ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ  ହଟାଅ : ଜେପି ନଡ୍ଡା 
by Argus News
Sun, Apr 28 | 7:17 p.m.

ବ୍ରହ୍ମପୁର: ବ୍ରହ୍ମପୁର ସମାବେଶରେ ଜେପି ନଡ୍ଡାଙ୍କ ବକ୍ତବ୍ୟ । ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ନଡ୍ଡା। ମଧୁ ବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ। ମୋଦିଙ୍କ ବିକାଶ ପହଞ୍ଚାଇବାକୁ ଏଠାରେ ବିଜେପି ସରକାର ହେବା ଦରକାର ।  ନବୀନ ଙ୍କ ଉପରେ ବର୍ଷିଛନ୍ତି ନଡ୍ଡା । କହିଲେ ଏ ସରକାର ବଦଳିବା ଦରକାର। ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ରହିବା ଅନୁଚିତ, ସରକାର ବଦଳିବା ଦରକାର। ବିପକ୍ଷ ସରକାର ଥିବା ସତ୍ତ୍ୱେ, ମୋଦି ସର୍ବାଧିକ ଅନୁଦାନ ଦେଇଛନ୍ତି। ରେଲୱେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ ବଢ଼ାଯାଇଛି । ଗତ ୫ ବର୍ଷରେ ୪ କୋଟି ପକ୍କା ଘର ବଣ୍ଟନ କରାଯାଇଛି।

୧୦ କୋଟି ୭୪ ଲକ୍ଷ ପରିବାରକୁ ଆୟୁଷ୍ମାନ ଭାରତ ସୁବିଧା ମିଳୁଛି।ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି।   ନଡ୍ଡା ପାଣ୍ଡିଆନକୁ ଟାର୍ଗେଟ କରିଛନ୍ତି। କହିଛନ୍ତି,  ବାହାର ଲୋକଙ୍କୁ ପ୍ରଶ୍ରୟ, ସତର୍କ ରହନ୍ତୁ  ଓଡ଼ିଶାବାସୀ।  ଓଡ଼ିଶାରେ ଓଡ଼ିଆଙ୍କ ନେତୃତ୍ୱ ପାଇଁ କ’ଣ କେହି ନେତା ନାହାନ୍ତି। ବାହାର ଲୋକଙ୍କୁ ଆଣିବାକୁ ଚେଷ୍ଟା ଚାଲିଛି ବୋଲି କହିଲେ  ନଡ୍ଡା। ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି, ବାବୁରାଜ ଚାଲିଛି। ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

RAHUL
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର