ସୁଜାତାଙ୍କ ଟାର୍ଗେଟ୍‌ରେ ଅଛନ୍ତି କି ନବୀନ ?
by Argus News
Mon, Sep 02 | 9:02 p.m.

ଅର୍ଗସ ବ୍ୟୁରୋ: ଅବସର ଥିଲା ସ୍ଵାୟତ୍ତ ଶାସନ ଦିବସ । ସ୍ଥାନ- ଯାଜପୁର । ସରକାରୀ କାର୍ଯ୍ୟକ୍ରମରେ ଯେଉଁ ପରି ଭାବରେ ବିଧାୟିକା କହିଲେ, ଶାସକ ଦଳର ନେତା କଳାଚଷମା ପିନ୍ଧିଥିବାରୁ ତାଙ୍କୁ ସବୁ କଳା ଦିଶୁଛି । ବିକାଶ ଯାଜପୁରରେ ହୋଇଛି, ବିଶ୍ଵକର୍ମା ତାହାର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ହେଲେ ସରକାରୀ କାର୍ଯ୍ୟକ୍ରମରେ ପୁଣି ସାଂସଦଙ୍କ ଉପସ୍ଥିତିରେ ବିଧାୟିକା ଯେମିତି କହିଲେ ତାହାକୁ ନେଇ ଚର୍ଚ୍ଚା ଜୋର ।

ମଞ୍ଚରେ ବିଧାୟକ-ସାଂସଦ ମୁହାଁମୁହିଁ । ସ୍ଵାୟତ୍ତ ଶାସନ ଦିବସରେ ଯାଜପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ବିଜେପି ସାଂସଦ ରବି ନାରାୟଣ ବେହେରା ଓ ବିଜେଡି ବିଧାୟକ ସୁଜାତା ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଛି । ତାହା ପୁଣି ଭରା ମଂଚରେ । ଯାଜପୁରର ବିକାଶ କିଏ କରିଛି ? ତାହା ସରକାରୀ ଓ ବିରୋଧୀ ଦଳ ନେତାଙ୍କୁ ଦେଖାଯାଉନି ବୋଲି କହିଦେଲେ । ବୋଧହୁଏ ବିଧାୟିକା ଜାଣିନାହାନ୍ତି ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଅଛନ୍ତି । କେବଳ ଶାସକ ଦଳରୁ ଟାର୍ଗେଟ୍‌ କରୁକରୁ ବିରୋଧୀଙ୍କୁ ବି ଟାର୍ଗେଟ୍‌ କରିଦେଲେ । ସୁଜାତା କହିଥିଲେ, କଳା ଚଷମା ପିନ୍ଧିଥିବାରୁ ସବୁ କିଛି କଳା ଦେଖାଯାଉଛି । ଧଳା ଚଷମା ପିନ୍ଧିଲେ ସବୁ କିଛି ଧଳା ଦିଶିବ । ଯାଜପୁରର ଅନେକ ବିକାଶ ହୋଇଛି, ଆଉ ଯାଜପୁରର ବିକାଶ କରିଛନ୍ତି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ। 

ସୁଜାତାଙ୍କ ଏହି ମନ୍ତବ୍ୟ ପରେ ପୋଡିୟମକୁ ଆସି ଯାଜପୁର ସାଂସଦ ରବି ବେହେରା ଏହାର କଡ଼ା ଜବାବ ରଖିଥିଲେ । ରୋକଠୋକ କହିଥିଲେ, କେହି କଳା କିମ୍ବା ଧଳା ଚଷମାରେ ଦେଖନ୍ତିନି । ଯାଜପୁରର ବିକାଶ ହୋଇଛି ହେଲେ ଯାଜପୁର ଦୂର୍ନୀତିର ଗନ୍ତାଘର ପାଲଟିଛି । କେମିତି ଦୁର୍ନୀତି ମୁକ୍ତ ଯାଜପୁର ହେବ ସେଥିପାଇଁ କାମ କରିବାକୁ ପଡ଼ିବ ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଅନେକ ଦିନ ହେଲାଣି ରାଜନୀତିରେ ଯାଜପୁର ରହିଛି । କାରଣ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ବିକାଶ ନାଁରେ କୋଟି କୋଟି ଟଙ୍କା ଦୁର୍ନୀତି କରିଛନ୍ତି । ଏକଥା ଜଳଜଳ ହୋଇ ସ୍ପଷ୍ଟ ହୋଇଛି । ଏମିତିକି ଅନ୍ୟ ଜିଲ୍ଲାର ସାଂସଦଙ୍କ ଟଙ୍କା ସହ ରାଜ୍ୟସଭାର ସାଂସଦକୁ ଯାଜପୁରରେ ହାତପାଣ୍ଠି ଖର୍ଚ୍ଚ କରିବାକୁ ବାଧ୍ୟ କରାଯାଉଥିବାର କଥା ବି ସାମ୍ନାକୁ ଆସିଛି । ହେଲେ ଏହାରି ଭିତେର ବିଧାୟିକା ଓ ସାଂସଦ ଯେଉଁପରି ଭାବରେ କଥା କଟାକଟି ହେଲେ ତାହା ରାଜନୀତିକୁ ଆହୁରି ଖୋରାକ ଯୋଗାଇଛି ।

(ଯାଜପୁରରୁ ପରମେଶ୍ଵର ବେଉରିଆଙ୍କ ରିପୋର୍ଟ)
 

HOROSCOPE
15m ago
ଆଜି ଦିନଟି କେମିତି କଟିବ ଦେଖନ୍ତୁ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ କହୁଛି ଆପଣଙ୍କ ରାଶିଫଳ ପଢନ୍ତୁ... ମେଷ- ଘର ପାଇଁ କିଛି ଆସବାବ କ୍ରୟ କରି ପାରନ୍ତି । ଆପଣଙ୍କ କଥାକୁ ଲୋକ
ଶପଥ ନେବେ ଅତିଶୀ
21m ago
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ
ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ସରକାର ଗଢ଼ିବା ପ୍ରସ୍ତାବକୁ ସ୍ବୀକା
ଆମେରିକା ଗସ୍ତ
59m ago
ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି
ଅର୍ଗସ ବ୍ୟୁରୋ: ତିନି ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାର୍ଷିକ କ୍ବାଡ୍ ସମ୍ମିଳନୀରେ ଯୋଗ ଦେବେ ପିଏମ ମୋଦି। ଏଥି ସହ ପ୍ରଧାନମନ୍ତ୍ରୀଙ୍କ ଏଜେଣ୍ଡାରେ ରହିଛି ଅନେ