ଯାଜପୁର ବସ ଟ୍ରାଜେଡି: ଡ୍ରାଇଭରର ଭୁଲ୍ ଯୋଗୁଁ ଦୁର୍ଘଟଣା !
by Argus News
Tue, Apr 16 | 9:45 a.m.

ଅର୍ଗସ ବ୍ୟୁରୋ: ଯାଜପୁର ଜିଲ୍ଲା ବାରବାଟୀ ନିକଟରେ ବଡ ଦୁର୍ଘଟଣା । ପୁରୀରୁ ପଶ୍ଚିମବଙ୍ଗ ଯାଉଥିବା ଯାତ୍ରୀବାହୀ ବସର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି । କଟକ ଏସସିବିରେ ୧୪ଜଣଙ୍କ ଚାଲିଛି ଚିକିତ୍ସା । 2 ଗୁରୁତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏସସିବିରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି 27 ଯାତ୍ରୀ । ଗତକାଲି ଭୁବନେଶ୍ବରରୁ କୋଲକତା ଯାଉଥିବାବେଳେ ବ୍ରିଜ ଉପରୁ ବସ ଖସି ଯାଇଥିଲା ୫ ଜଣଙ୍କ ଜୀବନ । 

ଯାଜପୁର ବସ ଦୁର୍ଘଟଣାରେ ୫ ମୃତ

ସେପଟେ ଡ୍ରାଇଭର ଅବହେଳାରୁ ଦୁର୍ଘଟଣା ହୋଇଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ବିଭାଗ ଅତିରିକ୍ତ ସଚିବ ଲାଲମୋହନ ସେଠୀ । ଡ୍ରାଇଭରର ଭୁଲ୍ ଯୋଗୁଁ ଦୁର୍ଘଟଣା ଘଟିଥିବା କହିଛନ୍ତି ଲାଲମୋହନ । ବସ୍‌ର କଣ୍ଡିସନ୍ ଭଲ ଅଛି, ମାର୍ଚ୍ଚରେ ଫିଟନେସ ସାର୍ଟିଫିକେଟ୍ ମିଳିଛି । ଦ୍ରୁତଗତି, ଓଭରଟେକ୍ କିମ୍ବା ଫୋନ୍‌ରେ କଥା ହେବାରୁ ଦୁର୍ଘଟଣା ଘଟିଥିବା ସେ କହିଛନ୍ତି । 
 

SECOND
45m ago
ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନି
LOW PRESSURE
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ
IPL-2024
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ