12 ଘଣ୍ଟା କଣ୍ଟାବାଞ୍ଜି ବନ୍ଦ
by Argus News
Wed, Apr 10 | 8:03 a.m.

ବଲାଙ୍ଗୀର: ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ । ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଅନାବଶ୍ୟକ ନୂଆ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ଏବଂ ବର୍ତ୍ତମାନ ବସଷ୍ଟାଣ୍ଡର ଆଧୁନିକୀକରଣ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ହୋଇଛି । କଣ୍ଟାବାଞ୍ଜି ନଗର କମିଟି ଓ ସମଲେଶ୍ବରୀ ମାର୍କେଟ କମ୍ପ୍ଲେକ୍ସ କମିଟି ପକ୍ଷରୁ ଡାକରା ଦିଆଯାଇଛି । 

କଣ୍ଟାବାଞ୍ଜି ସହରର ଅସ୍ଥାୟୀ ବସ ଷ୍ଟାଣ୍ଡରେ ରହିଛି ସମଲେଶ୍ବରୀ ମାର୍କେଟ କମ୍ପ୍ଲେକ୍ସ । ନୂଆ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ପରେ ଏଠାରେ ଥିବା ୩ ଶହରୁ ଅଧିକ ଦୋକାନୀ ଜୀବିକା ହରାଇବେ । ଯାହାକୁ ନେଇ ଚିନ୍ତା ପ୍ରକଟ କରି ସମଲେଶ୍ବରୀ ମାର୍କେଟ କମ୍ପ୍ଲେକ୍ସ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି । କମିଟିର ସଭାପତି ସଚିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଛି । 

ଆନ୍ଦୋଳନକାରୀ ମାନଙ୍କ ଅଭିଯୋଗ ଅନୁସାରେ ୫୦ ବର୍ଷ ରୁ ଅଧିକ ହେଲା ଏହି ସ୍ଥାନ ରେ ସାପ୍ତାହିକ ବଜାର ରହିବା ସହ ଦୋକାନୀ ମାନେ ବ୍ୟବସାୟ କରୁଛନ୍ତି । ଏହା ସହ ବସ ଷ୍ଟାଣ୍ଡ ପାଇଁ ଲୋକେ ଯିବା ଆସିବା କରୁଛନ୍ତି । ଯଦ୍ୱାରା ବ୍ୟବସାୟ ମଧ୍ୟ ଠିକ ଚାଲୁଛି । ହେଲେ ନୂଆ ବସ ଷ୍ଟାଣ୍ଡ ପାଇଁ କୌଣସି ବିଜ୍ଞପ୍ତି ନ ଦେଇ ଓଡିଶା ହାଉସିଂ କର୍ପୋରେସନ କେମିତି ସହରରୁ ୩  କିମି ଦୂର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । 

ବନ୍ଦ ପାଳନରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ ସମେତ ବ୍ୟାଙ୍କ, ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି । ବନ୍ଦ ହେବା ଫଳରେ ଶହ  ଶହ ଗାଡି ଅଟକି ରହିଛି । ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

SP
12m ago
ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
HIMANTA
28m ago
ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି: ହିମନ୍ତ ବିଶ୍ୱଶର୍ମା
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । ଜଟଣୀ ଛତାବରର
TUKUNI
49m ago
ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା !
ଅର୍ଗସ ବ୍ୟୁରୋ: ଟୁକୁନି ସାହୁଙ୍କ ଗୁଣ୍ଡାଙ୍କ ଆତଙ୍କରାଜ୍ ! ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା ! ପୁଣି ସୀମା ଟପିଲେ ମନ୍ତ୍ରୀ ଟୁକୁନି ସାହୁଙ୍