ଟେଷ୍ଟରେ ଜୟସ୍ୱାଲଙ୍କ ଧମାକା କଲେ ଏମିତି ରେକର୍ଡ..
by Argus News
Thu, Sep 19 | 3:29 p.m.

ଅର୍ଗସ ବ୍ୟୁରୋ:ଟେଷ୍ଟରେ ରେକର୍ଡ କଲେ ଟିମ୍ ଇଣ୍ଡିଆର ଷ୍ଚାର ବ୍ୟାଟର ଯଶସ୍ବୀ ଜୟସ୍ୱାଲ,ପଛରେ ପଡିଲେ ରନ୍ ମେସିନ ବିରାଟ କୋହଲି, ଏବଂ ହିଟ୍ ମ୍ୟାନ୍ ରୋହିତ ଶର୍ମା। ବାଂଲାଦେଶ ବିପକ୍ଷ ଟେଷ୍ଟରେ ଗର୍ଜିଛିଯଶସ୍ବୀଙ୍କ ବ୍ୟାଟ୍,ଖେଳିଛନ୍ତି ୫୬ ରନର ଜବରଦସ୍ତ ପାରି। ହଜିଛି ପ୍ରତିପକ୍ଷ ଟିମର ନିଦ। ରେକର୍ଡ କରିଛନ୍ତି ଜୟସ୍ୱାଲ। ଟେଷ୍ଟ ରାଙ୍କିଙ୍ଗରେ ହାସଲ କରିଛନ୍ତି ଦ୍ବିତୀୟ ସ୍ଥାନ। ୨୦୨୪ରେ ମସିହାରେ ଟେଷ୍ଟରେ କରିଛନ୍ତି ସର୍ବାଧିକ ରନ୍ ସଂଗ୍ରହ। ଇଂଲଣ୍ଡର ଜୋ ରୁଟ ପୂର୍ବଭଳି ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି। ରୁଟ୍ ୨୦୨୪ରେ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ ଖେଳି ୯୮୬ ରନ୍ ସଂଗ୍ରହ କରିଥିବାବେଳେ ଜୟସ୍ୱାଲ ଏ ପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳି ୭୬୪ରୁ ଅଧିକ ରନ୍ ସ୍କୋର କରିବାରେ ସଫଳ ହୋଇଛନ୍ତି । ଏଥିସହ ୨୦୨୪ରେ ଟେଷ୍ଟରେ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହ ଖେଳାଳି ହୋଇଛନ୍ତି।

ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପର୍ତ୍ତି ନେଇଥିଲା,କେବଳ ଜୟସ୍ୱାଲଙ୍କୁ ଛାଡି ଦେଲେ ଅନ୍ୟ ଟପ୍ ଅର୍ଡର ଫେଲ୍ ମାରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ୬,ଗିଲ୍ ଖାତା ଖୋଲିନପାରି ପ୍ୟାଭିଲିୟନକୁ ଫେରିଥିଲେ,ପନ୍ତ ୩୯ଏବଂ ଜୟସ୍ୱାଲ ୫୬ ରନ୍ କରି ବାଂଲାଦେଶ ବୋଲଂରଙ୍କ ସହ ଲଢେଇ କରିଥିଲେ,ମିଳିଥିବା ସୂଚନା ଅନୁସାରେ ଜାଡେଜା ୩୨,ଅଶ୍ବିନ ୪୭ ରନ୍ କରି ଅପରାଜିତ ଥିଲେ,ଭାରତ ୬ ୱିକେଟ୍ ହରାଇ ୨୨୮ କରିଥିଲା।

ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ଭାରତ ଓ ବାଂଲାଦେଶ ମଧ୍ୟରେ ମୋଟ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳାଯିବ,୨ଟିରୁ ୨ଟି ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ। ଫଳରେ ଡବ୍‌ଲ୍ୟୁଟିସି ପଏଣ୍ଟକୁ ଅଧିକ ଦୃଢ଼କରିପାରିବ। ଭାରତକୁ ଆସିବା ପୂର୍ବରୁ ପାକିସ୍ତାନକୁ ତା’ମାଟିରେ ୨-୦ରେ ହରାଇ ବାଂଲାଦେଶ ଐତିହାସିକ ସଫଳତା ହାସଲ କରିଥିଲା । ତଥାପି ରୋହିତ ସେନାକୁ ବାଂଲାଦେଶ ପକ୍ଷରୁ ମିଳିବାକୁ ଥିବା ଚ୍ୟାଲେଞ୍ଜ ପ୍ରତି ମଧ୍ୟ ସତର୍କ ରହିବାକୁ ପଡିବ। ଉଭୟ ଦଳଙ୍କ ଭିତରେ ୮ ଶୃଙ୍ଖଳାରେ ମୋଟ୍‌ ୧୩ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯାଇଛି, ପ୍ରତ୍ୟେକ ଥର ଭାରତ ହିଁ ବାଜି ମାରିଛି। କେବଳ ୨୦୧୫ରେ ଭାରତର ବାଂଲାଦେଶ ଗସ୍ତ ଟେଷ୍ଟ୍‌ ଡ୍ର ରହିଥିଲା। ବାଂଲାଦେଶ ମଧ୍ୟ ଭାରତରେ ତି ନୋଟି ଟେଷ୍ଟ୍‌ ଖେଳିଛି। ହେଲେ ପ୍ରତେକ ଥର ହୋଇଛି ପରାସ୍ତ। ଭାରତୀୟ ଦଳ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲର ରହିଛି 


 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ