ରାଜକୋଟରେ ଜୟସ୍ବାଲଙ୍କ ରନ ବର୍ଷା
by Argus News
Sun, Feb 18 | 5:12 p.m.

ଅର୍ଗସ ବ୍ୟୁରୋ: ଯଶସ୍ୱୀ ଜୟସ୍ବାଲଙ୍କ ଧୂଆଁଧାର ରନ ବର୍ଷା। ଦମ ଦେଖାଇଲେ ଯୁବ ବ୍ୟାଟର । ଚଇକା ଛକାରେ ଜିଣିନେଲେ ଦର୍ଶକଙ୍କ ମନ । ଗୁଜରାଟର ରାଜକୋଟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଯଶସ୍ୱୀ ଜୟସ୍ୱାଲଙ୍କ ଦ୍ୱିଶତକ । ଏହି ଯୁବ ବ୍ୟାଟରଙ୍କ ଇନିଙ୍ଗସ୍ ବେଶ୍ ଆକର୍ଷଣୀୟ ରହିଥିଲା । ପଡ଼ିଆର ଚାରି ଦିଗକୁ ସେ ଚମକ୍ରାର ସଟ୍ ସବୁ ମାରିଥିଲେ । ୨୩୬ଟି ବଲ୍ ଖେଳି ଜୟସ୍ୱାଲ ୨୧୪ ରନ୍ କରି ନଟଆଉଟ୍ ରହିଥିଲେ । ସେ ୧୪ଟି ଚୌକା ଓ ୧୨ଟି ଛକା ମାରିଛନ୍ତି । ତାଙ୍କ ଡବଲ ସେଞ୍ଚୁରୀ ବଳରେ ଭାରତ ଦ୍ୱିତୀୟ ଇନିଙ୍ଗସରେ ବିଶାଳ ସ୍କୋର ଛିଡ଼ା କରିଛି । ଶୁଭମନ୍ ଗିଲ ୯୧ ରନ୍ କରି ଆଉଟ୍ ହୋଇଥିବା ବେଳେ ସର୍ଫରାଜ ଖାନ୍ ୬୮ ରନ୍ କରି ନଟ୍ଆଉଟ୍ ରହିଛନ୍ତି। 

ଇଂଲଣ୍ଡ ଟେଷ୍ଟରେ ଜୟସ୍ବାଲଙ୍କ କମାଲ

ଦ୍ୱିତୀୟ ଇନିଂସରେ ଭାରତ ୪ ୱିକେଟରେ ୪୩୦ ରନ୍ କରି ପାଳି ଘୋଷଣା କରିଛି । ଏହାସହ ବିଜୟ ପାଇଁ ଇଂଲଣ୍ଡ ଆଗରେ ୫୫୭ ରନର ଟାର୍ଗେଟ ଦେଇଛି ଭାରତ । ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏପର୍ଯ୍ୟନ୍ତ ୧-୧ ସ୍ଥିତିରେ ରହିଛି। ଗୋଟିଏ ଇଂଲଣ୍ଡ ଜିତିଥିବା ବେଳେ ଗୋଟିଏ ଭାରତ ଜିତିଛି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ