ଏହି ରାଶିଙ୍କ ପାଇଁ ଆଜି ବହୁତ ଶୁଭ...
by Argus News
Tue, Jun 25 | 7:40 a.m.

ଅର୍ଗସ ବ୍ୟୁରୋ:  ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ପଢନ୍ତୁ...

ମେଷ-

ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ଜୀବନ ସାଥି ଆପଣଙ୍କର ପ୍ରଂଶସା କରିବେ । ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ବେପାର ବୃତିରୁ ସଫଳତା ହାସଲ  କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ସୂର‌୍ୟ୍ୟ ଦେବତାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ  

ବୃଷ-

କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୁରେଇବା ଭଲ । ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ । ଘରକୁ ବନ୍ଧୁ ଆସିପାରନ୍ତି । ଖେଳାଳିମାନେ ନିଜର ହୃତେଗୈରବ ଫେରି ପାଇବେ । ଆପଣ ଯେଉଁ ନିଷ୍ପତି ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ 

ମିଥୁନ-

ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢିବ । କାରବାରରେ ଆପଣଙ୍କର ବହୁତ ଲାଭ ହେବ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିପାରେ ।ମିଥ୍ୟା ଅଭିଯୋଗରେ କୋର୍ଟର ଦ୍ୱାରସ୍ଥ ହେବେ । ମହିଳା ମାନେ ପୂଜାପାଠରେ ମନ ଲଗାଇବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ-

ସାହସର ସହିତ କାମ କରନ୍ତୁ ସଫଳତା ପାଇବେ । ଶାରିରୀକ ଦୁର୍ବଳତା ଦେଖାଦେବ । ମିତ୍ର ବନ୍ଧୁ ମାନଙ୍କ ପରିସର  ବୃଦ୍ଧି ପାଇବ । ସରକାରୀ କାମରେ ସଫଳତା ପାଇବେ । ଅଧିକ କ୍ରୋଧ କରି ନିଜର କ୍ଷତି କରିପାରନ୍ତି । ପାରିବାରିକ ଜୀବନରେ ପତ୍ନୀ ପିଡା ସହ ସନ୍ତାନ ଲାଭର ଯୋଗ ରହିଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-

ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ । ଆଇନ ଛାତ୍ର ମାନେ ସମୟର ସଦୁପଯୋଗ କରନ୍ତୁ । ରାଜନୀତିରେ ମନକାମନା ପୂରଣ ହେବ । ମାଲିମକନ୍ଦମାରେ ସଫଳତା ହାସଲ କରିବେ । ମହିଳା ମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଲୋକେ ଆପଣଙ୍କ ବ୍ୟକ୍ତିତକୁ ପ୍ରେରଣା ଦେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

କନ୍ୟା-

ନିଜ ମନରେ ନୂଆ ନୂଆ ବିଚାର ଆସିପାରେ ବ୍ୟବସାୟ ସଂପୂର୍ଣ୍ଣ କ୍ଷତିରେ ଚାଲିପାରନ୍ତି । ବିଦ୍ୟାର୍ଥୀ ମାନେ କିଛି ସଫଳତା ପାଇପାରନ୍ତି । ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ  ଭଲ କଥା କହି ବନ୍ଧୁ ମନରେ ବିଶ୍ୱାସ ଆଣିବେ । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ  

ତୁଳା- 

ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି । ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ୍ ହୋଇ ପାରନ୍ତି । ବିଶ୍ୱାସି ଲୋକ ବିଶ୍ୱାସଘାତ କାମ କରିପାରନ୍ତି । ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ବିଛା-

ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ । କର୍ମଜୀବି ମାନେ କର୍ମପ୍ରବଣତା ପ୍ରିତି ବୃଦ୍ଧି ପାଇବ । ରାଜନୈତିକ ଜୀବନ ଉଥାନ୍ , ପତନରେ ଗତି କରିବେ ।  ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟକୁ ହାତକୁ ନେବେ । ଶିକ୍ଷାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।  
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯  
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ

ଧନୁ-

ଆୟ ଖୁବ୍ ଭଲ ହେବ । ପାରିବାରି ଜୀବନ ହସ, ଖୁସିରେ କଟିବ । ଚାକିରିରେ ପ୍ରାଧ୍ୟାନ ବଜାୟୀ ରଖିବେ ।ଜମିଜମା କିଣିବାର ସୁଯୋଗ ରହିଛି । ନିଜ ଜିନିଷ କେଉଁଠି ରଖି  ପାସୋରି ଯିବେ । କୈାଣସି ଗୋଟେ ବଡ ପଦବୀ ଯାଇପାରେ ।  
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ

ମକର-

ବାଲ୍ୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ଯୋଗ ରହିଛି ।  ସାମୟିକ ଶାରିରୀକ ପିଡା  ଭୋଗିବାକୁ ପଡିବ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ । ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ ।  ଫିଲ୍ମ ଉଦ୍ୟୋଗି କ୍ଷେତ୍ରରେ ଥିବା ଭଲ ସୁଯୋଗ ମିଳିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-

ଦାମ୍ପତ୍ୟ ଜୀବନ ସାମଞସ୍ୟ ବଜାୟ ରହିବ। ଛାତ୍ରଛାତ୍ରି ମାନେ ପଢା ପଢିରେ ନିରନ୍ତର ମନ ଦେବେ । ଘରୋଇ ଚାକିରିଆଙ୍କୁ ନୂଆ ପକଳ୍ପ ମିଳିବ । ଗୃହିଣୀଙ୍କ ଘରକାମରେ ଘର ଲୋକ ସାହାର‌୍ୟ୍ୟ କରିବେ । କେହି ଆପଣଙ୍କୁ ସାହାର‌୍ୟ୍ୟର ହାତ ବଢାଇବେ । ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମୀନ-

ବାନ୍ଧବୀଙ୍କ ଠାରୁ ଶୁଭ ଖବର ଶୁଣିବାକୁ ପାଇବେ । ଉଦର ରୋଗରେ ଆକ୍ରାନ୍ତ ହେବେ ।  ସବୁ ସମାଧାନକୁ ଦୃଢ ଭାବରେ ମୁକାବିଲା କରିବେ। ରାଜନୀତିରେ ଆର୍ଥିକ ଲାଭ ହୋଇପାରେ । ସ୍ୱାର୍ଥ ପ୍ରବୃତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରିବେ ।  
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦୀ ଖଣ୍ଡକୁ ଘୋରି ତିଲକ ଭାବରେ ମଥାରେ ଲଗାନ୍ତୁ

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ