ମା'କୁ ମାରି ଗୋବର ପାଣିରେ ଘର ଧୋଇଥିଲେ ଜହ୍ଲାଦ ପୁଅ
by Argus News
Sun, Sep 15 | 7:34 p.m.

ଅର୍ଗସ ବ୍ୟୁରୋ: କଟକ ମହାନଦୀ ବିହାର ବୃଦ୍ଧା ଅନିମା ମହାନ୍ତି ହତ୍ୟା ମାମଲାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ। ପ୍ରତିଶୋଧ ପରାୟଣ ହୋଇ ମାକୁ ହତ୍ୟା କରିଛନ୍ତି ଦୁଇ ପୁଅ l ଦୁଇ ପୁଅ କୌଣସି କାର୍ଯ୍ୟ କରୁନଥିଲେ l କିଛି ଦିନ ହେବ ଘରର ଆସବାବ ପତ୍ରକୁ ବିକ୍ରି କରୁଥିଲେ। ଯାହାକୁ ବିରୋଧ କରୁଥିଲେ ମା ଅନିମା ମହାନ୍ତି। ଏଇ ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ମାଙ୍କୁ ହତ୍ୟା କରିଛନ୍ତି ଦୁଇ ପୁଅ ଅଂଶୁମାନ ଓ ଅନୁରାଗ l ମୃତ୍ୟୁ ପରେ ଗୋବର ପାଣିରେ ଘର ଧୋଇଥିଲେ ଦୁଇ ଭାଇ l ବଡ଼ ପୁଅ ଅନୁରାଗକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସାନ ପୁଅ ବର୍ତମାନ ଫେରାର ରହିଛି l ଏନେଇ ଚାଉଳିଆଗଞ୍ଜ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ବାଳ ସୂଚନା ଦେଇଛନ୍ତି ।

ଏ ହେଉଛି ମହାନଦୀ ବିହାରର ପ୍ଲଟ ନମ୍ବର 714 l 5 ବର୍ଷ ପୂର୍ବେ ଅନିମାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେହି ଘରେ ବଡପୁଅ ଅନୁରାଗ ଓ ସାନପୁଅ ଅଂଶୁମାନଙ୍କ ସହିତ ମା ଅନିମା ମହାନ୍ତି ରହୁଥିଲେ । ତେବେ ଘଟଣାର ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିଥିବା ବେଳେ ସାଇଣ୍ଟିଫିକ ଟିମ ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

5 ବର୍ଷ ତଳେ ଅନିମା ଦେବୀଙ୍କ ସ୍ବାମୀ ଓ ଏହାର କିଛି ଦିନ ପୂର୍ବରୁ ତାଙ୍କ ବଡ଼ ଝିଅଙ୍କ ମୃତ୍ୟୁ ହୋଇଥିଲା ।  ଦୁଇ ପୁଅ ସହିତ ସେ ରହୁଥିଲେ, ତେବେ ଦୁଇ ପୁଅ ଅବିବାହିତ ଥିଲେ l  ଉଭୟଙ୍କ ବୟସ ପାଖାପାଖି 50 ବର୍ଷ ବୋଲି ଜଣାପଡିଛି । ଏକ ସପ୍ତାହ ପୂର୍ବେ ନଖରା ଅଂଚଳରେ ଉଲଗ୍ନ ହୋଇ ବୁଲୁଥିବାର ପୁଲିସକୁ ଖବର ଦେଇଥିଲେ ଲୋକେ l ପୁଲିସ ତାଙ୍କୁ ଆଣି ଘରେ ଛାଡିଥିଲା l ପୋଲିସର ସୂଚନା ଅନୁଯାୟୀ ଘଟଣାର ପୂର୍ବ ଦିନ ମଧ୍ୟ ଦୁଇ ପୁଅ ମାଙ୍କୁ ନେଇ ଅଟୋରେ କେଉଁଆଡେ ଯାଇଥିଲେ । ସମସ୍ତ ଆସାବାବପତ୍ର କବାଡିଆକୁ ଡାକି ଦେଇ ଦେଇଥିଲେ ଏହାସହ ଅନେକ ଆସବାବପତ୍ର ସହ ଘରର ଜିନିଷ ବାହାରେ ମଧ୍ୟ ପଡିଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବାଲେଶ୍ବର ବନ୍ୟା
18m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
49m ago
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
54m ago
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ