ମଞ୍ଚରେ ବନ୍ୟ ଜନ୍ତୁ ଖାଇଵା ଘଟଣାରେ ଗିରଫ ସଂଖ୍ୟା 2 କୁ ବୃଦ୍ଧି
by Argus News
Mon, Dec 02 | 9:16 p.m.

ଅର୍ଗସ ବ୍ୟୁରୋ: ପୌରାଣିକ ମଞ୍ଚରେ ବନ୍ୟ ଜନ୍ତୁ ଖାଇଵା ସହ ବିଷଧର ସାପ ଖେଳେଇବା ଘଟଣା । ଗିରଫ ସଂଖ୍ୟା ଦୁଇରେ ପହଂଚିଲା । ବନ ବିଭାଗ ଦ୍ୱାରା ନାଟ୍ୟ ପରିଚାଳକ ଗିରଫ ହୋଇଥିବାବେଳେ ଗଞ୍ଜାମ ହିଞ୍ଜିଳି ପୋଲିସ ନିଜ ତରଫରୁ ମାମଲା ରୁଜୁ କରି ଅନ୍ୟ ଜଣେ ଅର୍ଥାତ ପୁରୁଷୋତ୍ତମପୁର ଅଞ୍ଚଳର ବିମ୍ବାଧର ଗୌଡଙ୍କୁ ଗିରଫ କରିଥିବା ସୂଚନା ମିଳିଛି । 

ହିଞ୍ଜିଳି ଥାନା ରାଳବ ଗାଁ କାଞ୍ଜିଅଁଳା ଯାତ୍ରା ରାମାୟଣରେ ଏଭଳି ବର୍ବର ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଯାହା ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ଏହି ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । 

ବର୍ବରତା ସୀମା ପାର କରି ଜିଅନ୍ତା ଘୁସୁରୀ ଖାଇଥିବା ଭିଡିଓ ଭାଇରଲ ହେବା ପରେ ହିଞ୍ଜିଳି ଥାନା ପୋଲିସ ନିଜ ଆଡୁ କେସ ନଂ ୯୮୫  ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରି କଳାକାର ଜଣଙ୍କୁ ଗିରଫ କରିଥିବା ହିଞ୍ଜିଳି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
 

ହତ୍ୟା ଉଦ୍ୟମ
ଜମିବାଡି ବିବାଦକୁ ନେଇ ହତ୍ୟା ଉଦ୍ୟମ
ଭୁବନେଶ୍ୱର: ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଜରିମୁଣ୍ଡରୁ ଅପହରଣ । ଗୋଟିଏ ବୋଲେରୋରେ ସନ୍ତୋଷ ପଣ୍ଡାଙ୍କୁ ଅପହରଣ କରିଥିଲେ । ନମ୍ବର ପ୍ଲେଟ ରେ ବ୍ଲାକ ଟେପ ମାରି ଅପହରଣ କରିଥିବ
ଜିଅନ୍ତା ଘୁସୁରୀ
ମଞ୍ଚରେ ବନ୍ୟ ଜନ୍ତୁ ଖାଇଵା ଘଟଣାରେ ଗିରଫ ସଂଖ୍ୟା 2 କୁ ବୃଦ୍ଧି
ଅର୍ଗସ ବ୍ୟୁରୋ: ପୌରାଣିକ ମଞ୍ଚରେ ବନ୍ୟ ଜନ୍ତୁ ଖାଇଵା ସହ ବିଷଧର ସାପ ଖେଳେଇବା ଘଟଣା । ଗିରଫ ସଂଖ୍ୟା ଦୁଇରେ ପହଂଚିଲା । ବନ ବିଭାଗ ଦ୍ୱାରା ନାଟ୍ୟ ପରିଚାଳକ ଗିରଫ ହୋଇଥିବାବେଳେ ଗଞ୍ଜା
ମାଟି ତଳୁ ମିଳିଲା
ମାଟି ତଳୁ ମିଳିଲା ପୁଳା ପୁଳା ଟଙ୍କା
କୋରାପୁଟ: ମାଟି ତଳୁ ମିଳିଲା ପୁଳା ପୁଳା ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ବୋରିଗି ପଂଚାୟତର କେଲୁବାଡ଼ି ଗ୍ରାମରେ । ଯାହାକୁ ନେଇ ସ୍ଥାନୀ
ବିରଜା ହାଟ
ବବିଙ୍କ ପରିବାରର ଅହଂକାର ଯୋଗୁଁ ବଳି ପଡ଼ିଲେ ବ୍ୟବସାୟୀ
ଅର୍ଗସ ବ୍ୟୁରୋ: ଉନବିଂଶ ଶତାବ୍ଦୀରୁ ମା ବିରଜାଙ୍କ ମନ୍ଦିର ନିକଟରେ ବସି ଆସୁଥିଲା ବିରଜା ହାଟ। ଶହ ଶହ ଚାଷୀ ଓ ବ୍ୟବସାୟୀଙ୍କର ପରିବାର ପୋଷଣର ଏହା ଥିଲା ମାଧ୍ୟମ କିନ୍ତୁ ଯାଜପୁରର ଗୋଟି
ଓଡ଼ିଶାରୁ ହେଲା
ଓଡ଼ିଶାରୁ ହେଲା ଦେଶ ସୁରକ୍ଷାର ରୋଡମ୍ୟାପ୍ ପ୍ରସ୍ତୁତି
ଅର୍ଗସ ବ୍ୟୁରୋ: ସ୍ମାର୍ଟ ହୁଅ । ଟେକନୋଲୋଜି ବ୍ୟବହାରରେ ପାରଙ୍ଗମ ହୁଅ। ତିନିଦିନିଆ ଡିଜି ସମ୍ମିଳନୀରେ ସବୁ ରାଜ୍ୟର ଶୀର୍ଷ ପୋଲିସ ପଦାଧୀକାରୀଙ୍କୁ କିଛି ଏଭଳି ଟିପ୍ସ ଦେଇଛନ୍ତ