ଧ୍ୱଂସ ହେବାରେ ଲାଗିଛି କାରୋ ଜଙ୍ଗଲ, ଗଛ କାଟି ନେଉଛନ୍ତି କାଠ ମାଫିଆ
by Argus News
Thu, Nov 30 | 7:43 p.m.

ଅର୍ଗସ ବ୍ୟୁରୋ : ବିପଦରେ ଜଙ୍ଗଲ । ମାତିଛନ୍ତି କାଠ ମାଫିଆ । ଅବାଧରେ ଚାଲିଛି ଗଛ କଟା । କାଠ ମାଫିଆଙ୍କ ପାଇଁ ଧ୍ୱଂସ ହେବାରେ ଲାଗିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜର କାରୋ ସଂରକ୍ଷିତ ଜଙ୍ଗଲ । ବନ ବିଭାଗକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଜଙ୍ଗଲକୁ ପଦା କରିବାରେ ଲାଗିଛନ୍ତି ମାଫିଆ । ଶାଳ ଭଳି ମୂଲ୍ୟବାନ କାଠ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ଦେଖନ୍ତୁ ଏହି ଦୃଶ୍ୟକୁ । ବଡ଼ବିଲ ରେଞ୍ଜ ଅଧିନସ୍ଥ ହରମଠ ଗାଁ ନିକଟ କାରୋ ସଂରକ୍ଷିତ ଜଙ୍ଗଲରେ କାଠ ମାଫିଆଙ୍କ କଳା କାରନାମା । 

ମେସିନ କରତ ସାହାଯ୍ୟରେ ବଡ଼ ବଡ ମୂଲ୍ୟବାନ ଶାଳ ଗଛ ଗୁଡିକୁ କିପରି କଟା ହୋଇଛି । କାଠ ମାଫିଆ, ଅନେକ ଗଛ କାଟି ଜଙ୍ଗଲରୁ ନେଇଯାଉଥିବା ବେଳେ, ବହୁ ଗଛ ଏଠି ଏବେବି କଟା ହୋଇ ପଡ଼ିରହିଛି । ସୁଯୋଗ ଦେଖି ଏଗୁଡ଼ିକୁ ମଧ୍ୟ ବାହାରକୁ ଚାଲାଣ କରିବେ କାଠ ମାଫିଆ । ସେପଟେ ବନ ବିଭାଗ ସବୁ ଜାଣି ଚେଇଁକି ଶୋଇଥିବା ଅଭିଯୋଗ ହୋଇଛି । 

 

ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କଥା ବନ ବିଭାଗ କହୁଛି । ଜଙ୍ଗଲରେ ପାଟ୍ରୋଲିଂ କରାଯାଉଥିଲା ବେଳେ, ୱାଚ ଟାୱାର କରାଯାଇ ନଜର ମଧ୍ୟ ରଖାଯାଉଛି । ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ ବନ ସୁରକ୍ଷା ସମିତି ଗଠନ କରାଯାଉଛି । ହେଲେ କାହିଁକି ଅବୈଧ ଗଛକଟା ଉପରେ ଅଙ୍କୁଶ ଲାଗି ପାରୁନାହିଁ । ସେପଟେ ବଡ଼ବିଲ ରେଞ୍ଜର କହିଛନ୍ତି, 

ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନୂତନ ଜଙ୍ଗଲ ସୃଷ୍ଟି କରାଯାଉଥିଲା ବେଳେ, କାଠ ମାଫିଆଙ୍କ ପାଇଁ ସଂରକ୍ଷିତ ଜଙ୍ଗଲ ସଂକୁଚିତ ହେବାରେ ଲାଗିଛି । ହେଲେ କିଭଳି ବନ କର୍ମଚାରୀ ଗଛ କଟା ହେଇଥିବା ଜାଣି ପାରୁ ନାହାନ୍ତି । ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।  
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ