କମ୍ପିଟେଟିଭ ପାଇଁ କେମିତି କରିବେ ପ୍ରସ୍ତୁତି, କେମିତି କରିବେ ଟାଇମ ଟେବୁଲ, ଜାଣନ୍ତୁ..
by Argus News
Fri, Mar 22 | 5:44 p.m.

ଅର୍ଗସ ବ୍ୟୁରୋ : କମ୍ପିଟେଟିଭ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ବ୍ରହ୍ମ ମୂହୁର୍ତ୍ତରେ ଉଠିବା କେତେ ଜରୁରୀ ? କେତେ ସମୟ ନିଜ ଶୋଇବା ପାଇଁ ଧ୍ୟାନ ଦେବେ  ? କେତେ ସମୟରେ ନିଜର ପୁରା ସିଲାବସ ଶେଷ କରିବେ ? ଏସବୁକୁ ନେଇ ସବୁବେଳେ ଚିନ୍ତାରେ ଥାଆନ୍ତି ଛାତ୍ରଛାତ୍ରୀମାନେ । ତେବେ ସୋସିଆଲ ମିଡିଆରେ ନିଜର ପାଠପଢାର ଟାଇମ ଟେବୁଲ ଶେୟାର କରିଛନ୍ତି ଜଣେ ଛାତ୍ର । ଯାହା ବର୍ତ୍ତମାନ ସୋସିଆଲ ମିଡିଆର ଚର୍ଚ୍ଚାର ବିଷୟ ପାଲଟିଛି । 

ଦିନକୁ ଦିନ କମ୍ପିଟେଟିଭ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସମସ୍ତେ ନିଜ ବ୍ୟସ୍ତ ଜୀବନକୁ ଶୃଙ୍ଖଳିତ କରିବା ସହ ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ ନିଜ ଅନୁସାରେ ଟାଇମ ଟେବୁଲ ପ୍ରସ୍ତୁତ କରୁଛନ୍ତି । ତେବେ ସେଥିରୁ ଦେଶର ସବୁଠାରୁ କଠିନ ଆଇଆଇଟି ଜେଇଇ(IIT-JEE) ପରୀକ୍ଷା ପାଇଁ ପ୍ରସ୍ତୁତି ହେବା କେତେ କଷ୍ଟକର ତାହା ଆପଣ ଏହି ଟ୍ବିଟ ଦେଖିଲେ ହିଁ ଜାଣିପାରିବେ । ସୋସିଆଲ ମିଡିଆରେ ଆରସିଏକ୍ସ (@rcx୮୬) ନାମକ ହ୍ୟାଣ୍ଡେଲ ଦ୍ବାରା ଏକ ଟାଇମ ଟେବୁଲ ଶେୟାର କରାଯାଇଛି । ଯେଉଁଥିରେ ସେ ନିଜର ରାତି ଶୋଇବା ସମୟ  ୧୨ ରୁ ୪.୩୦ ଯାଏଁ ରଖିଛନ୍ତି । ଆଉ ବ୍ରହ୍ମ ମୁହୁର୍ତ୍ତରୁ ଉଠି ନିଜ ପୁରୁଣା ପାଠର ରିଭିଜନ କରିବା ପାଇଁ ମଧ୍ୟ ସମୟ ଦେଇଛନ୍ତି । ସେହିପରି ଦିନରେ ଶୋଇବା ସମୟ ମାତ୍ର ୩୦ ମିନିଟ ରଖିଛନ୍ତି । ସେହିପରି ଏହି ଟାଇମ ଟେବୁଲ ତଳେ ଲେଖିଛନ୍ତି, "ଏହି ଦିନ ପୁଣିଥରେ ଆସିବନି । ତେଣୁ ଏହି ଦିନର ସଦୁପଯୋଗ କରନ୍ତୁ ।" ଯାହାକୁ ନେଇ ଅନେକ ଛାତ୍ର ଉତ୍ସାହିତ ହୋଇଥିବା ବେଳେ ଅନେକ ଜଣ ଏପରି ଟାଇମ ଟେବୁଲକୁ ନିଶ୍ଚିତ ଅନୁସରଣ କରିବା ଦରକାର ବୋଲି କହିଛନ୍ତି ।
 

 

ଆପଣ ଯଦି ଆଇଆଇଟି କିମ୍ବା ଅନ୍ୟ କମ୍ପିଟେଟିଭ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତି କରୁଥାନ୍ତି, ତେବେ ଜରୁରୀ ନୁହେଁ କି ଆପଣ ଏହି ଟାଇମ ଟେବୁଲ ହିଁ ଅନୁସରଣ କରନ୍ତୁ । ନିଜ ଶରୀରକୁ ଆରାମ ଦେବାସହ ଯଦି ନିଜ ପାଠପଢା ପାଇଁ ସମ୍ପୁର୍ଣ୍ଣ ଧ୍ୟାନ ଦେଲେ ଆପଣ ନିଶ୍ଚିତ ସଫଳତା ପାଇପାରିବେ । ତେବେ ବ୍ରହ୍ମ ମୁହୁର୍ତ୍ତରେ ପାଠ ପଢିବା ବିଦ୍ୟାର୍ଥୀଙ୍କ ପାଇଁ ଖୁବ ଭଲ ସମୟ ହୋଇଥାଏ ବୋଲି ଅନେକ ପରୀକ୍ଷା ଗବେଷଣାରୁ ଜଣାପଡିଛି । 
 

ଟର୍ଣ୍ଣିଂ ପଏଣ୍ଟ
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ: ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତ
ROAD SHOW
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ
ଭୁବନେଶ୍ୱର: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ । ହାତ ହଲାଇ ପଦ୍ମ ଫୁଲ ଦେଖାଇଲେ, ଲୋକଙ୍କ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇ
ଗୋଲାପି ଛବି
ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା
ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019