ବିଜେଡିର ଗେମ୍‌ ଓଭର କରିଦେବ ଲାଡଲି !
by Argus News
Thu, Dec 07 | 7:30 p.m.

ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ଜିତିବା ବିଜେଡି ପାଇଁ ଜିତିବା ସେତେଟା ସହଜ ହେବନାହିଁ । ପ୍ରତି ନିର୍ବାଚନ ପୂର୍ବରୁ ଯେମିତି ନୂଆନୂଆ ଯୋଜନା କରନ୍ତି ନବୀନ ସରକାର ତାହା ସମସ୍ତଙ୍କୁ ଜଣା । ଆଉ ସେହି ନୂଆ ଯୋଜନାରେ ହିଁ ସେମାନେ ନିର୍ବାଚନ ବୈତରଣୀ ପାର କରନ୍ତି । କିନ୍ତୁ ନିର୍ବାଚନ ପରେ ଯୋଜନା କେତେ କାର୍ଯ୍ୟକାରୀ ହୁଏ ତାହା ସମସ୍ତଙ୍କୁ ଜଣା । ହେଲେ ବି ଯୋଜନା ବିଜେଡିକୁ ଜିତାଇବାକୁ ବଡ଼ ଭୂମିକା ନିର୍ବାହ କରେ । ଖାସ୍‌ କରି ମହିଳାଙ୍କ କ୍ଷେତ୍ରରେ ମିଶନ ଶକ୍ତି ବେଶ ଗୁରୁତ୍ଵବହନ କରେ । କିନ୍ତୁ ଆଗାମୀ ନିର୍ବାଚନରେ କାଳେ ଏହି ଯୋଜନା ଜିତିବାରେ ବିଜେଡିକୁ ସେତେଟା ସହଯୋଗ କରିବ ନାହିଁ । କାରଣ ବିଜେପି ଖେଳିବ ଲାଡଲି ଯୋଜନା । ଯାହାକୁ ନେଇ ଏବେ ଶଙ୍ଖ ଶିବିରରେ ପଶିଲାଣି ଛନକା ।

ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ତେଣୁ ପୁଣି ଥରେ କ୍ଷମତାକୁ ଫେରିବାକୁ ଚେଷ୍ଟା କରିବ ବିଜେଡି । ହେଲେ ଏଥର ବିଜେପି ଯେମିତି ଆଗ୍ରେସିଭ୍‌ ମୋଡରେ ନିର୍ବାଚନ ମୈଦାନକୁ ଓହ୍ଲାଉଛି, ସେଥିରେ ବିଜେଡିକୁ ଜିତିବା ସହଜ ନୁହେଁ ବରଂ ବଡ଼ କଷ୍ଟ । ନବୀନ ବାବୁ ସବୁବେଳେ ମିଶନଶକ୍ତି ଯୋଜନାକୁ ଆୟୁଧ କରି ଭୋଟ୍‌ ବ୍ୟାଙ୍କକୁ ସୁରକ୍ଷିତ ରଖିଛନ୍ତି । ହେଲେ ଏଥର ସେ ଚାଲ ଆଉ ଚଳିବନି । 

ଗୁରୁତ୍ଵପୂର୍ଣ୍ଣ କଥାହେଲା ମଧ୍ୟପ୍ରଦେଶରେ ବିଜେପି ପାଇଁ ଗେମ୍ ଚେଞ୍ଜର ହୋଇଥିଲା ଲାଡଲି ବେହେନା ସ୍କିମ । ଯେଉଁଥିରେ ଗରିବ, ଅସହାୟ ଓ ଦିବ୍ୟାଙ୍ଗ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରତି ମାସ ୧୨୫୦ ଟଙ୍କା ଲେଖାଁଏ ଦେଉଥିଲେ ଶିବରାଜ ସରକାର । ଭୋଟର କେଇ ମାସ ଆଗରୁ ଅର୍ଥାତ୍ ଗତ ମାର୍ଚ୍ଚ ମାସରୁ ଲଂଚ୍ ହୋଇଥିବା ଏ ସ୍କିମ୍ ମାତ୍ର ଶହେ ଦିନରେ ସଫଳତା ଆଣିବା ପରେ ଏବେ ଗେରୁଆ ଶିବିରରେ ଉତ୍ସାହ । ତେଣୁ ଚର୍ଚ୍ଚା ହେଉଛି ନବୀନଙ୍କ ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବିଜେପି ଏଠି ବି ସମାନ ରଣନୀତି ଆପଣେଇବାକୁ ଯୋଜନା କରୁଛି । 

ରାଜ୍ୟରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ମହିଳା ଭୋଟ । ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର ଏସଏଚଜି ଗ୍ରୁପରେ ପ୍ରାୟ ୭୦ ଲକ୍ଷ ମହିଳା ଏସଏଚଜି ରହିଛନ୍ତି । ଯାହାକି ବିଜେଡିର ପ୍ରମୁଖ ଭୋଟ ବ୍ୟାଙ୍କ ବୋଲି କୁହାଯାଉଛି । ଗୋଟେ ପଟେ ରାଜ୍ୟରେ ସରକାରୀ ବିରୋଧୀ ହାୱା ବଢୁଥିବାରୁ ଏସଏଚଜିଙ୍କୁ ବିନା ସୁଧରେ ଋଣ, ମାଗଣା ସ୍କୁଟି ପୁଣି ମିଶନ ଶକ୍ତି କାଫେ ଏମିତି ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ମହିଳା ଭୋଟକୁ ଅକ୍ତିଆରରେ ରଖିଛି ବିଜେଡି । ହେଲେ ଲାଡଲି ଯୋଜନା ଯଦି ଓଡ଼ିଶାରେ ଲାଗୁ ହେବ ତେବେ ବିଜେଡି ପାଇଁ ଅଡୁଆ ବଢିବ ।


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ