ଅଧିକ ସମୟ ବସି ରହିଲେ ମାଂସପେଶୀ ଓ ହାଡ ଉପରେ ପ୍ରଭାବ
by Argus News
Fri, Oct 04 | 4:12 p.m.

ଅର୍ଗସ ବ୍ୟୁରୋ: ଘଣ୍ଟା ଘଣ୍ଟା ଧରି ଗୋଟିଏ ଜାଗାରେ ବସି ରହୁଛନ୍ତି । ହୁଏତ ଆପଣ ଜାଣି ନାହାନ୍ତି, ଏମିତି ଅଧିକ ସମୟ ବସି ରହିବା ଦ୍ଵାରା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । କ୍ୟାନ୍ସର ଠାରୁ ନେଇ ଡାଇବେଟିସ୍, ହାଇ ବ୍ଲଡପ୍ରେସର ଭଳି ରୋଗ ହୋଇପାରେ । 

 ଆଜିର ଆଧୁନିକ ଜୀବନଶୈଳୀରେ ଲମ୍ବା ସମୟ ଯାଏଁ ବସି ରହିବା ଏକ ସାଧାରଣ ଅଭ୍ୟାସ । ତାହା ଘରେ ବସି ଟିଭି ଦେଖିବା, ଗାଡି ଚଳାଇବା ହେଉ କି ଅଫିସରେ ବସି ରହି କାମ କରିବା । ଅଧିକ ସମୟ ପର୍ଯ୍ୟନ୍ତ ଚୌକିରେ ବସି କାମ କରିବା ଆଜିକାଲିର ୱାର୍କ କଲଚରର ଏକ ଅଂଶ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଅଭ୍ୟାସ ଆମ ଶରୀର ଉପରେ ଗୁରୁତର ପ୍ରଭାବ ପକାଏ । ମାତ୍ର ଏଥିପ୍ରତି କେହି ଏତେଟା ଧ୍ୟାନ ଦିଅନ୍ତି ନାହିଁ । ସ୍ଵାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ବହୁତ ସମୟ ବସି ରହିବା ଆମର ଶାରିରୀକ ସ୍ବାସ୍ଥ୍ୟ ସହ ମାନସିକ ସ୍ବାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ପକାଇଥାଏ । ଯଦି ଆପଣ ବି ଅଫିସରେ ଅଧିକ ସମୟ ଯାଏଁ ବସି ରହୁଛନ୍ତି, ଏହାର ମାରାତ୍ମକ ପରିଣାମ ବିଷୟରେ ଜାଣିରଖନ୍ତୁ । ଦୀର୍ଘ ସମୟ ଧରି ବସି ରହିବା ଦ୍ବାରା ମେଦବହୁଳତା ଠାରୁ ଆରମ୍ଭ କରି ହୃଦରୋଗ, ଡାଇବେଟିସ୍ ଓ କ୍ୟାନ୍ସର ଭଳି ରୋଗର ବିପଦ ବଢିଥାଏ । ବେଳେବେଳେ କାମ କରିବା, ପାଠ ପଢିବା, ଅଳସୁଆମି କିମ୍ବା ଅସୁସ୍ଥତା କାରଣରୁ ଅନେକ ଲୋକ ଚେୟାର, ସୋଫା ଓ ଖଟରେ ଅଧା ଶୋଇ ରହିବା ଅବସ୍ଥାରେ ବିତାଇଥାନ୍ତି । ଏହି ପ୍ରକାର ଆଚରଣ ଯେକୌଣସି ବୟସର ମହିଳା, ପୁରୁଷ ଓ ଛୋଟ ଛୁଆଙ୍କ କ୍ଷେତ୍ରରେ ହାଡ, ମାଂସପେଶୀ ସମ୍ବନ୍ଧୀୟ ସମସ୍ୟା ସହ ବିଭିନ୍ନ ମାରାତ୍ମକ ରୋଗର କାରଣ ହୋଇପାରେ ।

ଅଧିକ ସମୟ ଯାଏଁ ବସି ରହିବାର କ୍ଷତି 

ମାଂସପେଶୀ ଓ ହାଡ ଉପରେ ପ୍ରଭାବ:-

ଦୀର୍ଘ ସମୟ ଧରି ବସିବା ଦ୍ଵାରା ମାଂସପେଶୀ ଦୁର୍ବଳ ହୋଇଯାଏ । ବିଶେଷ ଭାବରେ ପିଠି ଓ ପେଟର ମାଂସପେଶୀ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗେ । ଏହି କାରଣରୁ ପିଠି ଯନ୍ତ୍ରଣା ଓ ମାଂସପେଶୀରେ ଯନ୍ତ୍ରଣା ହୋଇପାରେ । ସେହିପରି ଆପଣଙ୍କ ବସିବାର ଭୁଲ୍ ଅବସ୍ଥା ମେରୁଦଣ୍ଡ ଓ ବେକରେ ଯନ୍ତ୍ରଣା କିମ୍ବା ଅନ୍ୟ ସମସ୍ୟା ସୃଷ୍ଟି କରିପାରେ ।

ମେଦବହୁଳତା:- ଯେତେବେଳେ ଆପଣ ଅଧିକ ସମୟ ଧରି ବସି ରୁହନ୍ତି, ଶରୀରର କମ୍ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ଏହା ଆପଣଙ୍କ ଓଜନ ବୃଦ୍ଧି ଘଟାଇପାରେ । ଶରୀରରେ ଚର୍ବି ଜମା ହେବା ଆରମ୍ଭ କରେ ଓ ମୋଟାପଣର କାରଣ ହୋଇଥାଏ । ଓଜନ ବଢିବା ଦ୍ଵାରା ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଅନ୍ୟାନ୍ୟ ମେଟାବୋଲିସ ସମସ୍ୟାର ହେବାର ଆଶଙ୍କା ବଢିଥାଏ ।

ହୃଦରୋଗ ଆଶଙ୍କା:- ଅଧିକ ସମୟ ବସିବା ଦ୍ଵାରା ହୃଦରୋଗ ଆଶଙ୍କା ମଧ୍ୟ ବୃଦ୍ଧି ପାଏ । ଘଣ୍ଟା ଘଣ୍ଟା ଧରି ବସିବା ଫଳରେ ରକ୍ତ ପ୍ରବାହ ଧୀମା ହୋଇଯାଏ ଯେଉଁ କାରଣରୁ ଧମନୀରେ ଚର୍ବି ଜମା ହୋଇପାରେ । ଏହି କାରଣରୁ ରକ୍ତ ସଞ୍ଚାର ପ୍ରଭାବିତ ହୋଇପାରେ ଏବଂ ହାର୍ଟଆଟାକ୍ ଓ ଷ୍ଟ୍ରୋକ ଭଳି ବିପଦ ବଢିଥାଏ । 

ଡାଇବେଟିସ୍ ଆଶଙ୍କା:- ଲଗାତାର ଅଧିକ ସମୟ ଯାଏଁ ବସି ରହିଲେ ଶରୀରରେ ଇନସୁଲିନ ସମ୍ବେଦନଶୀଳତା କମ୍ ହୋଇଯାଏ । ଯେଉଁଥିପାଇଁ ରକ୍ତରେ ଶର୍କରା ସ୍ତର ବଢିପାରେ । ଫଳରେ ଟାଇପ୍-2 ଡାଇବେଟିସ୍ ହେବାର ଆଶଙ୍କା ମଧ୍ୟ ବଢିଯାଏ ।

ମାନସିକ ସ୍ଵାସ୍ଥ୍ୟ:- ଅଧିକ ସମୟ ବସି ରହିଲେ ମାନସିକ ସ୍ଵାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଏହି କାରଣରୁ ଚାପ, ଅବସାଦ ଓ ଚିନ୍ତା ଭଳି ମାନସିକ ସମସ୍ୟା ହୋଇପାରେ । ଶାରିରୀକ ଗତିବିଧି କମିଲେ ମସ୍ତିଷ୍କରେ ଏଣ୍ଡୋଫ୍ରିନ ଉତ୍ପାଦନ କମ୍ ହୁଏ । ଫଳରେ ମୁଡ୍ ସୁଇଙ୍ଗ ଓ ମାନସିକ ଥକ୍କାପଣ ଅନୁଭବ ହୋଇଥାଏ ।

କ୍ୟାନ୍ସର ବିପଦ:- ଲମ୍ବା ସମୟ ଯାଏଁ ବସି ରହିବା ଦ୍ଵାରା ଶରୀରରେ ପ୍ରଦାହ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ । ଯାହା କ୍ୟାନ୍ସର ଭଳି ମାରାତ୍ମକ ରୋଗର ଆଶଙ୍କା ବଢାଇଥାଏ ।
କେମିତି ଏହି ବିପଦରୁ ପାଇବେ ମୁକ୍ତି ?

ମଝିରେ ମଝିରେ ବ୍ରେକ ନିଅନ୍ତୁ:- ଯଦି ଆପଣ ଅଫିସରେ କାମ କରୁଛନ୍ତି ଏବଂ ଲମ୍ବା ସମୟ ଯାଏଁ ବସି ରହୁଛନ୍ତି, ତାହେଲେ ପ୍ରତି ୩୦-୪୦  ମିନିଟରେ ଛିଡା ହୁଅନ୍ତୁ ଓ ଚାଲନ୍ତୁ । ଏହାଦ୍ଵାରା ଆପଣଙ୍କ ମାଂଶପେଶୀ ଉପରେ ଚାପ କମ୍ ହେବ ଓ ରକ୍ତ ସଞ୍ଚାଳନ ଉନ୍ନତ ହେବ ।

ଆକ୍ଟିଭିଟି ବଢାନ୍ତୁ:- ପ୍ରତିଦିନ ୩୦ ମିନିଟ୍ ବିଭିନ୍ନ ଶାରିରୀକ ଗତିବିଧିରେ ନିୟୋଜିତ ରୁହନ୍ତୁ, ଯେମିତିକି- ଚାଲିବା, ଦୌଡିବା, ସାଇକେଲ ଚଳାଇବା, ଯୋଗ କରିବା ଇତ୍ୟାଦି । ଏହାଦ୍ଵାରା କେବଳ ଆପଣଙ୍କ ଶରୀର ଫିଟ୍ ରହିବା ନାହିଁ ମାନସିକ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ ।

ଠିକ୍ ଢଙ୍ଗରେ ବସନ୍ତୁ:- ବସିବା ସମୟରେ ଠିକ୍ ମୁଦ୍ରାରେ ବସନ୍ତୁ । ପିଠି ସିଧା ରଖନ୍ତୁ । ଚୌକିରେ ଏମିତି ଭାବେ ବସନ୍ତୁ ଯେମିତି ଆପଣଙ୍କ ମେରୁଦଣ୍ଡ ହାଡକୁ ସାହାରା ମିଳିବ । ଏପରି କଲେ ଆପଣଙ୍କୁ ପିଠିରେ କିମ୍ବା ବେକରେ ଯନ୍ତ୍ରଣା ହେବ ନାହିଁ ।

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର...
 

ମେଳି କର୍ପୋରେଟର
ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର
ଭୁବନେଶ୍ୱର: ନବୀନଙ୍କୁ ଭେଟିଲେ ମେଳି କରିଥିବା କର୍ପୋରେଟର । ନବୀନ ନିବାସ ଯାଇ ଭେଟିଲେ । ଏହି କର୍ପୋରେଟର ଗୋଷ୍ଠୀ କିଛି ଦିନ ତଳେ ଶଙ୍ଖ ଭବନରେ ଦୁଇ ବିଦ୍ରୋହୀ କର୍ପୋରେଟର ଅମରେଶ ଜେନା
ବିନାଶକାରୀ ଯୁଦ୍ଧ
ଇସ୍ରାଏଲ୍ ର ଫୋର ଫ୍ରଣ୍ଟ ଆଟାକ୍
ଅର୍ଗସ ବ୍ୟୁରୋ: ଯୁଦ୍ଧ ..ବିନାଶକାରୀ ଯୁଦ୍ଧ...ନା ହଟିବ ନା ଝୁକିବ...ହିଜବୁଲ୍ଲା ବିନାଶ ମୋଡ ରେ ଇସ୍ରାଏଲ୍..ଗୋଟିଏ ପରେ ଗୋଟିଏ ହିଜବୁଲ୍ଲା କମାଣ୍ଡର ଙ୍କୁ ଖୋଜି ଖୋଜି ଧ୍ବସ କରୁଛ
ଶିକ୍ଷକ ନିଯୁକ୍ତି ଦାବି
ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର
ଅର୍ଗସ ବ୍ୟୁରୋ: ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଆଯାଇଥିଲା ବନ୍ଦ ଡାକରା । ରାସ୍ତାକୁ ଓହ୍ଲାଇଥିଲେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତା