ପ୍ରେମିକର ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ
by Argus News
Mon, Feb 12 | 4:41 p.m.

ଅର୍ଗସ ବ୍ୟୁରୋ : ପୁଅର ପ୍ରେମ ହେଲା କାଳ, ପ୍ରେମିକର ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ । ଅଭିଯୋଗ ଆଣିଛନ୍ତି ଖୋଦ ପ୍ରେମିକର ମା' । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଇଞ୍ଚୋଳ ପଞ୍ଚାୟତ  ଭୁତପଦା ଗ୍ରାମରେ । ଅଭିଯୋଗ ଅନୁସାରେ ଭୁତପଦା ଗ୍ରାମର ପିତାମ୍ବର ଜେନାଙ୍କ ପୁଅ ଗତ କିଛିଦିନ ତଳେ ବନ୍ତ ଥାନା ବାଇପୁର ଗ୍ରାମର ଜଣେ ଝିଅକୁ ଭଲପାଇବା ସହିତ ତାକୁ ନେଇ କେଉଁଆଡେ ଫେରାର ହୋଇ ଯାଇଛି । 

ଝିଅଘର ଲୋକେ ଏନେଇ ବନ୍ତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପିତାମ୍ବରଙ୍କ ପରିବାର ଲୋକଙ୍କୁ ଉଠାଇ ନେଇ ପଚରା ଉଚୁରା କରିବା ସହିତ ଝିଅକୁ ଆଣି ଛାଡିବାପାଇଁ କହି ଛାଡ଼ିଦେଇଥିଲେ । ଏପରିକି ବାରମ୍ବାର ଝିଅ ଘର ଲୋକମାନେ ଆସି ପିତାମ୍ବରଙ୍କ ପରିବାରକୁ ଧମକ ଚମକ ଦେଉଥିବାରୁ ପିତାମ୍ବରଙ୍କ ପରିବାର ଲୋକେ ଘର ଛାଡ଼ି ବାହାରେ ରହୁଛନ୍ତି  । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶନିବାର ରାତିରେ  ପିତାମ୍ବରଙ୍କ ସ୍ତ୍ରୀ ମନୋରମା ଘରେ ଏକୁଟିଆ ଥିବାବେଳେ ଝିଅଘର ଲୋକମାନେ ବିଳମ୍ବିତ ରାତିରେ ଆସି କବାଟ ଖୋଲି ମନୋରମାକୁ ମାରଧର କରିବା ସହିତ ଘରେ ଥିବା ସୁନାରୁପା ମଧ୍ୟ ନେଇ ଯାଇ ଘରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଦେଖି ଗ୍ରାମବାସୀମାନେ ଆସିଯିବାରୁ ସେମାନେ ଘଟଣା ସ୍ଥଳ ଛାଡି ପଳାଇଥିଲେ । ମନୋରମା ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ