CBI ଗିରଫଦାରୀକୁ ଚାଲେଞ୍ଜ କରି ହାଇକୋର୍ଟରେ ଆବେଦନ କଲେ କେଜ୍ରିୱାଲ 
by Argus News
Mon, Jul 01 | 6:52 p.m.

ନୂଆଦିଲ୍ଲୀ:  ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ତ କେଜ୍ରିୱାଲ । CBI ଗିରଫଦାରୀକୁ ଚାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜୁନ୍ ୨୬ରେ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଥିଲା। ଇଡି ଅଭିଯୋଗରେ ଗିରଫ ହୋଇ କେଜ୍ରିୱାଲ ତିହାର ଜେଲରେ ଥିବାବେଳେ ସିବିଆଇ ତାଙ୍କୁ ସେଠାରୁ ଗିରଫ କରି ନେଇଥିଲା। ଏହାପରେ 3 ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଜୁନ୍ ୨୯ରେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା।  

ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଥିଲେ। ଏବେ କେଜ୍ରିୱାଲ ସିବିଆଇ ହେପାଜତରେ ଥିବାବେଳେ ଗିରଫଦାରୀ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ଜୁଲାଇ ୧୨ରେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେବେ କେଜ୍ରିୱାଲ। 
ଅଧିକ ପଢନ୍ତୁ ଭାରତ ଖବର 

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା