ହ୍ବାଇଟ ବଲ ଖେଳିବେନି ବୋଲି ସ୍ପଷ୍ଟ କଲେ କୋହଲି
by Argus News
Thu, Nov 30 | 2:31 p.m.

ଅର୍ଗସ ବ୍ୟୁରୋ: ବିଶ୍ବକପ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ଟିମ ଇଣ୍ଡିଆର ଅନେକ ବରିଷ୍ଠ ଖେଳାଳି ଛୁଟି କାଟୁଛନ୍ତି। ବିଶ୍ବକପ ହାରିବା ପରେ କୋହଲି ଏବଂ ରୋହିତ ବର୍ତ୍ତମାନ ପାଇଁ ଟି-୨୦ ଫର୍ମାଟରୁ ଦୂରରେ ଅଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି। ଏହି ସିରିଜ ପରେ ଟିମ ଇଣ୍ଡିଆକୁ ଦକ୍ଷିଣଆଫ୍ରିକା ଗସ୍ତରେ ଯିବାକୁ ପଡ଼ିବ। ଯେଉଁଠାରେ ପ୍ରଥମ ୩ଟି ଟି-୨୦, ୩ଟି ଓ୍ବାନଡେ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ। ବିଶ୍ବକପରେ ସବୁ ମ୍ୟାଚରେ ବିରାଟଙ୍କ ପ୍ରଦର୍ଶନ ଥିଲା ଏକଦମ ଜବରଦସ୍ତ।

ସେ ସବୁ ମ୍ୟାଚରେ ଦେଶକୁ ଗର୍ବିତ ମଧ୍ୟ କରିଥିଲେ।  ବିରାଟ କୋହଲି ବିସିସିଆଇକୁ ସୂଚନା ଦେଇଛନ୍ତି, ସେ ଓ୍ବାନଡେ ଏବଂ ଟି-୨୦ ଫର୍ମାଟରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ନେଉଛନ୍ତି। ଏବଂ ସେ ଏହି ଦୁଇ ଫର୍ମାଟକୁ କେବେ ଫେରିବେ ସେ ନିଜେ ଜଣାଇବେ। ଏହି କଥା ଶୁଣି ବିରାଟଙ୍କ କୋଟି କୋଟି କ୍ରିକେଟ ଫ୍ୟାନ ନିରାଶ ହୋଇପଡ଼ିଛନ୍ତି।  ଫ୍ୟାନ ମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ଯେ, ବାଧହୁଏ ବିରାଟ ବର୍ତ୍ତମାନ ହ୍ବାଇଟ ବଲଠାରୁ ନିଜକୁ ଦୂରେଇବାକୁ ଚାହୁଁଛନ୍ତି। ଉଭୟ ଫର୍ମାଟରୁ ତାଙ୍କର ଅବସର ଗ୍ରହଣ କରିବାର ସଙ୍କେତ ଦେଇଛନ୍ତି। 

ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କ ସହ ବର୍ତ୍ତମାନ ଲଣ୍ଡନରେ ଛୁଟି କାଟୁଛନ୍ତି ଭାରତୀୟ ଟିମର କ୍ୟାପଟେନ ରୋହିତ ଶର୍ମା ମଧ୍ୟ ସ୍ତ୍ରୀ ରିତିକାଙ୍କ ସହ ଲଣ୍ଡନରେ ଛୁଟି କାଟୁଛନ୍ତି। ସେପଟେ ରୋହିତ ମଧ୍ୟ ବିଶ୍ବକପ ପରାସ୍ତ ହେବାପରେ କ୍ୟାମେରାଠାରୁ ଦୂରରେ ଅଛନ୍ତି। ଏୟାରପୋର୍ଟରେ ତାଙ୍କ ଝିଅ ସମାଇରା ଏକ ମିଡିଆରେ କହିଛନ୍ତି ଯେ, ମୋ ପାପା ବହୁତ ପଜିଟିଭ। ଆଉ ମାସେ ପରେ  ସେ ପୁଣି ହସିବେ ଆଉ ସେଇ ଜୋଶରେ ଖେଳିବେ। ଏହି ଦୁଇ ଖେଳାଳି ଗତ ୨-୩ମାସ ଧରି କ୍ରମାଗତ କ୍ରିକେଟ ଖେଳିଛନ୍ତି। ପ୍ରଥମେ ଏସିଆ କପରେ ଟିମ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ତା'ପରେ ଘରୋଇ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏବଂ ପରେ ବିଶ୍ବକପରେ କ୍ରମାଗତ ୧୦ଟି ମ୍ୟାଚ ଜିତି ଶେଷରେ ଫ୍ୟାଇନାଲ ମ୍ୟାଚରେ ଇଣ୍ଡିଆ ହାରିଯାଇଥିଲା।

ଏହି ସମୟରେ ବିରାଟଙ୍କ ନିଷ୍ପତ୍ତି ଅବସରର ସଙ୍କେତ ପରି ମନେ ହେଉଛି। କିନ୍ତୁ ବିରାଟଙ୍କ ବର୍ତ୍ତମାନର ଫର୍ମ ଏବଂ ଫିଟନେସକୁ ଦେଖିଲେ ସେ ଏହି ସମୟରେ କୌଣସି ଫର୍ମାଟରୁ ଅବସର ନେବା ଉଚିତ ନୁହେଁ। କାରଣ ବିରାଟ ହେଉଛନ୍ତି ଇଣ୍ଡିଆ ଟିମର ରନ ମେସିନ। ତାଙ୍କ ବିନା ଦଳ ଜିତିବା ଏକପ୍ରକାର ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ। ଆଉ ଜିତିଲେ ବି ସେଭଳି ମଜା ଆସିବନି। କାରଣ ବିରାଟ କୋହଲିଙ୍କ ଫ୍ୟାନ ଫଲୋଇଙ୍ଗ ସବୁଠାରୁ ଅଧିକ। ପଡ଼ିଆକୁ ଆସିଲେ ହିଁ ଯେମିତି ଲୋକଙ୍କର କ୍ରେଜ ବଢ଼ିଯାଏ। ସେଥିପାଇଁ ବର୍ତ୍ତମାନ  ସେ ଏଭଳି ନିଷ୍ପତ୍ତି ନେବା ଉଚିତ ନୁହେଁ। ଫ୍ୟାନମାନଙ୍କ ପାଇଁ ଖେଳିବା ଦରକାର। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ