ହତ୍ୟାରେ କି ଦୁଷ୍କର୍ମରେ ମୋର କୌଣସି ଭୂମିକା ନାହିଁ କହିଲା ସଞ୍ଜୟ 
by Argus News
Sun, Sep 08 | 3:34 p.m.

ନୂଆଦିଲ୍ଲୀ:  ଜେଲ୍‌ରେ ପାଟି କରି ମୁଁ ନିର୍ଦ୍ଦୋଶ ନିର୍ଦ୍ଦୋଶ କହୁଛି ସଂଜୟ । ହତ୍ୟାରେ କି ଦୁଷ୍କର୍ମରେ ମୋର କୌଣସି ଭୂମିକା ନାହିଁ। ସେମିନାର ରୁମ୍‌ରେ ଡାକ୍ତରଙ୍କ ମୃତଦେହ ଦେଖି ମୁଁ ଦୌଡି ପଳାଇ ଆସିଥିଲି । ପଲିଗ୍ରାଫ୍‌ ଟେଷ୍ଟରେ ସବୁ ସତ ଜଣାଯାଇଛି ବୋଲି ସଂଜୟ ଚିତ୍କାର କରିବା ସହିତ ମୁଁ ନିର୍ଦ୍ଦୋଶ ବୋଲି କହୁଛି ସଂଜୟ । କଥା ହେଲା ଯେତେବେଳେ ୧୦ ଅଗଷ୍ଟରେ ସଞ୍ଜୟ ରାୟକୁ କୋଲକାତା ପୋଲିସ ଗିରଫ କରିଥିଲା ସେତେବେଳେ  ସଞ୍ଜୟ ତାର ଦୋଷ ସ୍ୱୀକାର କରିଥିଲା, ଆଉ କହିଥିଲା  ମୋତେ ଫାସୀ ଦେଇଦିଅ । କିନ୍ତୁ  ସଞ୍ଜୟ ଏବେ ୟୁ-ଟର୍ନ ନେଇ ଦାବି କରି କହୁଛି   ମୋତେ ଫସାଇ ଦିଆଯାଇଛି.. ସେ ନିର୍ଦ୍ଦୋଶ ବୋଲି କହୁଛି ସଞ୍ଜୟ ।  ଏବେ ସଞ୍ଜୟ  କୋଲକାତା ର ପ୍ରେସିଡେନ୍ସୀ ଜେଲ୍‌ ରେ ବନ୍ଦ  ଅଛି। ସେଠାରେ ତାର  ପଲିଗ୍ରାଫ ଟେଷ୍ଟି ହୋଇଥିଲା।  ପଲିଗ୍ରାଫ ଟେଷ୍ଟ ସମୟରେ ସଞ୍ଜୟକୁ ସିବିଆଇ ୧୦ ଟି ପ୍ରଶ୍ନ କରିଥିଲା । 
 ଅନେକ  ଥର  ବୟାନ ବଦଳାଇ ସାରିଲାଣି ସଞ୍ଜୟ  

 ରିପୋର୍ଟ ଅନୁସାରେ  ତଦନ୍ତ ସମୟରେ  ସିବଆଇକୁ ସଞ୍ଜୟ କାହିଛି ମୁଁ ହତ୍ୟା କରିନି.  କିନ୍ତୁ ସିସିଟିଭି ଫୁଟେଜରେ  ସଞ୍ଜୟ ରାୟ ସେମିନାର ହଲ୍‌ରେ ପ୍ରବେଶ କରୁଥଇବାର ଦେଖିବାକୁ ମିଳିଥିଲା।  ଖାଲି ଏତିକି ନୁହେଁ ଲେଡି ଡାକ୍ତର ଶବ ପାଖରେ ସଞ୍ଜୟ ରାୟର  ବ୍ଲୁ ଟୁଥ୍‌  ଡିଭାଇସ୍‌ ମଧ୍ୟ ମିଳିଥିଲା।   ଏତେ ସବୁ ପ୍ରମାଣ ଥାଇ ମଧ୍ୟ ନିଜ ମତ ପରିବର୍ତ୍ତନ କରି ମିଛ କହିବାରେ ଲାଗିଛି ସଞ୍ଜୟ। 
ଅଧିକ ଦେଖନ୍ତୁ : 

ରାଜଧାନୀରେ
11m ago
ରାଜଧାନୀରେ ପୁଣି ବୋମାମାଡ: ୩ଟି ବୋମା ଫିଙ୍ଗିଲେ ଦୁର୍ବୁତ୍ତ
ଅର୍ଗସ ବ୍ୟୁରୋ: ରାଜଧାନୀରେ ପୁଣି ବୋମାମାଡ଼ ହୋଇଛି। କ୍ୟାପିଟାଲ ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ବୋମାମାଡ ହୋଇଛି। ୨ଜଣ ଯୁବକ ବାଇକରେ ଆସି ଦୁଇଟି ସ୍ଥାନରେ ୩ଟି ବୋମା ପକାଇ ଫେରାର
ରାଜ୍ୟରେ
29m ago
ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ
ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ ପୁରିଲା ୧୦୦ ଦିନ। ଶରଧାବାଲିରେ ୧୦୦ ଦିନର ହିସାବ ଦେବେ ସରକାର। ସଂକଳ୍ପ ପତ୍ରର ପ୍ରତିଶ୍ରୁତି ପୂରଣ ପାଇଁ ଜୁନ ୧୨ରେ ଶପଥ ନେଇଥିଲା ନୂ
ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର