ଏକକ ନିର୍ବାଚନ ଉପରେ ବିଜେପିର ଗୁରୁତ୍ବ
by Argus News
Wed, Feb 21 | 7:20 p.m.

ଅର୍ଗସ ବ୍ୟୁରୋ : ଏକକ ନିର୍ବାଚନ ଉପରେ ବିଜେପିର ଗୁରୁତ୍ବ । ପୂର୍ବତନ ରାଷ୍ଟ୍ରପତି ତଥା ଏକକ ନିର୍ବାଚନ କମିଟି ଚେୟାରମ୍ୟାନ୍ ରାମନାଥ କୋବିନ୍ଦଙ୍କୁ ଭେଟିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ବରେ ବିଜେପି ପ୍ରତିନିଧି ଦଳ । ଦେଶରେ ଏକକ ନିର୍ବାଚନ କରିବା ନେଇ ଦାବି ଉପସ୍ଥାପିତ କରିଛି ଟିମ୍ । ଏହି ଟିମ୍‌ କମିଟି ଅଧ୍ୟକ୍ଷଙ୍କୁ କହିଛନ୍ତି, ଦେଶରେ ବାରମ୍ବାର ନିର୍ବାଚନ ଦ୍ବାରା ଅନେକ ବିକାଶ କାମ ଅଟକି ଯାଉଛି । 

ବର୍ଷ ସାରା ଦେଶରେ ନିର୍ବାଚନ ଲାଗି କେଉଁଠି ନା କେଉଁଠି ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥାଏ। ଲୋକଙ୍କ ବିକାଶ ପାଇଁ ହେଉଥିବା କାମରେ ଏହାଦ୍ବାରା ଅନେକ ବାଧା ଉପୁଜୁଛି । ଲୋକଙ୍କ ଉନ୍ନତି ଓ ଆର୍ଥିକ ବୋଝ ବି ଏହା ଦ୍ବାରା ସୃଷ୍ଟି ହୋଇଥାଏ । ଖାଲି ଏତିକି ନୁହେଁ, ଆର୍ଥିକ ଦୁର୍ନୀତି ବି ଏହାଫଳରେ ବଢ଼ିଥାଏ ବୋଲି ଟିମ୍ କହିଛି । 

ଅଧିକ ପଢନ୍ତୁ ଭାରତ ଖବର

ସେହିଭଳି ସୁରକ୍ଷାକର୍ମୀମାନେ ସୀମାର ସୁରକ୍ଷା ଛାଡ଼ି ଦେଶର ନିର୍ବାଚନ କାମରେ ଲାଗିଥାନ୍ତି । ଶିକ୍ଷକଙ୍କଠୁ ସ୍ବାସ୍ଥ୍ୟକର୍ମୀ ବି ଏଥିରେ ନିୟୋଜିତ ହୋଇ ନିଜ ମୂଳ କାମ କରିପାରନ୍ତିନି । ତେଣୁ ଆଇନ ଓ ନିୟମରେ ପରିବର୍ତ୍ତନ କରାଯାଉ ବୋଲି ନଡ୍ଡା ଦାବି କରିଛନ୍ତି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ