ସଙ୍କଟରେ କୁମ୍ଭକାର : ମଉଳି ଯାଇଛି କୂଳ ବେଉସାର ନିଶା
by Argus News
Thu, Dec 07 | 3:38 p.m.

ଅର୍ଗସ ବ୍ୟୁରୋ : ସମୟ ବଦଳିବା ସହ ବଦଳୁଛି ଲୋକଙ୍କ ଆବଶ୍ୟକତା । ମାଟିକୁ ଜୀବନ୍ତ ବଞ୍ଚୁଥିବା କୁମ୍ଭାକାରଙ୍କ ପାଇଁ ଅଭିଶାପ ପାଲଟିଛି ପ୍ଲାଷ୍ଟିକ ଯୁଗ । କେବଳ ହାଣ୍ଡି ମାଠିଆ ବିକିଲେ ପେଟ ପୁରୁନଥିବାରୁ କୌଳିକ ବୃତି ଛାଡ଼ି ରାଜ୍ୟ ବାହାରକୁ ଯାଉଛନ୍ତି କୁମ୍ଭକାର । ଆମେ କହୁଛୁ କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ଅନ୍ତର୍ଗତ ଲିମା ପଞ୍ଚାୟତର କୁମାରଗୁଡା ଗ୍ରାମର ୬୦ରୁ ଉର୍ଦ୍ଧ କୁମ୍ଭାର ପରିବାରଙ୍କ କଥା । ଜିଲ୍ଲାର ଏହି ଗ୍ରାମଟି ବେଶ ଜଣାଶୁଣା । କାରଣ ଏହି ଗ୍ରାମର ଥିବା କୁମ୍ଭାର ମାନଙ୍କ ହାତରେ ଥିବା ଚମତ୍କାର ଆଉ କୋଉଠି ମିଳେ ନାହିଁ । 

ପ୍ରତିଦିନ ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନ ରାତି ପରିଶ୍ରମ କରି ମାଟିରେ ବିଭିନ୍ନ ପ୍ରକାରର ଦୀପ, ଫରୁଆ, ହାଣ୍ଡି, ମାଠିଆ, କୁଣ୍ଡି, ଚୁଲି ଓ ପୂଜାରେ ବ୍ୟବହୃତ ଜିନିଷ ପରି ମାଟିରେ ବିଭିନ୍ନ ଜିନିଷ ତିଆରି କରନ୍ତି । କିନ୍ତୁ ପରିଶ୍ରମର ପ୍ରକୃତ ମୂଲ୍ୟ ମିଳିପାରେ ନାହିଁ । ନିଜ କୌଳିକ ବୃତ୍ତି ହୋଇଥିବାରୁ ବାଧ୍ୟ ହୋଇ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କୁମ୍ଭାର ମାନଙ୍କୁ ମାଟିର ଜିଣିଷ ତିଆରି କରିବା ପାଇଁ ବହୁତ ଦିନ ଲାଗିଯାଏ କିନ୍ତୁ ବିକ୍ରି କଲାବେଳେ ତାହାର ପ୍ରକୃତ ମୂଲ୍ୟ ମିଳିପାରେ ନାହିଁ । 

 

ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ସୁବିଧା ମିଳିପାରିଲେ ସେମାନେ ଆଗକୁ ବଢିପାରନ୍ତେ ବୋଲି କହିଛନ୍ତି । କିଛି ବର୍ଷ ପୂର୍ବେ କିଛି ସରକାରି ବାବୁ ଆସିଥିଲେ ଆଉ ସେମାନଙ୍କୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଆଉ ସୁଯୋଗ ପ୍ରଦାନ କରାଯିବ କିନ୍ତୁ ସେ ସବୁ ପ୍ରତିଶୃତି କେବଳ ପାଣିର ଗାର ଥିଲା ବୋଲି କହିଛନ୍ତି କୁମ୍ଭାର ପରିବାର । ବହୁତ ବର୍ଷ ହେଲା ଏହି ଗ୍ରାମଟିରେ କୁମ୍ଭାରମାନେ ମାଟି କାର୍ଯ୍ୟ କରି ଆସୁଛନ୍ତି । କିନ୍ତୁ କୁମ୍ଭାର ମାନଙ୍କୁ ସରକାରଙ୍କ ତରଫରୁ କିଛି ସୁବିଧା ମିଳିପାରୁ ନାହିଁ । 

ସରକାରଙ୍କ ତରଫରୁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ପାଇଁ ଟ୍ରେନିଂ ମଧ୍ୟ ଦିଆଯାଉ ନାହିଁ । କେନ୍ଦ୍ର ସରକାର କାରିଗର ବୁଣାକାର ମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ମାନ କରୁଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ କୁନ୍ଦ୍ରା ବ୍ଲକର କୁମାରଗୁଡା ଗ୍ରାମର କୁମ୍ଭାରମାନେ ଏବେ ପର୍ଯ୍ୟନ୍ତ ସମସ୍ତ ସରକାରି ସୁବିଧାରୁ ବଞ୍ଚିତ ରହିଛନ୍ତି । ଦେଖିବାକୁ ବାକି ରହିଲା ରାଜ୍ୟ ସରକାର କୁମାରଗୁଡା ଗ୍ରାମର ୬୦ରୁ ଉର୍ଦ୍ଧ କୁମ୍ଭାର ପରିବାରଙ୍କ ପ୍ରତି ରାଜ୍ୟ ସରକାରଙ୍କ କେବେ ଦୃଷ୍ଟି ପଡୁଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ