ମନମୋହୁଛି ଗୋପୀନାଥଜୀଉ ମନ୍ଦିର, ଜମୁଛି ଭକ୍ତଙ୍କ ଭିଡ଼
by Argus News
Sat, Jan 27 | 1:57 p.m.

ଅର୍ଗସ ବ୍ୟୁରୋ : ଯାଜପୁର ଜିଲ୍ଲା ବାଲିପାଟଣା ଅଞ୍ଚଳର ଶ୍ରୀ ଶ୍ରୀ ଗୋପୀନାଥଜୀଉ ମନ୍ଦିର । ମନ୍ଦିରର ସିଂହଦ୍ୱାରର ଗୁମୁଟ ଠୁ ଆରମ୍ଭ କରି ମନ୍ଦିର ଓ ମନ୍ଦିର ଚତୁର୍ପାଶ୍ୱ ଫୁଲରେ ସାଜଯାଇଛି । ବିଭିନ୍ନ ପ୍ରକାରର ଫୁଲରେ ମନ୍ଦିରରେ ବିରାଜିତ ପ୍ରଭୁ ଗୋପୀନାଥ । ଯାହାକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସମାଗମ ହେଇଛି । ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ, ଅତଲା ପୁରରେ ରାମଲାଲାଙ୍କ ଅବିକଳ ମନ୍ଦିର ପ୍ରତିକୃତି ଦେଖିବା ସହ ଏକ ଆଧ୍ୟାତ୍ମିତ ପରିବେଶ ସୃଷ୍ଟି ହେଉଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ବାଲିପାଟଣା ଗ୍ରାମରେ ଶ୍ରୀ ଶ୍ରୀ ଗୋପୀନାଥ ଜୀଉ ବାର ଶହ ଚଉବନ ଶାଲରୁ ପୂଜାପାଇ ଆସୁଛନ୍ତି । ରାଧାକୃଷ୍ଣ ସହ ପୂଜାପାଉଛନ୍ତି ଜଗନ୍ନାଥ ମହାପ୍ରଭୁ । ଦୀର୍ଘ ବର୍ଷଧରୀ ଏହି ମନ୍ଦିରରେ ପୁଷ୍ପାଭିଷେକ ହୋଇ ଆସୁଅଛି । ଏହାକୁ ଆହୁରି ସରସସୁନ୍ଦର କରିବାକୁ ଗ୍ରାମର ଯୁବକ ମାନଙ୍କ ଦ୍ୱାରା ଆକର୍ଷଣୀୟ ଫୁଲ ଦ୍ୱାରା ମନ୍ଦିର ସହ ମୁଖଶାଳା ଓ ବେଢାକୁ ସୁନ୍ଦର କରାଯାଇଛି ।

ଏପଟେ ଏହି ପୁଷ୍ପାଭିଷେକକୁ ଆହୁରି ଆକର୍ଷଣ କରିବାକୁ ଅଯୋଧ୍ୟା ରାମଲାଲାଙ୍କ ମନ୍ଦିର ର ଅବିକଳ ପ୍ରତିକୃତି ସୋଲରେ ନିର୍ମାଣ କରାଯାଇଛି I ପୁଷ୍ପାଭିଷେକ ସହ ରାମ ମନ୍ଦିର ଦେଖି ଏଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି I ଯେଉଁ ଭକ୍ତ ମାନେ ଅଯୋଧ୍ୟା ରାମମନ୍ଦିର ଦର୍ଶନ କରିବାର ସୁଯୋଗ ପାଇ ନପାରି ଏହି ପ୍ରତିକୃତି ରାମମନ୍ଦିର ଦେଖି ନିଜକୁ କୃତାର୍ଥ ମନେ କରୁଛନ୍ତି I
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ