ରାଜ୍ୟସଭାରେ ଧର୍ମେନ୍ଦ୍ରଙ୍କୁ ଭୂରି ଭୂରି ପ୍ରଶଂସା
by Argus News
Thu, Dec 07 | 3:07 p.m.

ଅର୍ଗସ ବ୍ୟୁରୋ: ସବୁଠି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା । ବିକାଶର ସାରଥୀ ସାଜିଛନ୍ତି ଧର୍ମେନ୍ଦ୍ର । ତାଙ୍କର ପ୍ରଭାବଶାଳୀ ଉତ୍ତରକୁ ନେଇ ସଂସଦ ଭିତରେ ହେଉ କି ସଂସଦ ବାହାରେ ତାଙ୍କୁ ନେଇ ଖୁବ ଚର୍ଚ୍ଚା ହୁଏ । 

ଓଡିଶା ଲାଗି ହେଉ କି ଶିକ୍ଷା କ୍ଷେତ୍ରରେ ଉନ୍ନତିର କଥା ହେଉ...ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ସବୁଥିରେ ନିଜର ଉତ୍କୃଷ୍ଟତା ପ୍ରଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଇଥି ଲାଗି ତ ଧର୍ମେନ୍ଦ୍ରଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶଂସାରେ ପୋତି ପକାଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ । ସାଂସଦ ରାଜୀବ ଶୁକ୍ଲାଙ୍କ ଏକ ପ୍ରଶ୍ନର ଉତ୍ତରରେ ନିଜର ମତ ରଖି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଥିଲେ ଯେ ନୀତିନ ଗଡ଼କରୀଙ୍କ ପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟ ବି ପ୍ରଶଂସନୀୟ ।

ରାଜୀବ ଶୁକ୍ଳା ଅଧ୍ୟକ୍ଷଙ୍କୁ କହିଥିଲେ , ଅନେକ ନେତା-ମନ୍ତ୍ରୀ ଗୃହକୁ  ପ୍ରସ୍ତୁତ ହୋଇ ଆସୁଛନ୍ତି । ଆଉ କିଏ ଅଳ୍ପ ପ୍ରସ୍ତୁତ ହୋଇ ଆସୁଛନ୍ତି । ହେଲେ ନୀତିନ ଗଡକରୀ ଏତେ ଭଲ ଭାବରେ ପ୍ରସ୍ତୁତ ହୋଇ ଆସୁଛନ୍ତି ଯେ ଉତ୍ତର ଦେଲେ ଅଧା ସମୟ ପଳାଉଛି ।

ବାସ୍ ଏହାପରେ ଏହି କଥାରେ ହସ୍ତକ୍ଷେପ କରି ଧନକଡ କହିଥିଲେ ଯେ ଖାଲି ନୀତିନ ଗଡକରୀ ନୁହନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭଲ ଭାବରେ ପ୍ରସ୍ତୁତ ହୋଇ ଗୃହକୁ ଆସନ୍ତି । ଏହାସହ ତାଙ୍କ କାର୍ଯ୍ୟଶୈଳୀ ଦକ୍ଷତା ଖୁବ ଉଚ୍ଚକୋଟିର ।   ପ୍ରସ୍ତୁତି ହୋଇ ଉତ୍ତର ଦେବାରେ ଧର୍ମେନ୍ଦ୍ର କୌଣସି ଗୁଣରେ କମ୍ ନୁହନ୍ତି । ତାଙ୍କ ଉତ୍ତର ଦେବା ଶୈଳୀ ଉଚ୍ଚକୋଟିର । ସେ ପ୍ରଶଂସାର ପାତ୍ର ବୋଲି କହିଥିଲେ ଧନକଡ । 

କଥା ଏତିକିରେ ସରିନଥିଲା । କଂଗ୍ରେସ ସାସଂଦ ପ୍ରମୋଦ ତିୱାରୀ ଛିଡା ହୋଇ କହିଥିଲେ ବିରୋଧୀ ତ ଗୃହକୁ ଆସୁଛନ୍ତି, କିନ୍ତୁ ଉତ୍ତର ଦେବାକୁ ଅନେକ ସମୟରେ ବିଭାଗୀୟ ମନ୍ତ୍ରୀ ଆସୁନାହାନ୍ତି । ସେମାନଙ୍କ ବଦଳରେ ଅନ୍ୟମନ୍ତ୍ରୀ କାମ ତୁଲାଉଛନ୍ତି । ମନ୍ତ୍ରୀଙ୍କୁ ତାଗିଦ୍ କରାଯାଉ । ଏଥିରେ ମଧ୍ୟ ହସ୍ତକ୍ଷେପ କରି ଧନକଡ କହିଥିଲେ, ଧର୍ମେନ୍ଦ୍ରଙ୍କ ଭଳି ବରିଷ୍ଠ ଓ ଅଭିଜ୍ଞ ମନ୍ତ୍ରୀ ଯେତେବେଳେ କୌଣସି ମନ୍ତ୍ରୀଙ୍କ ବଦଳରେ ଉତ୍ତର ଦେଉଛନ୍ତି ତାହା ସୌଭାଗ୍ୟର କଥା । କାରଣ ସେ ସେତିକ ପାରିବାରବାଲା । ସେଥିପାଇଁ ସରକାର ତାଙ୍କୁ ଅନୁପସ୍ଥିତ ମନ୍ତ୍ରୀଙ୍କ ବଦଳରେ ଉତ୍ତର ଦେବାକୁ ସକ୍ଷମ ଭାବୁଛନ୍ତି । ତେବେ ଅଧ୍ୟକ୍ଷଙ୍କର ଏହି କଥାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
 

ଆହୁରି ପଢନ୍ତୁ ଭାରତ ଖବର...

ମାଓ ପ୍ରବଣ ଅଞ୍ଚଳରେ
35m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ