ଯିଏ ଦେଖୁଛି ସେ କୋହୁଛି, ଏଠି କଣ ଚାଲିଛି
by Argus News
Thu, Feb 29 | 1:43 p.m.

ଅର୍ଗସ ବ୍ୟୁରୋ : ନବୀନଙ୍କ ସଭାରେ କଣ ଚାଲିଚି । ମିଶନ ଶକ୍ତି ସଭାରେ ମତୁଆଲା ମହିଳା । ହେ ନବୀନ ବାବୁ ଆମେ ତମ ଫ୍ୟାନ, ଓଡ଼ିଶାର ଜାନ୍ ତୁମେ ଓଡ଼ିଶାର ସାନ୍ । ମିଶନ ଶକ୍ତି ସଭାରେ ନବୀନ ବାବୁଙ୍କ ଗୀତର ତାଳେତାଳେ ମତୁଆଲା ହେଲେ ମହିଳା । କିଛି ମଞ୍ଚ ଉପରେ କିଛି ମଞ୍ଚ ତଳେ ନାଚିଥିଲେ ମହିଳା ମାନେ ।  ଏଭଳି ଘଟଣା ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ମିଶନ ଶକ୍ତି ଜରିଆରେ ମା'ମାନଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ । ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୧ ହଜାର ଏବଂ ୩ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ l 

 

ଏଥିସହ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବା ନେଇ ଭରର୍ଚ୍ଚୁଆଲ ମାଧ୍ୟାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଯୋଉଥି ପାଇଁ ଖୁସିରେ ନାଚୁଛନ୍ତି ଏହି ମହିଳା ମାନେ । ପଟ୍ଟାମୁଣ୍ଡାଇ ବ୍ଲକ ଶିଶୁ ଉଦ୍ୟାନ ନିକଟସ୍ଥ ଆୟୋଜିତ ଏହି ସଭାରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ ଉପସ୍ଥିତ ସାଭାକୁ ମଧ୍ୟ ରହି ସମ୍ବୋଧନ କରିଥିଲେ । ନିର୍ବାଚନ ଯେତେ ପାଖେଇ ଆସିଛୁ, ବିଜେଡ଼ି ଜିଲ୍ଲା ପରେ ଜିଲ୍ଲା ଅନେକ ପ୍ରୋଗ୍ରାମ କରି ଚାଲିଛି । ଯୋଉ ପ୍ରୋଗ୍ରାମରେ ଦେଖିବାକୁ ମିଳୁଛି ଅଦଭୁତ ଘଟଣା । ଯିଏ ଦେଖୁଛି ସେ କୋହୁଛି, ଏଠି କଣ ଚାଲିଛି ।
 

ଉଚ୍ଚ ଜୁଆର
30m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
33m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ