ବିଜେଡିରେ ପ୍ରାର୍ଥୀ ଅଭାବ ? କାଲି ମିଶୁ ମିଶୁ ଆଜି ଟିକେଟ  
by Argus News
Wed, Apr 17 | 3:34 p.m.

ଭୁବନେଶ୍ୱର:  ବିଜେଡି ଘୋଷଣା କଲା ପଞ୍ଚମ ପର୍ଯ୍ୟାୟ ବିଧାନସଭା  ପ୍ରାର୍ଥୀ ତାଲିକା । ଏହି ନୂଆ ତାଲିକାରେ  ୬ ମହିଳାଙ୍କୁ  ଟିକେଟ୍‌ ଦେଇଛି ବିଜେଡି ।  ୯ ଜଣଙ୍କ ମଧ୍ୟରୁ   ୬ ମହିଳାଙ୍କୁ ମିଳିଛି ଟିକେଟ୍‌ । ଏହି ୬ ମହିଳାଙ୍କ ମଧ୍ୟରେ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।  ଯିଏ  ଗତକାଲି ବିଜେଡିରେ ସାମିଲ ହୋଇଥିଲେ ଆଉ ଆଜି ମିଳିଲା ଟିକେଟ । ଅରୁନ୍ଧତୀଙ୍କୁ   ଦେବଗଡରୁ  ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ।  

ତେବେ ଗୋଟିଏ କଥା ସ୍ପଷ୍ଟ  ଜଣାପଡୁଛି  ଯେ ବିଜେଡିରେ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କ ଅଭାବ ରହିଛି । ସେଥିପାଇଁ  ଅନ୍ୟ ଦଳରୁ ଗୋଟାଇ ନିଜ ଦଳରେ ସାମିଲ କରୁଛି ବିଜେଡି ।  ଆଉ ସଙ୍ଗେ ସଙ୍ଗେ ଦେଉଛନ୍ତି ଟିକଟ । ତେବେ  ଏଠି  ପ୍ରଶ୍ନ ଉଠୁଛି  ଦେବଗଡରୁ କଣ ପାଇଁ ଅରୁନ୍ଧତୀ   ଦେବୀଙ୍କୁ ଟିକେଟ୍‌ ଦେଲା ବିଜେଡି ? କାହିଁକି ପୁରୁଖା ମୁହଁକୁ ଦେଲାନି ଟିକେଟ ? କଣ ଦେବଗଡ ହାତରୁ ଚାଲିଯିବ ବୋଲି ବିଜେଡିକୁ ଭୟ ଘାରିଛି ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍