ହାତ ବଦଳାଇଲା ନିର୍ବାଚନ ରଣନୀତି : ହାରିଲ ତ ପଦ ଛାଡ !
by Argus News
Tue, Dec 05 | 7:17 p.m.

ଅର୍ଗସ ବ୍ୟୁରୋ: ତିନି ତିନୋଟି ରାଜ୍ୟରେ କଂଗ୍ରେସ ହାରିବା ପରେ ଏବେ ବଦଳିଛି ରଣନୀତି । ଯିଏ ଦଳକୁ ଜିତାଇପାରିବନି ସିଏ ପଦରେ ରହିପାରିବନି ବୋଲି କାଳେ ଭିତରିଆ ହ୍ଵିପ ଜାରି କରିଛି ହାତ ଦଳ । ଆଉ ଏହାରି ଭିତରେ ମଧ୍ୟପ୍ରଦେଶରେ ଯେମିତି ଭାବରେ କଂଗ୍ରେସର ପରାଜୟ ହେଲା ତାହାକୁ ନେଇ ଚିନ୍ତାରେ ଏମପିର ପିସିସି ସଭାପତି କମଲନାଥ ।

ନିର୍ବାଚନ ହାରିବା ପରେ ଇସ୍ତଫା ଦେବେ କଂଗ୍ରେସ ନେତା କମଲନାଥ । ପଦ ଛାଡିବାକୁ କହିଲା କଂଗ୍ରେସ । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାଜ୍ୟ ସଭାପତି ପଦରୁ କମଳନାଥଙ୍କୁ ଇସ୍ତଫା ଦେବାକୁ ଦଳ କହିଛି । କାରଣ ନିର୍ବାଚନ ପୂର୍ବରୁ ଏମପିରେ କଂଗ୍ରେସର ମଙ୍ଗ ଧରିଥିଲେ କମଲନାଥ । ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ମଧ୍ୟ ଥିଲେ। ହେଲେ ରବିବାର ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳରେ ବିଜେପି ୧୬୩ଟି ଆସନ ଏବଂ କଂଗ୍ରେସ ମାତ୍ର ୬୬ଟି ଆସନ ଜିତିଛି । ଯେଉଁଥି ଲାଗି କମଲନାଥଙ୍କୁ ସିଂହାସନ ଛାଡିବାକୁ ପଡିବା ନେଇ ଚର୍ଚ୍ଚା ଜୋର ଧରିଛି । 

ଏମିତିକି ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଆ ମେଣ୍ଟର ନେତାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ କମଲନାଥ । ଯାହାକୁ ନେଇ ଶୀର୍ଷସ୍ତରର ନେତା ଖପ୍ପା ଥିଲେ । ଆଉ ଏହି ମୌକାରେ ଚୌକା ମାରିଛି ଦଳ, କମଲନାଥଙ୍କୁ ହାତରୁ ଯାଉଛି କଂଗ୍ରେସ ରାଜ୍ୟ ସଭାପତି ଚୌକି ।


 

ମୁଖ୍ୟମନ୍ତ୍ରୀ
55m ago
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ