ଶ୍ରମିକ ଉଦ୍ଧାର ; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି
by Argus News
Wed, Nov 29 | 10:28 a.m.

ଭୁବନେଶ୍ୱର : ସଂକଟ ଯେତେ ବଡ ହେଉ ନା କାହିଁକି, ଏହାର ସାମ୍ନା କରିଲେ ଯାଇ ସମାଧାନର ବାଟ ବାହାରିବ ଏବଂ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବରେ ପରିଣତ ହୋଇପାରିବ । ଏହା ପ୍ରମାଣିତ ହୋଇଛି ଉତରାଖଣ୍ଡ ଉତରକାଶୀର ସିଲକ୍ୟାରାରୁ ଦାଣ୍ଡଲଗାଓଁ ପର୍ଯ୍ୟନ୍ତ ନିର୍ମାଣଧିନ ଏକ ସୁଡଙ୍ଗରୁ ଦୀର୍ଘ ୧୭ ଦିନ ଧରି ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପ୍ରସଙ୍ଗରେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଗତ ୧୨ତାରିଖ ଦିନ ଉତରାଖଣ୍ଡ ଉତରକାଶୀର ସିଲକ୍ୟାରାରୁ ଦାଣ୍ଡଲଗାଓଁ ପର୍ଯ୍ୟନ୍ତ ନିର୍ମାଣଧୀନ ଏକ ସୁଡଙ୍ଗରେ ଭୁସ୍କଳନ କାରଣରୁ ୪୧ଜଣ ଶ୍ରମିକ ଫସି ରହିଥିଲେ ଏବଂ ଏଥି ମଧ୍ୟରୁ ୫ ଜଣ ଓଡିଆ ଶ୍ରମିକ ସାମିଲ ଥିଲେ । ସେମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ରାଜୁ ନାୟକ, ବିଶେଶ୍ୱର ନାୟକ ଓ ଧୀରେନ ନାୟକ, ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁର ଜିଲ୍ଲାର ଭଗବାନ ଭତ୍ରା । ଦୀର୍ଘ ୧୭ ଦିନ ଧରି ଜୀବନ ସହ ସଂଗ୍ରାମ କରି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କ ଧର୍ଯ୍ୟ ଓ ସାହାସ ଅତ୍ୟନ୍ତ ପ୍ରେରଣାଦାୟୀ । ଏଥି ସହ ଏହି ଉଦ୍ଧାର କାର୍ଯ୍ୟରେ ଦିନ ରାତି ଏକାଠି କରି ଏବଂ ନିଜ ଜୀବନକୁ ଖାତିର ନକରି ନିୟୋଜିତ ହୋଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସାମଲ ।

ଅଧିକ ପଢନ୍ତୁ : ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ; ସମସ୍ତେ ସୁସ୍ଥ ଏବଂ ସୁରକ୍ଷିତ

ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ବିଶ୍ୱର ଶ୍ରେଷ୍ଠ ବୈଷୟିକ ଜ୍ଞାନର ସହାୟତା ଏହି ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ସେନା, ଏନଡିଆରଏଫ, ଏସଡିଆରଏଫ, ବିଆରଓ, ରେଳ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଟେଲିକମ୍ ବିଭାଗ, ଡିଆରଡିଓ ସମତେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମୀ, ଉତରାଖଣ୍ଡ ରାଜ୍ୟ ସରକାର, ସ୍ଥାନୀୟ ପୋଲିସ ଓ ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଅନୁଷ୍ଠାନକୁ ଶ୍ରୀ ସାମଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସମସ୍ତଙ୍କ ‘ମିଳିତ ପ୍ରଚେଷ୍ଟା ଓ ବେଷ୍ଟ ଏଫର୍ଟ’ ରେ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଉଦ୍ଧାର କାର୍ଯ୍ୟର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଓଡିଶାବାସୀଙ୍କ ତରଫରୁ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ