'ଢ଼ାବାର ଲିଜ୍ ହୋଇଛି, ଲିଜ୍ କ୍ୟାନସେଲ୍ କରାଯିବ'
by Argus News
Thu, Jul 04 | 4:18 p.m.

ଯାଜପୁର:  କୁସୁମାର ଆଲିଶାନ ବଙ୍ଗଳା ଏବଂ ବଲ୍ଲେ ବଲ୍ଲେ ଢ଼ାବା ଦୁଇ ବିବାଦୀୟ ଘଟଣା ଉପରେ ଉତ୍ତର ରଖିଲେ ଯାଜପୁର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ସେ କହିଛନ୍ତି  ଢ଼ାବାର ଲିଜ୍ ହୋଇଛି, ଲିଜ୍ କ୍ୟାନସେଲ୍ କରାଯିବ । ଅନ୍ୟ ବ୍ଲକ ଗୁଡ଼ିକରେ ହୋଇଥିବା ଏପରି ବେଆଇନ କାର୍ଯ୍ୟର ମଧ୍ୟ ରିପୋର୍ଟ ମଗାଯାଇଛି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ତେବେ ଏଠି ପ୍ରଶ୍ନ କାହିଁକି ଧର୍ମଶାଳା ବିଡିଓ ଏହାକୁ ଲୁଚାଇଥିଲେ । 

ଗତ କିଛି ଦିନ ଧରି ଏହି ଦୁଇ ବିବାଦୀୟ ଘଟଣା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ବଲ୍ଲେ ବଲ୍ଲେ ଢ଼ାବାରେ ବେଆଇନ ସରକାରୀ ଅର୍ଥର ବିନିଯୋଗ ଏବଂ ଅନ୍ୟପଟେ ଯାଜପୁର କୁସୁମା ଆଲିସାନ ବଙ୍ଗଳା ନିର୍ମାଣରେ ଖର୍ଚ୍ଚ ହୋଇଛି CSR ଫଣ୍ଡ୍ । 

କୁସୁମା ମଧ୍ୟରେ ନିର୍ମାଣ ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳା ପୌରପାଳିକା ଜାଗାରେ ହୋଇଛି ଓ  ତାହା ସିଏସଆର ଫଣ୍ଡ୍ ରୁ ନିର୍ମାଣ ହୋଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ କୁସୁମା ଭିତରେ ଥିବା ଆଲିସାନ ବଙ୍ଗଳାରେ ଡିଲ୍ ସାଙ୍ଗକୁ ଅନୈତିକ କାମ ଚାଲିଥିବା ଅଭିଯୋଗ କରିଛନ୍ତି ଯାଜପୁରର ପୂର୍ବତନ ସାଂସଦ ଅଞ୍ଚଳ ଦାସ ।  ଇଡି ସିବିଆଇ ଏହାର ତଦନ୍ତ କରୁ ବୋଲି ସେ ଦାବି କରିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

ଗ୍ୟାସ୍‌ ଲିକ୍
କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍ , ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ
ଅର୍ଗସ ବ୍ୟୁରୋ : କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣା। ସଘଟଣା ସ୍ଥଳରେ ପହଞ୍ଚିଲେ ଅତିରିକ୍ତ ଜିଲ୍ଲାପାଳ। ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିବାଛନ୍ତି। ଅଗ୍ନିଶମ
ମଟନ୍ ବିରିୟାନୀ
ଜେଲରେ କଏଦୀଙ୍କୁ ମିଳିବ ମଟନ୍ ବିରିୟାନୀ
ଅର୍ଗସ ବ୍ୟୁରୋ : କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି । ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍
ହରିୟାଣା ନିର୍ବାଚନ
ହରିୟାଣା ନିର୍ବାଚନ ; ସଂଧ୍ୟା ୬ଟା ସୁଦ୍ଧା ହୋଇଛି ୬୫ ପ୍ରତିଶତ ମତଦାନ
ଅର୍ଗସ ବ୍ୟୁରୋ : ଶେଷ ହୋଇଛି ହରିୟାଣା ନିର୍ବାଚନ । ନିର୍ବାଚନ କମିଶନ ତଥ୍ୟ ଅନୁସାରେ ସଂଧ୍ୟା 6ଟା ସୁଦ୍ଧା ହୋଇଛି 65 ପ୍ରତିଶତ ମତଦାନ । ଗତ 1 ତାରିଖରେ ଜମ୍ମୁ କାଶ୍ମୀର ନିର୍ବାଚନ ଶେଷ ହେବ