ଆନ୍ଧ୍ର ପ୍ରାର୍ଥୀଙ୍କର ରାଲିରେ ସାମିଲ ହେଲେ କୋଟିଆବାସୀ 
by Argus News
Thu, Apr 25 | 12:59 p.m.

କୋରାପୁଟ:  ଆନ୍ଧ୍ର ପ୍ରାର୍ଥୀଙ୍କର ରାଲିରେ ସାମିଲ ହେଲେ କୋଟିଆବାସୀ । ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍ ମାନୟମ୍ ଜିଲ୍ଲାର ସାଲୁର ନିର୍ବାଚନ ମଣ୍ଡଳୀରେ YSRCP ସାଲୁରୁ ବିଧାୟକ ପ୍ରାର୍ଥୀ ପିଡ଼ିକା ରାଜନ ଦୋରା ନାମାଙ୍କନ ବେଳେ କୋଟିଆ ବାସୀ ସାମିଲ ହୋଇଥିଲେ । ଆନ୍ଧ୍ର ପକ୍ଷରୁ ସେମାନଙ୍କୁ ଯୋଜନାବଦ୍ଧ ଭାବେ ସାମିଲ କରାଯାଉଥିଲେ ମଧ୍ୟ ଓଡିଶା ସରକାର ଚୁପ ରହିଛନ୍ତି ।

ଓଡିଆ ଅସ୍ମିତାର ରକ୍ଷା କରିବ କିଏ ? କୋଟିଆ ବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ଗିଫ୍ଟ ଦିଆଯାଉଥିବା ଅଭିଯୋଗ ହେଉଛି ।  ଏହାକୁ ଗୁରୁତର ସହ ନେଇଛି ଉତ୍କଳ ସମ୍ମିଳନୀ ସଂଗଠନ । ନିର୍ବାଚନ ବେଳେ କୋଟିଆ ସୀମା ସିଲ କରିବାକୁ ସଂଗଠନର ଦାବି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା
ହେମାମାଳିନୀ
ଆଜି ପୁଣି ପ୍ରଚାର ମୈଦାନକୁ ଓହ୍ଲାଇବେ ହେମାମାଳିନୀ
ଭୁବନେଶ୍ବର : ଆଜି ପୁଣି ହେମାମାଳିନୀ କରିବେ ପ୍ରଚାର । ଦେବଗଡ଼ ବାରକୋଟରେ ଜନସଭାକୁ ସମ୍ବୋଧିତ କରିବା ସହ ପାଲଲହଡ଼ାରେ ଜନସଭାକୁ କରିବେ ସମ୍ବୋଧନ । ସେହିପରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନ
ନିଆଁ
ତୀର୍ଥଯାତ୍ରୀ ବସରେ ନିଆଁ , ୮ ଜୀବନ୍ତ ଦଗ୍ଘ
ଅର୍ଗସ ବ୍ୟୁରୋ : ହରିୟାଣାର ନୁହରେ ତୀର୍ଥଯାତ୍ରୀ ବସରେ ନିଆଁ ଲାଗିଯାଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବସରେ ମୋଟ ୬୦ ଜଣ ଯାତ୍ର