ପୁଣି ମୁହାଁମୁହିଁ ହେଲେ ବିଜେଡ଼ିର ଦୁଇ ଗୋଷ୍ଠୀ
by Argus News
Sun, Feb 25 | 1:06 p.m.

ଅର୍ଗସ ବ୍ୟୁରୋ : ଗୋଟିଏ ଦଳ ଦୁଇଟି ମଞ୍ଚ । ଦୁଇଟି ମଞ୍ଚରେ ହେଲା ନବୀନ ବାବୁଙ୍କ ପ୍ରଚାର ଓ ପ୍ରସାର । ପୁଣି ଜଳଜଳ ହୋଉ ଦିଶିଲା ପାଟକୁରା ବିଜେଡ଼ିରେ ଫାଟ । ଦେଖୁବାକୁ ମିଳିଲା, ବିଜେଡ଼ି ସରପଞ୍ଚ ବନାମ ବିଜେଡ଼ି ବିଧାୟକ । ଆଜି 'ମୋ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମକୁ ଉଠିଲା ପଡ଼ିଲା ପାଟକୁରା ନିର୍ବାଚନ ମଣ୍ଡଳୀ । ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ସମାନ୍ତରାଳ ଭାବେ 'ମୋ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ।

ଗତ୨୧ ତାରିଖରେ ସରପଞ୍ଚ ସୁକାନ୍ତି ମହାନ୍ତିଙ୍କ ଗୋଷ୍ଠୀ ପକ୍ଷରୁ ପଞ୍ଚାୟତ ଅଫିସ୍ ପାଖରେ 'ମୋ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଥିଲା ବେଳେ, ବିଳମ୍ବିତ ରାତିରେ କିଛି ଯୁବକ ଟେଣ୍ଟକୁ ଭାଙ୍ଗି ବା ସହ ନବୀନ ପଟ୍ଟନାୟକଙ୍କ ବ୍ୟାନରକୁ ମଧ୍ୟ ଚିରି ଦେଇଥିଲେ । ପରେ ସରପଞ୍ଚଙ୍କ ଗୋଷ୍ଠୀ ଅନ୍ୟତ୍ର ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ କରି ଥିଲେ । 

 

ସେହିପରି ପାଟକୁରା ନିର୍ବାଚନ ମଣ୍ଡଳିର ବର୍ତ୍ତମାନର ବିଜେଡି ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ଅନୁଗତ, ଅବସରପ୍ରାପ୍ତ ମେଜର ଭରତ ଜେନାଙ୍କ ସଭାପତିତ୍ବରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସେହି ସମୟରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅନେକ ବିଜେଡ଼ି ନେତା ମଧ୍ୟ ଉପସ୍ତିତ ଥିଲା । ସେମାନଙ୍କୁ ସରପଞ୍ଚଙ୍କ ଗୋଷ୍ଠୀ ମାନେ ଅଣଦେଖା କରିବା ସହ କୌଣସି କଥାରେ ତାଙ୍କୁ ନ ପଚାରିବାରୁ ଅସନ୍ତୋଷ ଦେଖା ଦେଇଛି । ଗତ କିଛିଦିନ ତଳେ ବିଧାୟିକାଙ୍କ ସମର୍ଥକ ମାନେ ଜିଲ୍ଲା ବିଜେଡି ସଭାପତିଙ୍କ କୁଶପୁତ୍ତଳିକା ଦାହ କରିଥିଲେ । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ