ବିପଦ ସାଜିଛି ଦୂଷିତ ପାଣି, ରୋଗରେ ପଡ଼ୁଛନ୍ତି ଗ୍ରାମବାସୀ
by Argus News
Wed, Apr 17 | 3:04 p.m.

ଅର୍ଗସ ବ୍ୟୁରୋ : ଦୂଷିତ ପାଣି ପିଇ ରୋଗରେ ପଡ଼ିଲେ । ୧୧ ଜଣ ଯକ୍ଷ୍ମା ରୋଗରେ ହେଲେ ଆକ୍ରାନ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡ ପଳାଶପାଳ ପଞ୍ଚାୟତର କହ୍ନେଇଗୋଳା ଗ୍ରାମରେ । ଏଠାକାର ଲୋକେ ଦୂଷିତ ପାଣି ପିଇ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମରେ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ଗାଁକୁ ଏଯାଏଁ ସରକାରଙ୍କ ବିକାଶ ର ପାଦ ଚିହ୍ନ ପଡି ନାହିଁ ।‌ ଗାଁକୁ ରାସ୍ତା ନଥିବା ବେଳେ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇ ପାରିନାହିଁ ।

ଏଠାରେ ଲୋକେ ବର୍ଷ ତମାମ ଚୁଆର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ଯାହା ଫଳରେ ବିଭିନ୍ନ ଅଜଣା ରୋଗ ସହ ଟିବି ଭଳି ମାରାତ୍ମକ ରୋଗର ଶୀକାର ହେଉଛନ୍ତି । ଏବେ ଯାଏ ଗ୍ରାମରେ ୨୫ ଜଣ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଗତ ୫ ବର୍ଷ ଭିତରେ ୬ ଜଣଙ୍କ ଟିବି ରୋଗରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।‌ 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ଜଣେ ଟିବି ରୋଗୀଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗାଁକୁ ରାସ୍ତା ନଥିବା କାରଣରୁ ଦେଢ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ତେବେ ଗ୍ରାମବାସୀ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଗାଁରେ ଏଯାଏଁ କୈାଣସି ସରକାରୀ ଅଧିକାରୀମାନେ ପାଦ ପଡିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । 

ARJUN MUNDA
23m ago
ଅର୍ଜୁନ ମୁଣ୍ଡାଙ୍କ ମୟୂରଭଞ୍ଜ ଗସ୍ତ
ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ମୟୂରଭଞ୍ଜ ଗସ୍ତ । ମୋରଡା ନିର୍ବାଚନ ମଣ୍ଡଳୀ ଶୁଳିଆପଦାର ଚାଉଳଧଣିଆ ପଡିଆରେ ଜନସଭାରେ ଯୋଗ ଦେବେ ଅର୍ଜୁନ ମୁଣ୍ଡା । ଏହା ପର
ଆଜି ଆଇପିଏଲ ପ୍ଲେ ଅଫ
34m ago
ଆଜି ଆଇପିଏଲ ପ୍ଲେ ଅଫ ମୁକାବିଲା: ପ୍ରଥମ କ୍ବାଲିଫାଏରରେ କୋଲକାତାକୁ ଭେଟିବ ହାଇଦ୍ରାବାଦ
ଅର୍ଗସ ବ୍ୟୁରୋ: ଆଜି ଆଇପିଏଲ ପ୍ଲେ ଅଫ ମୁକାବିଲା । ଗୁଜରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ
ନିର୍ବାଚନ ଡ୍ୟୁଟି ସାରି
37m ago
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ପୋଲିସ ବସ ଦୁର୍ଘଟଣାଗ୍ରସ୍ତ
ଅର୍ଗସ ବ୍ୟୁରୋ: ଭଞ୍ଜନଗରରୁ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ପୋଲିସ ବସ ଦୁର୍ଘଟଣା। ଡିଆରଡିଏ ଛକ ନିକଟରେ ଡିଭାଇଡରରେ ପିଟି ହେଲା ବସ। ଜଣେ ପୋଲିସ କର୍ମଚାରୀ ଆହତ। ଅଳ୍ପକ