପାଇଁ ରତ୍ନମଣ୍ଡପ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ । ଓଡ଼ିଆ ଅସ୍ମିତା, ସ୍ବାଭିମାନ ଓ ପରିଚୟର ଦୃଶ୍ୟ ଦେଖିବ ସାରା ବିଶ୍ବ । ସହଜରେ ଏଥର ରଥଯାତ୍ରାତ ଦୁଇ ଦିନ ।

ଆସନ୍ତାକାଲି ନବଯୌବନ ଓ ନେତ୍ରୋତ୍ସବ ସହ ଅପରାହ୍ନରେ କିଛି ବାଟ ଟଣା ହେବ ରଥ । ସେଥିପାଇଁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ । ସେପଟେ ରଥଯାତ୍ରା ରଥ, ପଥ ସବୁ ପ୍ରସ୍ତୁତ । ଆଜ୍ଞାମାଳ ବିଜେ ପରେ ସିଂହଦ୍ବାର ସାମ୍ନାରେ ଲାଗିଛି ତିନି ରଥ । ଆସନ୍ତାକାଲି ପୁରୀ ଯାଇ ରଥଟଣା ଦେଖିବେ ରାଷ୍ଟ୍ରପତି । ଓଡ଼ିଆଙ୍କ ପରିଚୟ ଜଗନ୍ନାଥଙ୍କ ପାଖରେ ପ୍ରଣତି ବାଢ଼ିବେ । ସେଥିପାଇଁ ରଥରେ ପ୍ରବଳ ଭିଡ଼ ଓ ମହାମହିମଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଚଳିତ ଥର ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ଭିଡ଼ ନିୟନ୍ତ୍ରଣ ଉପରେ ରହିବ କଡ଼ା ନଜର । ୧୮ ଟି ପାର୍କିଂ ସ୍ଥଳକୁ ଚିହ୍ନଟ କରାଯାଇଛି । ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଫଙ୍କସନ ସହ ବେଳାଭୂମି ସୁରକ୍ଷା ଉପରେ ମଧ୍ୟ ରହିବ ନଜର । ୧୮୦ ପ୍ଲାଟୁନ ପୋଲିସ୍ ଫୋର୍ସ , ୨ ପ୍ଲାଟୁନ ଓଏସଏଏଫ୍ ଓ ୫ ପ୍ଲାଟୁନ ଆରଏଏଫଙ୍କ  ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର । ସେଇଭଳି ବେଳାଭୂମିରେ ମୁତୟନ ହେବ ଅତିରିକ୍ତ ୪୦୦ ଲାଇଫ ଗାର୍ଡ ।  ଆସନ୍ତାକାଲି ରଥଯାତ୍ରା । ସିଂହଦ୍ବାରରେ ଦଣ୍ଡାୟମାନ ତିନି ରଥ ଏବେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷାରତ । 

ଅଧିକ ପଢନ୍ତୁ ଓଡ଼ିଶା ଖ୍‌ବର 

ଗ୍ୟାସ୍‌ ଲିକ୍
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ