ଏଥର ଜମିଲା ଗୋଷାଣୀ ଯାତ୍ରା...
by Argus News
Wed, Oct 16 | 2:07 p.m.

ପୁରୀ: ଶ୍ରୀକ୍ଷେତ୍ର । ଅନନ୍ୟ ପରମ୍ପରା ଦେଖିବାକୁ ମିଳେ ଯେଉଁ ସହରରେ । ଏଥିରୁ ପାର୍ବଣ ବା ବାଦ ପଡ଼ିବ କେମିତି ? ୮ ସାହି ୪୨ କନ୍ଦିର ସହର ଶ୍ରୀକ୍ଷେତ୍ର । ପୁରା ଦେଶରେ ଗୋଟିଏ ପ୍ରକାର ପାର୍ବଣ ପାଳନ କରାଯାଉଥିବା ବେଳେ ପୁରୀରେ ଟିକିଏ ଭିନ୍ନତା ପରିଲକ୍ଷିତ ହୋଇଥାଏ । କାରଣ ଶରତକାଳୀନ ଦୁର୍ଗାପୂଜାରେ ମହିଷାମର୍ଦ୍ଦିନୀ ଦୁର୍ଗା ସବୁଠି ଦେବୀ ରୂପେ ପୂଜା ପାଉଥିବା ବେଳେ ଶ୍ରୀକ୍ଷେତ୍ରରେ ବୃହତାକାୟ ବିଗ୍ରହ ଗୋସାଣୀ ରୂପରେ ଉପାସିତ ହେଉଛନ୍ତି । ଗୋସାଣୀଙ୍କର ବିଗ୍ରହ ଦୁର୍ଗାଙ୍କଠାରୁ ଭିନ୍ନ । ମୂର୍ତ୍ତିର ଗଠନଶୈଳୀ ପ୍ରାଚୀନ ଓ ପାରମ୍ପରିକ । ସ୍ଥାନୀୟ ଭାଷାରେ ଏହାକୁ ଭୂଆସୁଣି ବୋଲି କୁହାଯାଏ । ରକ୍ତମୁଖା ମୁଖମଣ୍ଡଳରେ କମନୀୟତା ସହିତ ଭୀମ ଓ ରୌଦ୍ର ରୂପର ସମନ୍ବୟ ଦେଖିବାକୁ ମିଳେ । ପୂଜା ସହିତ ଆଖଡା ଦର୍ଶକଙ୍କୁ ବିମୋହିତ ବି କରେ । ତେବେ ଆଜି ଆସନ୍ତୁ ଜାଣିବା କେମିତି ଆରମ୍ଭ ହେଲା ଗୋସାଣୀ ପୂଜା...

ସଂନ୍ଧ୍ୟା ନଇଁବା ବେଳକୁ ବଡଦାଣ୍ଡରେ ଆରମ୍ଭ ହୋଇଯାଇଥିଲା ଗୋସାଣୀ ଦେବୀଙ୍କ ମେଳଣ ଉତ୍ସବ । ବିରାଟ ପଟୁଆରରେ ଆସୁଥିଲେ ଗୋଟିଏ ପରେ ଗୋଟିଏ ଗୋସାଣୀ ମେଢ । ସିଂହଦ୍ଵାର ସମ୍ମୁଖରେ ଏମିତି ଦୃଶ୍ୟମାନ ହେଉଥିଲେ ଯେ ଯେମିତି ଦେବୀମାନଙ୍କର ସଭା ଚାଲିଛି । ନାଚ ଗୀତର ରୁଣୁଝୁଣୁ ଆଉ ପାରମ୍ପରିକ ବାଦ୍ୟର ତାଳେ ତାଳେ ଚାଲିଥିଲା ନୃତ୍ୟ ।  ଭକ୍ତ ମା'ଙ୍କୁ ସିଂହଦ୍ବାରୁ ଦେବସଭାକୁ ପାଛୋଟି ଆଣିଥିଲେ ପୂଜା କମିଟି ସଦସ୍ୟ ଓ ଶ୍ରଦ୍ଧାଳୁ । 

ପ୍ରଥମେ ବଡ଼ଭଉଣୀ ମା’ ବାରବାଟୀ ଦେବସଭା ଅଭିମୁଖେ ବାହାରିବା ପରେ ଅନ୍ୟ ଦେବାଦେବୀ ଗୋସାଣୀ ଯାତକୁ ଯାଇଥିଲେ ।  ଶାରଦୀୟ ମହାପାର୍ବଣରେ ପରଦା ନଇଁବା ଆଗରୁ ମା'ଙ୍କ ଆଖିରେ ଆଖି ମିଶାଇ ଭକ୍ତଙ୍କ ଭାବ ଦିଆନିଆର ଅପୂର୍ବ ଦୃଶ୍ୟ ସମସ୍ତଙ୍କୁ ମୁଗ୍ଧ କରିଥିଲା । ଭକ୍ତମାନେ ଗୋସାଣୀଙ୍କୁ ଦେଖି କେବଳ ମୁଣ୍ଡ ନୂଆଁଇ ପ୍ରଣାମ କରୁନଥିଲେ ବରଂ  କାରିଗରୀର ମୂଲ୍ୟାୟନ ବି କରୁଥିଲେ । 

ସବୁଠି ମାଆ ଦୁର୍ଗାଙ୍କ ଉପାସନା ହେଉଥିବା ବେଳେ ଶ୍ରୀକ୍ଷେତ୍ରରେ ପିଠା ଠାକୁରାଣୀ ଗୋସାଣୀ ଦେବୀଙ୍କର ହୋଇଥାଏ ଉପାସନା । ଜହ୍ନିଖାଇ, କାକୁଡିଖାଇ,ବାରବାଟୀ, ଗେଲବାଇ,ବେଲବାଇ, ସମ୍ପାତୀ ଚଢେଇ, ଶୂନ୍ୟ ଗୋଷାଣୀ,ନାଗା ଆଦି ଅନେକ ମେଢ । ବିଶେଷକରି ଜହ୍ନିମୁଣ୍ଡିଆ ଛକ ଜହ୍ନିଖାଇ ଠାକୁରାଣୀ ଓ ବାରବାଟୀ ଠାକୁରାଣୀଙ୍କ ବିଶାଳକାୟ ମୂର୍ତ୍ତି ଦେବସଭାକୁ ଆସିବା ବେଳର ଦୃଶ୍ୟ ଦେଖିବାକୁ ରାସ୍ତାର ଦୁଇ କଡରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସେହିପରି ନାଚବାଈ ପଣିପ୍ରିୟା, ଗେଲବାର, ବେଲବାଇ, ବନଦୁର୍ଗା, ଶୂନ୍ୟ ଗୋଷାଣୀ, ଶିବପାର୍ବତୀ, ପଞ୍ଚମୁଖୀ ହନୁମାନ, ନବଗୁଞ୍ଜର, ସମ୍ପାତି, ଭାବଣ, ହାଡ଼ିଆ ଭୂତ ଓ ବୁଢାବୁଢୀ ମଧ୍ୟ ଦେବସଭାରେ ସାମିଲ ହୋଇଥିଲେ । ଦେବୀଙ୍କୁ ଆଳତି କରିଥିଲେ । ତେବେ ଗୋଷାଣୀ ଯାତ୍ରାରେ ବୁଢାବୁଢୀ ଓ ହାଡିଆ ଭୂତ ଭକ୍ତଙ୍କ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ।

 ଏହି ବିଶାଳକାୟ ନାଗା ମୂର୍ତ୍ତି ଦେଖି ଆଖି ଖୋସି ହୋଇଯାଉଥିଲା ବୀରପ୍ରତିମ କାହାଣୀ ସାଙ୍ଗକୁ ତାହାର ଠାଣି କେତେ କାରୁକାର୍ଯ୍ୟପୂର୍ଣ୍ଣ  ଦୃଶ୍ୟକୁ ଦେଖି ଚକିତ ହେଉଥିଲେ ଭକ୍ତ । ଦେବୀ ଓ ଗୋସାଣୀ ଦେବସଭାରେ ସମବେତ ହେବା ପରେ ଏକାଦଶୀରେ ଶ୍ରୀମନ୍ଦିର ଚୂଡ଼ାକୁ ଉଠୁଥିବା ମହାଦୀପ ଦର୍ଶନ କରି ବିସର୍ଜନ ପାଇଁ ବାହାରିଥିଲେ । ପ୍ରଭୁଙ୍କ ଆଶୀର୍ବାଦ ନେଇ ବିସର୍ଜନ ପାଇଁ ମେଲାଣି ନେଇଥିଲେ ମା' ଦୁର୍ଗତିନାଶିନୀ। ଆଉ ମା ଙ୍କର ଶେଷ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।  ପଚାଶରୁ ଉର୍ଦ୍ଧ୍ବ ଗାସାଣୀ ମେଢ ଧାଡି ହୋଇ ବିରାଟ ଶୋଭାଯାତ୍ରାରେ ମେଲାଣିକୁ ଯିବାବେଳେ ଭକ୍ତିପୁତ ବିଦାୟ ଦେଇଛନ୍ତି ଶ୍ରୀକ୍ଷେତ୍ରବାସୀ । ପୁଣି ଆର ବର୍ଷକୁ ଅପେକ୍ଷା ।

 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର