ମନମୋହୁଛି ବଡଘାଗରାର ଅପରୂପ ସୌନ୍ଦର୍ଯ୍ୟ, ଜମୁଛି ପର୍ଯ୍ୟଟକଙ୍କ ଭିଡ
by Argus News
Sat, Dec 09 | 12:37 p.m.

ଅର୍ଗସ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦୁଝର ଜିଲ୍ଲା । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତା'ର ସବୁ କାରିଗରୀ । ସେହିଭଳି ଏକ ସ୍ଥାନ ହେଉଛି ଜିଲ୍ଲାର ବଡ ଘାଗରା । ଏବେ ଚାଲିଛି ପର୍ଯ୍ୟଟନର ଋତୁ । ପର୍ଯ୍ୟଟନ ସ୍ଥଳ ବୁଲିବା ସହ ବଣଭୋଜି ପାଇଁ ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ପାଉଛି । କେନ୍ଦୁଝରରେ ବହୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଥିବାବେଳେ ସେଥିମଧ୍ୟରୁ ବଡ ଘାଗରା ଅନ୍ୟତମ । ସୁନ୍ଦର ପରିବେଶ, ସହ ମନୋରମ ଜଳପ୍ରପାତ, ସାନମାଛକାନ୍ଦଣା ଡ୍ୟାମ ପର୍ଯ୍ୟଟକଙ୍କୁ ବଡଘାଗରା ପ୍ରତି ଆକୃଷ୍ଟ କରିଥାଏ । 

ଏହା ସହ ଏଠାରେ ବଣ ଭୋଜି ପାଇଁ ପର୍ଯ୍ୟାପ୍ତ ସ୍ଥାନ ଓ ସୁବିଧା ସୁଯୋଗ ଥିବାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । କେନ୍ଦୁଝର ସହରଠାରୁ ସମ୍ବଲପୁର ରାସ୍ତା ୪୯ନଂ ଜାତୀୟ ରାଜପଥରେ ୫ କି.ମି ଯିବାପରେ ପଡିଥାଏ ଅଞ୍ଜର ଛକ । ସେଠାରୁ ବାମ ପାଶ୍ୱର୍ରେ ମାତ୍ର ୩ କି.ମି ଯିବା ପରେ ପଡେ ବଡଘାଗରା । ଶୀତ ବଢିବା ସହିତ ବଡଘାଗରାରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ । ବଡଘାଗରାକୁ ଅଧିକ ସୌନ୍ଦର୍ଯ୍ୟମୟ କରିବାକୁ ଜିଲ୍ଲା ପ୍ରଶାସନ ଦ୍ବାରା ଏହାର ପାରିପାର୍ଶ୍ବିକ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ନୂତନ ଚଲାପଥ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ସୁସଜ୍ଜିତ ପାହାଚ ଓ ମନୋରମ ବିଶ୍ରାମସ୍ଥଳୀ ନିର୍ମାଣ କରାଯାଇଛି । 

 

ବଡଘାଗରାର ମୁଖ୍ୟ ଆକର୍ଷଣ ହେଉଛି ଏହାର ଝରଣା । ସୁଉଚ୍ଚ ପାହଡରୁ ଝରୁଥିବା ପାଣିର ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଦେଖିବା ପାଇଁ ‘‘ଫ୍ଲୋଟିଙ୍ଗ୍ ଜେଟି’’ ତିଆରି ହୋଇଛି । ପର୍ଯ୍ୟଟକଙ୍କ ଉପରେ ଝରଣାରୁ ବିଚ୍ଛୁରିତ ହେଉଥିବା ଟୋପା ଟୋପା ଜଳବିନ୍ଦୁ ଏକ ଅପାସୋରାର ଅନୁଭବ ଦେଇଥାଏ । ଜିଲ୍ଲା ପ୍ରଶାସନ ତରଫରୁ ୨କୋଟି ଟଙ୍କା ଖର୍ଚ୍ଚ କରାଯାଇ ବଡଘାଗରାରେ ଚିଲଡ୍ରେନ ପାର୍କ, ସାଇନ୍ସ ପାର୍କ, ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟ କରଣ, ପିକନିକ ପିଣ୍ଡି , ପିଇବା ପାଣି ବ୍ୟବସ୍ଥା ଓ ବୋଟିଂର ବ୍ୟବସ୍ଥା କରାଯିବା କଥା କିନ୍ତୁ ଆଜି ଯାଏ ହୋଇପାରିନି ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ