ଫଳକ ଲଗାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ
by Argus News
Fri, Sep 06 | 6:20 p.m.

ଅର୍ଗସ ବ୍ୟୁରୋ:  ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାମ୍ ପଞ୍ଚାୟତର ପଡା ଗଣ୍ତିଖୋଲର। ସ୍ବାଧୀନତାର ଵହୁ ଵର୍ଷ ଵିତି ଯାଇଥିଲେ ସୁଦ୍ଧା ମୈଳିକ ସୁଵିଧାରୁ ଵଞ୍ଚିତ ଉପାନ୍ତଵାସୀ। ଏହା ସହ ଗଣ୍ତିଖୋଲରେ ୩୩ରୁ ଅଧିକା ଜୁଆଙ୍ଗ ସଂପ୍ରଦାୟର ଆଦିଵାସୀ ପରିଵାର ଵସଵାସ କରୁଥିଵା ଵେଳେ ମାଟି ରାସ୍ତା ସାଙ୍ଗକୁ କାଠ ପୋଲ ସାଜିଛି ଏମାନଙ୍କର ନିତି ଦିନର ଚଲାପଥ।

ଭଲ ରାସ୍ତା ଅଭାଵ ସାଙ୍ଗକୁ ସୁଦ୍ଧ ପାନୀୟଜଳ ମଧ୍ୟ ଏହି ଅଞ୍ଚଳର ଆଉ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଉନ୍ନତି ନାଁରେ ସରକାର ପକ୍ଷରୁ ଵହୁ ଅର୍ଥ ଵିନିଯୋଗ ହେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇଵାରେ ଵିଫଳ ଜିଲ୍ଳା ପ୍ରଶାସନ। ଏପଟେ ଝରଣାର ପାଣି ଶୋଷ ମେଣ୍ଟାଉଛି ଗ୍ରାମଵାସୀଙ୍କର..। ସେହିପରି ଭାବରେ ଉକ୍ତ ଗ୍ରାମରେ ଥିବା ତିନିଟି ନଳକୂପ ଅଚଳ ଅଵସ୍ଥାରେ ପଡିରହିଛି। ଏଗୁଡିକୁ ସଜାଡିବା ପାଇଁ ବିଭାଗୀୟ ଅଧିକାରୀ କୌଣସି ତତ୍ପରତା ଦେଖାଉନଥିବା ହଇଛି ଅଭିଯୋଗ।

୨୪ ବର୍ଷର ବିଜେଡି ସରକାର ଗରିଵ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରିଥିଲେ ସୁଦ୍ଧା ଏହା ଲାଭ ପାଇ ପାରୁନାହାଁନ୍ତି ପ୍ରକୃତ ହିତାଧିକାରୀ। ଯୋଜନା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆସୁଛି ସତ କିନ୍ତୁ ଏହା ଵାଟ ମାରଣା ହେଉଥିବା ନେଇ ହେଉଛି ବଡ଼ ଅଭିଯୋଗ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା