ରାତି ପାହିଲେ ଜମ୍ମୁ-କାଶ୍ମୀରରେ ପଡିବ ଭୋଟ୍
by Argus News
Tue, Sep 17 | 8:59 p.m.

ଅର୍ଗସ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମଇଦାନରେ 219 ପ୍ରାର୍ଥୀ ଅଛନ୍ତି । ଅନନ୍ତନାଗ ଜିଲ୍ଲାରେ 64, ପୁଲୱାମାରେ 45, ଡୋଡାରେ 25, କୁଲଗାମରେ 25, କିସ୍ତୱାଡରେ 22, ସୋପିଆନରେ 21 ଏବଂ ରମ୍ବନରେ 15 ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢୁଛନ୍ତି । ଇତି ମଧ୍ୟରେ ଜମ୍ମୁ କାଶ୍ମୀରରେ ତିନିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାଶ୍ମୀରରେ ପ୍ରାୟ 300 କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ଜମ୍ମୁ କାଶ୍ମୀରରେ ଦୀର୍ଘ 10 ବର୍ଷ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । 

ଦେଶର ଅଲଗା ଅଲଗା ସ୍ଥାନରେ ରହୁଥିବା 35 ହଜାର ରୁ ଅଧିକ ବିସ୍ଥାପତି କଶ୍ମୀର ପଣ୍ଡିତ ତିନିଟି ପର୍ଯ୍ୟାୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟରେ 24 ମତଦାନ କେନ୍ଦ୍ରରେ ନିଜ ମତ ସାବ୍ୟସ୍ତ କରିପାରିବେ । 

ଅନ୍ୟପଟେ ଲୋକସଭା ନିର୍ବାଚନରେ ଜମ୍ମୁ-କାଶ୍ମୀରରେ ବିପୁଳ ମାତ୍ରାରେ ଭୋଟର ଅଂଶଗ୍ରହଣ କରିଥିଲେ । ବୁଲେଟ୍ ଉପରେ ବାଲାଟ୍ ର ବିଜୟ ହୋଇଥିଲା । ନିର୍ବାଚନ ପର୍ବରେ ଯେଉଁଭଳି ଭାବେ ବିପୁଳ ସଂଖ୍ୟାର ଭୋଟର ଅଂଶଗ୍ରହଣ କରିଥିଲେ ଏବଂ ଧାଡିରେ ଛିଡ଼ା ହୋଇ ନିଜର ମତ ସାବ୍ୟସ୍ତ କରିଥିଲେ, ସେଥିରୁ ପ୍ରମାଣିତ ହୋଇଥିଲା ଲୋକମାନେ କେବଳ ପରିବର୍ତ୍ତନ ଚାହୁଁ ନାହାନ୍ତି, ବରଂ ପରିବର୍ତ୍ତନର ଏକ ଅଂଶ ହେବାକୁ ମଧ୍ୟ ଚାହୁଁଛନ୍ତି । ତେବେ ବିଧାନସଭା ନିର୍ବାଚନରେ ମଧ୍ୟ ସେହିଭଳି ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।   

ତେବେ କହିରଖୁଛୁ ଯେ, ଜମ୍ମୁ ଓ କଶ୍ମୀରରେ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ତାରିଖରେ ଭୋଟ୍ ଗ୍ରହଣ ହେବ ।  ଅକ୍ଟୋବର ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ