ଓଡ଼ିଶାରୁ ଯୋଗଦେଲେ ଗଜପତି ଓ ପ୍ରବାସୀ ଓଡ଼ିଆ ଡ. ଅରୁଣ କୁମାର ପ୍ରହରାଜ
by Argus News
Sun, Feb 18 | 8:38 a.m.

ଅର୍ଗସ ବ୍ୟୁରୋ: ଅକ୍ଷର ପୁରୁଷୋତ୍ତମ ସ୍ୱାମୀ ନାରାୟଣ ମନ୍ଦିର ଆବୁଧାବି ଠାରେ ଲୋକାର୍ପଣ ହୋଇଯାଇଛି । ଏହି ଲୋକାର୍ପଣ ସମାରୋହକୁ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ । ଜଗନ୍ନାଥ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏବଂ ବିଶ୍ବ ଓଡ଼ିଶାର ଅନ୍ତର୍ଜାତିକ ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠା ସମାରୋହରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୂଜ୍ୟ ସାଧୁ ବ୍ରହ୍ମହରିଦାସ ସାମୀଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆବୁଧାବି ଠାରେ ପ୍ରତିଷ୍ଠିତ ଏହି ମନ୍ଦିରରେ ମହାପ୍ରଭୁ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେଉଛନ୍ତି, ଯାହାକି ସମଗ୍ର ବିଶ୍ୱରେ ଏକମାତ୍ର ଓ ବିରଳ ଉପଲବ୍ଧି । ବେଦଙ୍କର ବର୍ଣ୍ଣନା ଅନୁସାରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି।

ଅକ୍ଷର ପୁରୁଷୋତ୍ତମ ସ୍ୱାମୀ ନାରୟଣ ମନ୍ଦିର ସମଗ୍ର ବିଶ୍ୱରେ ୧୫୦୦ରୁ ଅଧିକ ପ୍ରତିଷ୍ଠା ହୋଇ ସନାତନୀ ଆସ୍ଥା ଓ ବିଶ୍ୱାସର ପ୍ରଚାର ପ୍ରସାର କରିଥାଏ। ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପୂଜ୍ୟ ଗଜପତି ଓ ଡ. ପ୍ରହରାଜଙ୍କୁ ସାକ୍ଷାତ କରି ଏହି ଉଦ୍ୟମ ପାଇଁ ପ୍ରଶଂସା ଓ ଅଭିନନ୍ଦନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗଜପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚତୁର୍ଦ୍ଧା ବିଗ୍ରହଙ୍କର ନିର୍ମାଣ ପୁରୀଠାରେ ହୋଇଥିଲା। ଏହି ମନ୍ଦିରର ନିର୍ମାଣ ୭ଶିଖର ବିଶିଷ୍ଟ ହୋଇଥିବାବେଳେ ଏଥିରେ ୭ ଦେବ ଦେବୀ ଯଥା ଶିବ ପାର୍ବତୀ, ରାଧାକୃଷ୍ଣ, ପୁରୁଷୋତ୍ତମ ସ୍ୱାମୀ ନାରାୟଣ, ତିରୁପତି ବାଲାଜୀ, ଆୟପ୍ପା ସ୍ୱାମୀ, ଶ୍ରୀରାମ ପରିବାର ଆଦି ଅବସ୍ଥାପିତ ହୋଇଛନ୍ତି ।ଏହି ଭବ୍ୟ ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀ ଦେଖି ସ୍ୱୟଂ ଇନ୍ଦ୍ରଦେବତା ବି ଈର୍ଷା କରିବେ ଏବଂ ଏହିପରି ଏକ ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହୋଇଥିବାରୁ ଏହା ତାଙ୍କର ଏକ ପରମ ଆନନ୍ଦର ଉପଲବ୍ଧି ବୋଲି ଡ. ପ୍ରହରାଜ କହିଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର:
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ