ମଧ୍ୟପ୍ରଦେଶରେ ବିଜେପିକୁ ଜିତାଇଲା ‘ଲାଡଲି ବେହନା ଯୋଜନା'
by Argus News
Sun, Dec 03 | 8:32 p.m.

ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶରେ ବିପୁଳ ବିଜୟ ପରେ ଉତ୍ସାହିତ ହୋଇପଡ଼ିଛି ବିଜେପି । କିନ୍ତୁ ଏହି ବିଜେପିର ଶ୍ରେୟ ଦିଆଯାଉଛି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ତାଙ୍କର ଏକ ସ୍ବତନ୍ତ୍ର ଯୋଜନା ଲାଡଲି ବେହନା ଯୋଜନା ( ଗେହ୍ଲା ଭଉଣୀ ଯୋଜନା) । ଏହି ଯୋଜନା ମାଧ୍ୟମରେ ମଧ୍ୟପ୍ରଦେଶରେ ଶିବରାଜ ପାସ ହୋଇଥିବା ଚର୍ଚ୍ଚା ଜୋର ଧରିଛି। 

ନିର୍ବାଚନ ପ୍ରଚାର ବେଳେ ଶିବାରାଜଙ୍କୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ବିଶେଷ ଗୁରୁତ୍ବ ଦେଇ ନ ଥିବା ଅଭିଯୋଗ ହୋଇଥିଲା । ଭୋପାଳର ବିଜେପି କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଶିବରାଜ ନା ହୋର୍ଡିଂରେ ଥିଲେ ନା ହାଇକମାଣ୍ଡଙ୍କ ଭାଷଣରେ। କିନ୍ତୁ ଶିବରାଜଙ୍କ ବିଶ୍ୱାସ ଥିଲା ଯେ ତାଙ୍କ ଲାଡଲି ବେହନା ଯୋଜନା ଦ​ଳକୁ ସଂଖ୍ୟାଗରିଷ୍ଠତା ଆଣିଦେବ । ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳର ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଯେ ସଂଖ୍ୟାଗରିଷ୍ଠତା ଆଡକୁ ବିଜେପିର ନେତୃତ୍ୱରେ ଲାଡଲି ବେହନା ଯୋଜନାର ବଡ଼ ହାତ ରହିଛି । ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ମହିଳାମାନେ ସ୍ୱୀକାର କରିଛନ୍ତି ଯେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି।
ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୨ କୋଟି ୭୨ ଲକ୍ଷ, ଅର୍ଥାତ୍ ପ୍ରାୟ ୨୯ଟି ଏଭଳି ଆସନ ରହିଛି ଯେଉଁଥିରେ ମହିଳା ଭୋଟରଙ୍କ ମଧ୍ୟରେ ମୋଡ଼ ବଦଳାଇବାର ସାମର୍ଥ୍ୟ ରହିଛି। ଏହାକୁ ଭଲଭାବରେ ବୁଝି ବିଜେପି ଯୋଜନା କରିଥିଲା ଓ ସଫଳ ହୋଇଥିଲା । ଏପରିକି କଂଗ୍ରେସର କେତେକ ନେତା ସ୍ବୀକାର କରିଛନ୍ତି ଯେ ଲାଡଲି ଯୋଜନା ଯୋଗୁଁ ବିଜେପି ସୁବିଧାଜନକ ସ୍ଥିତିକୁ ଆସିଥିଲା। 

ତେବେ ୩ ରାଜ୍ୟ ବିଧାନସଭା ନିର୍ବାଚନରେ ‘ବିଜେପି’ ଅଗ୍ରଣୀ ହୋଇଥିବାରୁ ଆଜି ସନ୍ଧ୍ୟା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ କର୍ମୀଙ୍କୁ ଉଦ୍‌ବ‌ୋଧନ ଦେବେ ବୋଲି ଦଳସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ  ‘ବିଜେପି’ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବେ ବୋଲି ସେମାନେ କହିଛନ୍ତି। ସଦ୍ୟତମ ଗଣମାଧ୍ୟମ ଟ୍ରେଣ୍ଡ୍‌ ଅନୁସାରେ, ସମ୍ପ୍ରତି ‘ବିଜେପି’ ମଧ୍ୟପ୍ରଦେଶରେ ୧୬୪ଟି, ରାଜସ୍ଥାନରେ ୧୧୬ଟି ଓ ଛତିଶଗଡ଼ରେ ୫୫ଟି ଆସନରେ ଅଗ୍ରଣୀ ରହିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

24 ELECTION
47m ago
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
51m ago
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର