ସ୍ବାମୀର ମୃତ୍ୟୁ ଖବର ଶୁଣିବା ପରେ ସ୍ତ୍ରୀର ମୃତ୍ୟୁ
by Argus News
Sat, Apr 06 | 4:30 p.m.

ଅର୍ଗସ ବ୍ୟୁରୋ : ମୃତ୍ୟୁ କଣ ଏମିତି ଆସେ, ସ୍ବାମୀର ମୃତ୍ୟୁ ଖବର ଶୁଣିବା ପରେ ସ୍ତ୍ରୀର ମୃତ୍ୟୁ । ଏଭଳି ଏକ ଦୁଃଖଦାୟକ ଘଟଣା ଘଟିଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ପୁରୁଣାବସନ୍ତ ପଞ୍ଚାୟତ ପୁରୁଣାବସନ୍ତ ଗ୍ରାମରେ । ଆଜି ପୁରୁଣାବସନ୍ତ ଗ୍ରାମର ଦ୍ଵାରିକାନାଥ ଦାସଙ୍କୁ ଆଜି ସକାଳେ ହୃଦଘାତ ହୋଇଥିଲା । 

ତାଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା କିନ୍ତୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । ମାତ୍ର କଟକରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଭାଗ୍ୟର ବିଷୟ ସ୍ୱାମୀଙ୍କର ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଶାନ୍ତିଲତା ଦାସ ସହ୍ୟ କରି ପାରିନଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ତାଙ୍କର ମଧ୍ୟ ଘରେ ଥିବା ଅବସ୍ଥାରେ ହୃଦଘାତ ହୋଇଥିଲା ଓ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ମଧ୍ୟ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ସ୍ବାମୀ ସ୍ତ୍ରୀଙ୍କର ଶବକୁ ପୁରୁଣାବସନ୍ତ ଗ୍ରାମକୁ ନିଆଯାଇ ଉଭୟଙ୍କର ଅନ୍ତିମ ସତ୍କାର ପାଇଁ ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି । ଏଭଳି ଦୁଖଃଦାୟକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି ।

HEALTH
36m ago
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍
ଖଲ୍ଲିକୋଟ
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ
ନୋଟ୍ ବଣ୍ଟା
ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି