ଜେଲ୍‌ରେ ମୁଖତାର ଅନସାରୀଙ୍କ ମୃତ୍ୟୁ, ଉତ୍ତର ପ୍ରଦେଶରେ ହାଇ ଆଲର୍ଟ 
by Argus News
Fri, Mar 29 | 6:51 p.m.

 ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀ ଜେଲ ଭିତରେ ପ୍ରାଣ ହରାଇବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ହାର୍ଟ ଆଟାକ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲେ ହେଁ ଏହାକୁ ପରିବାର ଲୋକ ଗ୍ରହଣ କରୁ ନାହାନ୍ତି। ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିବାଦ ଘନେଇ ଥିବା ବେଳେ ଆଜି ଘଟଣାର ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଛି।

ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଭଗବାନ ଦାସ ଗୁପ୍ତା ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦାର ଅତରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଗାରିମା ସିଂହ ପୂରା ଘଟଣାର ତଦନ୍ତ କରିବେ। ତାଙ୍କ ଅଧୀନରେ ତଦନ୍ତକାରୀ ଟିମ ଘଟଣାର ବିସ୍ତୃତ ତଥ୍ୟ ହାସଲ କରିବ। ମାସକ ମଧ୍ୟରେ କେମିତି ତଦନ୍ତ ରିପୋର୍ଟ ଦାଖଲ କରାଯିବ, ତାକୁ ଗରିମା ନିଶ୍ଚିତ କରିବେ। ସେପଟେ ଉତ୍ତର ପ୍ରଦେଶରେ ହାଇ ଆଲର୍ଟ। ୧୪୪ ଧାରା ଲାଗୁ ସହ ବିଭିନ୍ନ ଜିଲ୍ଲାରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ଅନସାରୀଙ୍କୁ ଜେଲରେ ସ୍ଲୋ ପଏଜନ ବା ବିଷ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିାବା ପରେ ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ଉତ୍ତର ପ୍ରଦେଶ ପୁଲିସ।   

ଅଧିକ ପଢନ୍ତୁ ଭାରତ ଖବର 
 

ନୀତିନ୍ ଗଡକରି
9m ago
ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କଲେ ନୀତିନ୍ ଗଡକରି
ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡକରି । ଆଜି ଅପରାହ୍ନ ୧ଟା ୪୫ ର
STOMACH
9m ago
ଖାଦ୍ୟ ଏମିତି ଖାଇଲେ ଓଜନ ବଢ଼ିବ !
ଅର୍ଗସ ବ୍ୟୁରୋ: ଖାଦ୍ୟ ନଚୋବାଇ ଗିଳିଦେଉଛନ୍ତି କି ? ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମାନେ ଆପଣ ଖାଦ୍ୟକୁ ନଚୋବାଇ ଗିଳି ଦେଉଥିଲେ ଏହାଦ୍ୱାରା ଆପଣଙ୍କ ଓଜ
SOAP
26m ago
ପ୍ରତିଦିନ ସାବୁନ ବ୍ୟବହାର କଲେ...
ଅର୍ଗସ ବ୍ୟୁରୋ: ସାବୁନୁ ତେଲ ଏବଂ ଚର୍ବି ମିଶାଇ ସାବୁନ୍ ତିଆରି ହୁଏ ଯାହା ଚର୍ମରେ ଲାଗିଥିବା ମଇଳା ଏବଂ ଦୁର୍ଗନ୍ଧକୁ ଦୂର କରିଥାଏ । ସେଥିପାଇଁ ଅଧିକାଂଶ ଲୋକ ସେମାନଙ୍କର ଦୌନନ୍ଦି