ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ମହାପାଟ ପର୍ବ
by Argus News
Fri, Apr 12 | 12:57 p.m.

ବାଲେଶ୍ୱର:  ପ୍ରସିଦ୍ଧ ଚଡ଼କ ମେଳାର ଆଜି ଶେଷ ଦିନ ବା ମହାପାଟ ପର୍ବ । ଏହି ଚଡ଼କ  ମେଳା ଦୀର୍ଘ ୧୩ ଦିନ ଧରି ଚାଲିଥିଲା ବେଳେ ଆଜି ଆଉ ଅଳ୍ପ ସମୟ ପରେ ଉଦଯାପିତ ହେବ । ଚଡ଼କ ମେଳାର ପାଟପର୍ବ ହେଉଛି ଶ୍ରେଷ୍ଠ ପର୍ବ । ଏହା ଭାତୃତ୍ଵର ପର୍ବ ବୋଲି କୁହାଯାଏ । ଭକ୍ତମାନେ ହlକାଣ୍ଡ ପୋଖରୀକୁ ଯାଇ ପରସ୍ପରକୁ ଫୁଲ ଚନ୍ଦନ ଦେଇ ଆଲିଙ୍ଗନ ପୂର୍ବକ ଆସନ୍ତାବର୍ଷ ଚଡ଼କ ମେଳାକୁ ଆସିବା ପାଇଁ ନିମନ୍ତ୍ରଣ ଜଣାଇଥାନ୍ତି । 

ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ଶିବ ପାର୍ବତୀଙ୍କ ପ୍ରତୀକ ଘଟ ଧରି ମନ୍ଦିରକୁ ଆସିଥାନ୍ତି । ପାଟପର୍ବର ବିଶେଷ ଆକର୍ଷଣ ହେଉଛି ଭକ୍ତମାନେ ନିଜର ପେଟ, ଛାତି, ହାତ, ପିଠି ଓ ଜିଭରେ କଣ୍ଟା ବଦ୍ଧ କରି ଚନ୍ଦନେଶ୍ବରଙ୍କ ନିକଟରେ ନିଜର ମାନସିକ ପୂରଣ କରିଥାନ୍ତି । ଶାନ୍ତି ଶୁଙ୍ଖଳା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯlଇଛି । ତେବେ ଚଳିତ ବର୍ଷ ଚଡକ ଯାତ୍ରାରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ମାନସିକ ପୂରଣ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଜେଆଇ ସଞ୍ଜୀବ ଖାନା
୧୧ରେ ଶପଥ ନେବେ ନୂଆ ସିଜେଆଇ ସଞ୍ଜୀବ ଖାନା
ଅର୍ଗସ ବ୍ୟୁରୋ: ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା । ଆସନ୍ତାକାଲି ସର୍ବୋଚ୍ଚ ନ୍ୟାୟାଳୟର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ସଞ୍ଜୀ
ବିଜେଡି
ଫଟୋ ଭଇରାଲ ପରେ ଅଭିଯୁକ୍ତଙ୍କ ସହ ସମ୍ପର୍କ ତୁଟାଇବାକୁ ବିଜେଡିର ପ୍ରୟାସ
ଅର୍ଗସ ବ୍ୟୁରୋ: ବିଞ୍ଝାରପୁର ମହିଳାଙ୍କ ଉପରେ ବର୍ବରତା ମାମାଲାର ଅଭିଯୁକ୍ତମାନଙ୍କର ବିଜେଡି ଲିଙ୍କ ସାମ୍ନାକୁ ଆସିବା ପରେ ସେମାନଙ୍କ ସହ ସମ୍ପର୍କ ତୁଟାଇବାକୁ ବିଜେଡିର ପ୍ରୟାସ
ଗବେଷଣା
ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ହେବ ଗବେଷଣା
ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ହେବ ଗବେଷଣା । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି