ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ : ପାଣି ମୁନ୍ଦାଏ ପାଇଁ ହେଉଛନ୍ତି ବୋରିଗୁମ୍ମାବାସୀ
by Argus News
Wed, Apr 03 | 3:35 p.m.

ଅର୍ଗସ ବ୍ୟୁରୋ : ସକାଳ ପାହିଲେ ଲୋକଙ୍କୁ ଘାରେ ପାଣି ଚିନ୍ତା । ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ବୋରିଗୁମ୍ମା ବାମୁଣିଆ ଗୁଡା ଗ୍ରାମର ଗାଁ ଲୋକେ । ଗାଁରେ ରୁହନ୍ତି ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ପରିବାର । ଗାଁର ମହିଳା ମାନେ ଗରା ମାଠିଆ ଧରି ବାହାରି ପଡ଼ନ୍ତି ପଡୋଶୀ ଡ଼ାବା ଗାଁକୁ ପ୍ରାୟ ତିନି କିଲୋମିଟର ରାସ୍ତା ଗଲା ପରେ ପାଣି ଆଣନ୍ତି ।

ସେପଟେ ପୁରୁଷ ମାନେ ବି ବାଇକରେ ଡ୍ରମ ବାନ୍ଧି ପାଣି ଆଣନ୍ତି । ଦିନର ଗୋଟିଏ ଓଳି ପାଣି ବୁହାରେ ସମୟ କୋଟିଯାଏ । ଆଉ ଦିନ ମଜୁରିଆ କାମକୁ ଯିବାକୁ ସମୟ ପାଆନ୍ତି ନାହିଁ । ଗାଁରେ ରହୁଥିବା ବୃଦ୍ଧ ଲୋକ ମାନେ ଗାଁରେ ରହିଥିବା ପରିତ୍ୟକ୍ତ କୂଅରୁ କିମ୍ବା ନିକଟସ୍ଥ କେନାଲର ପାଣି ବ୍ୟବହାର କରନ୍ତି । 

 

ଗ୍ରାମବାସୀ ଜଳ ସମସ୍ୟା ନେଇ ବିଡ଼ିଓ, ଜିଲ୍ଲାପାଳ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କୁ ଗୁହାରି କରି କରି ଥକିଗଲେଣି । କିନ୍ତୁ ସମାଧାନ ହୋଇ ପାରୁ ନାହିଁ । ଲୋକେ ଖରା ଦିନ ଆସିଲା ପାଣି ପାଇଁ ହାହାକାର ହୁଅନ୍ତି । ନିର୍ବାଚନ ପୂର୍ବରୁ ସରପଞ୍ଚ ହୁଅନ୍ତୁ କି ବିଧାୟକ ଭୋଟ ପାଇଁ ଗାଁ ଲୋକଙ୍କୁ ପାଣି ପାଇଁ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ନିର୍ବାଚନ ପରେ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ସୀମିତ ରହିଯାଏ । ତିନି କିଲୋମିଟର ଚାଲିଲେ ମେଣ୍ଟୁଛି ଶୋଷ । କେବେ ହାତ ପାଆନ୍ତାରେ ମିଳିବ ପାଣି ତାକୁ ଅପେକ୍ଷା ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ