ଏଣିକି ଜେଲ୍ ପୁଣି ମୋଟା ଅଙ୍କର ଜରିମାନା
by Argus News
Sat, Jun 22 | 8:07 p.m.

ଭୁବନେଶ୍ୱର: ସାବଧାନ ! ଏବେ ପେପର୍ ଲିକ୍ କଲେ ଆଉ ନିସ୍ତାର ନାହିଁ । ବାରମ୍ବାର ଦେଶରେ କିଛି ସ୍ବାର୍ଥୀ, କୁଚକ୍ରୀ, ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଅମଣିଷଙ୍କୁ ସାବାଡ୍ କରିବା ପାଇଁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ଆଣ୍ଟି ପେପର୍ ଲିକ୍ ଆଇନ୍ । ଏହି ଆଇନ୍ କାର୍ଯ୍ୟକାରୀ ହେବା ପରେ ତିନି ବର୍ଷରୁ ଦଶ ବର୍ଷ ଯାଏଁ ଦଣ୍ଡବିଧାନ ଓ ପେପର୍ ଲିକରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ଠାରୁ ଦଶ ଲକ୍ଷରୁ ଏକ କୋଟି ପର୍ଯ୍ୟନ୍ତ ଜରିମାନା ଆଦାୟର ବ୍ୟବସ୍ଥା କରାଯାଇଛି । ସେପଟେ ଏହାକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀ ।  ଦେଶର ଗୁରୁତ୍ବପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଲାଗୁ ହୋଇଛି ଆଣ୍ଟି ପେପର୍ ଲିକ୍ ଆଇନ୍ । ଏବେ ପେପର୍ ଲିକ୍ କଲେ କ୍ଷମା ମିଳିବାର ପ୍ରଶ୍ନ ନାହିଁ ।ଫେବୃଆରୀ ମାସରୁ ସଂସଦରେ ପାରିତ ହୋଇ ସର୍ବସାଧାରଣ ଅଧିନିୟମ ୨୦୨୪  ଆଇନରେ ପରିଣତ ହୋଇସାରିଥିବା ବେଳେ ଶୁକ୍ରବାର ମଧ୍ୟରାତ୍ରରୁ ଏହାକୁ ଦେଶରେ ଲାଗୁ କରାଯାଇଛି ।

ଏହି ଆଇନ ଅନୁସାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ପ୍ରଥମେ ଜାମିନବିହୀନ ଗିରଫ ପରୱାନା ଜାରି ସହ ୩ରୁ ୧୦ ବର୍ଷ ଯାଏଁ ଜେଲ୍ ଦଣ୍ଡାଦେଶ ଏବଂ ୧୦ ଲକ୍ଷରୁ ୧ କୋଟି ଯାଏ ଜରିମାନାର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ବା ଆନସର୍ ସିଟ୍ ଲିକ୍ କରିବା,  ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ସାହାଯ୍ୟ କରିବା, କମ୍ପ୍ୟୁଟର ନେଟୱର୍କରେ ଗଡ଼ବଡ଼ କରିବା, ଡୁପ୍ଲିକେଟ ପରୀକ୍ଷାର୍ଥୀଙ୍କ ଦ୍ବାରା ଉତ୍ତର ଲେଖାଉଥିବା ବ୍ୟକ୍ତିଙ୍କ ଉପରେ ସିଧାସିଧା ଏହି ଆଇନ ଅନୁସାରେ  ଆକ୍ସନ ହେବ । ଖୋଦ୍ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରେସମିଟରେ ଏହି ଆଇନ ସମ୍ପର୍କରେ ଉଲ୍ଲେଖ କରିସାରିଛନ୍ତି । ୟୁପିଏସସି, ଏସଏସସି, ରେଳବାଇ, ବ୍ୟାଙ୍କିଙ୍ଗ ସମେତ ଜାତୀୟ ପରୀକ୍ଷା ଏଜେନ୍ସି ବା NTA ଦ୍ବାରା ପରିଚାଳିତ ହେଉଥିବା ସମସ୍ତ କମ୍ପ୍ୟୁଟ ଭିତ୍ତିକ ପରୀକ୍ଷା ଏହି ଆଇନରେ ଅନ୍ତର୍ଭୁକ୍ତ ହେବ । ସେପଟେ ଏହି ଆଇନ ଲାଗୁ ହେବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷାବିତମାନେ ଏହାକୁ ସ୍ବାଗତ କରିଛନ୍ତି । ଲକ୍ଷଲକ୍ଷ ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ମାଫିଆଙ୍କୁ ସାବାଡ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସେମାନେ ପ୍ରଶଂସା କରିଛନ୍ତି । ସାରା ଦେଶ ଆଗରେ ଏବେ ପେପର୍ ଲିକ୍ ଏକ ପ୍ରମୁଖ ସମସ୍ୟା ଭାବେ ଛିଡ଼ା ହୋଇଛି । ତେଣୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମୋଦି ସରକାରର ଏହି ପଦକ୍ଷେପ ପେପର୍ ଲିକ୍ ଉପରେ ଲଗାମ କଷିବା ସହ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ରଖିବାରେ ସହାୟକ ହେବ ବୋଲି ଚାରିଆଡ଼େ ଚର୍ଚ୍ଚା ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

MAN KI BAAT
ମା'ଙ୍କ ପାଇଁ ଗଛ ଲଗାଇବାକୁ ଆହ୍ବାନ ଦେଲେ ମୋଦି
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 111 ତମ ମନ୍ କୀ ବାତ୍ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ସାଧାର
ସଡକ ଦୁର୍ଘଟଣା
ଟ୍ରାଫିକ ପୋଲିସଙ୍କୁ ପିଟି ଦେଇ ପଳେଇଲା...
ଭୁବନେଶ୍ୱର: ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ଟ୍ରାଫିକ କର୍ମଚାରୀ । ଡ୍ୟୁଟି ସାରି ଫେରୁଥିବା ବେଳେ ଘଟିଛ
ପ୍ରଦୀପ ଜେନା
ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ କଲେ ପ୍ରଦୀପ ଜେନା
ଭୁବନେଶ୍ୱର: ଆଜି ଅବସର ନେଉଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ତେବେ ଅବସର ନେବା ପୂର୍ବରୁ ଭାବ ବିହ୍ବଳ ଟୁଇଟ ଆଗାମୀ ଦିନ ପାଇଁ ସେ ଲୋକଙ୍କ ଆଶିର୍ବାଦ କାମନା କରୁଛନ୍ତ