ଫଟା ଜିନ୍ସ ପିନ୍ଧିଲେ ଜେଲ ଦଣ୍ଡ
by Argus News
Sun, Sep 29 | 8:46 p.m.

ଅର୍ଗସ ବ୍ୟୁରୋ:  ଷ୍ଟାଇଲ କିଏ ବି ନକରୁଛି। ଯୁବପିଢ଼ୀ ଫ୍ୟାସନକୁ ନେଇ ସବୁବେଳେ ଚିନ୍ତିତ। ମଡେଲର ଯେଉଁ ଡ୍ରେସ ପିନ୍ଧୁଛନ୍ତି ଆମେ ବି ସେମିତି ଡ୍ରେସ ପିନ୍ଧିବୁ। ତେବେ ବର୍ତ୍ତମାନ ସମୟରେ ଯୁବପିଢୀଙ୍କ ଷ୍ଟାଇଲ ଏବଂ ଫ୍ୟାସନ୍ ଖୁବ ବଦଳି ଯାଇଛି । ସବୁଠୁ ବେଶୀ ଲୋକପ୍ରିୟ ହୋଇଛି Ripped Jeans ବା ଚିରା-ଫଟା ପ୍ୟାଣ୍ଟ । କିନ୍ତୁ ଏଭଳି ଜିନ୍ସ ପିନ୍ଧିବା ଉପରେ ଏବେ ବ୍ୟାନ୍ ଆଦେଶ ଜାରି ହୋଇଛି । ତେବେ ଏଭଳି ନିଷ୍ପତ୍ତି ଭାରତରେ ନୁହେଁ, ଉତ୍ତର କୋରିଆରେ ଲାଗୁ ହୋଇଛି । ଉତ୍ତର କୋରିଆ ନେତା କିମ୍-ଜୋଙ୍ଗ-ଉନ୍ ସରକାର ସାରା ଦେଶରେ ଏହି Ripped Jeans(ଚିରା-ଫଟା ପ୍ୟାଣ୍ଟ) ଉପରେ ରୋକ ଲଗାଇଛନ୍ତି । ଫଟା ଜିନ୍ସକୁ ‘ୱେଷ୍ଟର୍ଣ୍ଣ ଇନଫ୍ଲୁଏନ୍ସ’ର ପ୍ରତୀକ ବୋଲି କୁହାଯାଇଛି । 

ତେବେ କେବଳ ରିପ୍ଡ ଜିନ୍ସ ନୁହେଁ, ଉତ୍ତର କୋରିଆରେ ୱେଷ୍ଟର୍ଣ୍ଣ ଡ୍ରେସ ଏବଂ ହେୟାର ଷ୍ଟାଇଲ ଉପରେ ମଧ୍ୟ ବ୍ୟାନ୍ ଲଗାଇଛନ୍ତି । ଏଠାକାର ଲୋକେ କେବଳ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେୟାର ଷ୍ଟାଇଲ କରିପାରିବେ ଏବଂ ସରକାରଙ୍କ ଅନୁମତି ପ୍ରାପ୍ତ ପୋଷାକ ପିନ୍ଧିପାରିବେ । ତେବେ ଫଟା ଜିନ୍ସ ପିନ୍ଧୁଥିବା ବ୍ୟକ୍ତିମାନଙ୍କୁ ସେଠାରେ ସମାଜ ବିରୋଧୀ ବୋଲି କୁହାଯାଏ । କିମ ଜୋଙ୍ଗ ଉନଙ୍କ ସରକାର ବିଶ୍ୱାସ କରନ୍ତି ଯେ ଏଭଳି ଫ୍ୟାଶନ ଦେଶର ସାଂସ୍କୃତିକ ପରିଚୟକୁ ଦୁର୍ବଳ କରିପାରେ । ତେଣୁ ଉତ୍ତର କୋରିଆରେ ଫଟା ଜିନ୍ସ ପିନ୍ଧିବା କେବଳ ଫ୍ୟାଶନ ବିରୁଦ୍ଧରେ ନୁହେଁ, ଏହା ସରକାରୀ ନିୟମ ଉଲ୍ଲଂଘନ କରିଥିବାରୁ କଠୋର ଦଣ୍ଡ ମଧ୍ୟ ଦେଇଥାଏ।

ଚିରା-ଫଟା ଜିନ୍ସ ପିନ୍ଧିଲେ ନିଆଯିବ କଡ଼ା ଆକ୍ସନ । ଏଭଳି ପ୍ୟାଣ୍ଟ ସମାଜ ଉପରେ ଖରାପ ପ୍ରଭାବ ପକାଉଥିବା କୁହାଯାଇଛି । ତେଣୁ ଏହି ଡିଜାଇନର ପ୍ୟାଣ୍ଟ ଉପରେ ସମ୍ପୂର୍ଣ୍ଣ ଭାବରେ ରୋକ ଲଗାଇବା ସହ ଏହା ବିପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । । ଚିରା-ଫଟା ଜିନ୍ସ ପିନ୍ଧିଲେ ସମ୍ପୃକ୍ତ ବ୍ୟକ୍ତି ଶ୍ରମ ଶିବର, ସାର୍ବଜନିକ ଭାବରେ ଆଲୋଚନା କରିବା ଏବଂ ଜେଲ ମଧ୍ୟ ହୋଇପାରେ । ପାଶ୍ଚାତ୍ୟ ଜୀବନଶୈଳୀରୁ ଦେଶର ଲୋକମାନଙ୍କୁ ଦୂରେଇ ରଖିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।

ଏହାକୁ ସରକାର ଅସ୍ୱୀକାର କରିବା ସହ ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଥିବା ଦର୍ଶାଯାଇଛି । ଏହାବ୍ୟତୀତ ଦେଶର ସାଂସ୍କୃତିକ ଏବଂ ରାଜନୈତିକ ଧାରା ବିରୋଧୀ ଏବଂ ଏହା ପଶ୍ଚିମ ଦେଶରୁ ଅନୁସରଣ କରାଯାଉଛି ବୋଲି କହିଛନ୍ତି ସରକାର । ଏହି ନିୟମର ଉଲ୍ଲଙ୍ଘନ କଲେ, ଲୋକମାନଙ୍କୁ କଠୋର ଦଣ୍ଡର ସାମନା କରିବାକୁ ପଡ଼ିଥାଏ  ।

 

ଅଧିକ ପଢ଼ନ୍ତୁ ବିଦେଶ ଖବର:

ଉପମୁଖ୍ୟମନ୍ତ୍ରୀ
ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି ଷ୍ଟାଲିନ
ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପା
ପଶ୍ଚିମବଙ୍ଗରେ
ପଶ୍ଚିମବଙ୍ଗରେ ବନ୍ଦ ହେବ ୧୫୦ ବର୍ଷର ଟ୍ରାମ୍‌ ସେବା
ଅର୍ଗସ ବ୍ୟୁରୋ: କୋଲକାତାରେ ୧୫୦ ବର୍ଷର ଟ୍ରାମ୍‌ ସେବା ବନ୍ଦ ହେବାକୁ ଯାଉଛି। ଟ୍ରାଫିକ୍‌ ଭିଡ଼ ହ୍ରାସ ଏବଂ ଦ୍ରୁତ ପରିବହନ ମାଧ୍ୟମ ପ୍ରଚଳନ ପାଇଁ ପଶ୍ଚିମବଙ୍ଗ ସରକାର କୋଲକାତା
ଏକ୍ସ କ୍ରିଉ-9
ଉତ୍‌କ୍ଷେପଣ ହେଲା ସ୍ପେସ୍ ଏକ୍ସ କ୍ରିଉ-9
ଅର୍ଗସ ବ୍ୟୁରୋ: ଫେରିବେ ମହାକାଶଚାରୀ ସୁନୀତା ୱିଲିୟମ୍‌ସ । ଆରମ୍ଭ ହେଲା କାଉଣ୍ଟ ଡାଉନ । ସୁନୀତାଙ୍କୁ ମହାକାଶରୁ ଫେରାଇବାକୁ ଗଲା କ୍ରୁ-୯ । ସୁନୀତା ଯାଇଥିବା ମହାକାଶଯାନ ବୋଇ