ସ୍ଵାଦ ହୋଟେଲ ଉପରେ ବଡ଼ ଆକ୍ସନ : ବୁଲିଲା ବୁଲଡୋଜର
by Argus News
Thu, Aug 01 | 9:30 p.m.

ଅର୍ଗସ ବ୍ୟୁରୋ : ସ୍ଵାଦ ହୋଟେଲ ଉପରେ ବଡ଼ ଆକ୍ସନ । ସକାଳୁ ସକାଳୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିବା ନେଇ ସୂଚନା ରହିଛି । ସୂର୍ଯ୍ୟକାନ୍ତ ଲେଙ୍କାଙ୍କ ମାଲିକାନାରେ ଥିବା ତଥା ବିଜେଡି ବିଧାୟକ ଧ୍ରୁବ ସାହୁ କାରବାର କରୁଥିବା ସ୍ୱାଦ ହୋଟେଲ ଉପରେ ବଡ଼ ଆକ୍ସନ ନେଇଛି ମୋହନ ସରକାର । ଯାହାକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

କେନ୍ଦ୍ରାପଡ଼ା ରାଜନଗରର ସ୍ଵାଦ ହୋଟେଲକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କାରଣ ବିଜେଡି ବିଧାୟକ ଧ୍ରୁବ ସାହୁ ଜଙ୍ଗଲ ଜମିରେ ଗଢିଥିଲେ ହୋଟେଲ । ଏନେଇ ଅଭିଯୋଗ ହୋଇଥିଲା । ଖାଲି ଅଭିଯୋଗ ହୋଇଥିଲା ତାହା ନୁହେଁ ବରଂ ତଦନ୍ତରୁ ଜଣାପଡିଥିଲା କି ଅଭିଯୋଗ ସତ । ଆଉ ଏବେ ଆକ୍ସନ ନେଇଛି ପ୍ରଶାସନ । ପ୍ରଥମ ଦଫାରେ ୨୫ ଡିସମିଲରେ ହୋଇଥିବା ପାଇଖାନା ଓ ଡାଇନିଂକୁ ଭାଙ୍ଗି ନିଜ ଜାଗାକୁ ଦଖଲକୁ ନେଇଛି ବନ ବିଭାଗ । ତେବେ ହୋଟେଲ ଉପରେ ଆକ୍ସନ ଆରମ୍ଭ ହୋଇଥିବା ବେଳେ କେବେ ମାଲିକଙ୍କ ବିରୋଧରେ ଆକ୍ସନ ହେଉଛି ଏବେ ତାହାକୁ ହିଁ ଅପେକ୍ଷା । ସେପଟେ ବାକି ଜାଗାରେ ନିର୍ମାଣ ହୋଇଥିବା ସ୍ୱାଦ ହୋଟେଲରେ କିଛି ରହସ୍ୟ ରହିଛି କି ? କାହିଁକି ନା ଯେଉଁ ଜଙ୍ଗଲ ପାଖରେ ଦୁଇଶହ ବର୍ଷ ଧରି ରହି ଆସୁଥିବା ବାଙ୍କୁଆଳ ବାସୀଙ୍କୁ ଏଯାଏଁ ସ୍ଥାୟୀ ପଟ୍ଟା ମିଳିପାରିନି, ସେହି ଜାଗାରେ ହୋଟେଲ ସ୍ୱାଦ ମାଲିକଙ୍କୁ ସ୍ଥାୟୀ ପଟ୍ଟା ମିଳିଲା କେମିତି ?

ଅଭିଯୋଗ ଅନୁସାରେ, ବିଜେଡି ସରକାର ଥିବା ବେଳେ ଅନେକ ନେତା ଓ ମନ୍ତ୍ରୀ ମନଇଚ୍ଛା ସରକାରୀ ଜମିରେ ଘର ନିର୍ମାଣ କରିଥିଲେ । ଏମିତିକି ବେଆଇନ ଭାବରେ ଅନେକ ଜମି ବି ହାତେଇଥିଲେ । ଯାହାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ଧର୍ମଶାଳା ହେଉ କି ରାଜନଗର, ସବୁଠି ସାମ୍ନାକୁ ଆସିଥିଲା ଜମି ଦୁର୍ନୀତିର କେଳଙ୍କାରୀ । ଆଉ ଏବେ ଯେଉଁପରି ଭାବରେ ଆକ୍ସନ ଆରମ୍ଭ ହୋଇଛି ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଏପଟେ, ରାଜସ୍ୱ ମନ୍ତ୍ରୀ ନିଜ ତରଫରୁ ତଦନ୍ତ କରି ଆକ୍ସନ ନେବା ପାଇଁ ସ୍ଥାନୀୟ ଲୋକ ଡିମାଣ୍ଡ କରିଛନ୍ତି । ସେପଟେ ହୋଟେଲ ସ୍ଵାଦ ହୋଟେଲରେ ପ୍ରଥମେ ମାପଚୁପ୍ ବେଳେ ୨୪ ଡିସମିଲ୍ ଜଙ୍ଗଲ ଜମି ବାହାରିଥିବାର ରାଜନଗର ତହସିଲଦାର ଅଜୟ ମହାନ୍ତି କହିଥିଲେ ।  କିନ୍ତୁ ଗତକାଲି ପୁଣି ଦ୍ଵିତୀୟ ଥର ମାପଚୁପ ବେଳେ ୨୫ ଡିସମିଲ ଜଙ୍ଗଲ ଜମି ବାହାରିଥିବାର ଭିତରକନିକା ବନ ସଂରକ୍ଷକ ମାନସ ଦାସ କହିଛନ୍ତି l ତେଣୁ ଏହାକୁ ନେଇ ବି ସଂଶୟ ସୃଷ୍ଟି ହୋଇଛି । ଗତକାଲି ସ୍ବାଦ ହୋଟେଲ ମାପଚୁପ କାର୍ଯ୍ୟରେ ପଟ୍ଟାମୁଣ୍ଡାଇ ତହସିଲଦାର ଉପସ୍ଥିତ ଥିଲେ ହେଲେ ରାଜନଗର ତହସିଲଦାର ଉପସ୍ଥିତ ନ ଥିଲେ l ରାଜନଗର ତହସିଲ ଅଧୀନରେ ସ୍ବାଦ ହୋଟେଲ ନିର୍ମାଣ ହୋଇଛି । ତେଣୁ ଏହାକୁ ନେଇ ଏବେ ବଡ଼ ପ୍ରଶ୍ନ ଠିଆ ହୋଇଛି । ତେବେ ଏନେଇ କିନ୍ତୁ ପ୍ରଶାସନର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
(ରାଜନଗରରୁ ସୁଧାଂଶୁ ତ୍ରିପାଠୀଙ୍କ ରିପୋର୍ଟ)

ନୌସେନା
38m ago
4ରେ ପୁରୀ ବ୍ଲୁ-ଫ୍ଲାଗ ବିଚ୍‌ରେ ନୌସେନା ଦିବସ
ଅର୍ଗସ ବ୍ୟୁରୋ: ପୁରୀରେ ନେଭି ଡେ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍ । ପୁରୀ ବେଳାଭୂମିରେ ଦେଖିବାକୁ ମିଳୁଛି ଭାରତୀୟ ସେନାର ବୀରତ୍ବ, ପରାକ୍ରମ ଓ ଯୁଦ୍ଧ କୌଶଳର ଅନନ୍ୟ ପ୍ରଦର୍ଶନ
KONARK
ଆରମ୍ଭ ହେଲା ୩୫ତମ କୋଣାର୍କ ଉତ୍ସବ
ଅର୍ଗସ ବ୍ୟୁରୋ: ଆରମ୍ଭ ହେଲା ୩୫ ତମ କୋଣାର୍କ ଉତ୍ସବ । ଭାରତୀୟ ଶାସ୍ତ୍ରୀୟ ନୃତ୍ୟର କମ୍ପିଲା ମୁକ୍ତାକାଶ ରଙ୍ଗମଞ୍ଚ । ପ୍ରତିବର୍ଷ ପରି ଚଳିତବର୍ଷ ଡିସେମ୍ବର ୧ ତାରିଖରୁ
RAIN
ରାଜ୍ୟର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଜାରି
ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁହାଁ ହୋଇଥିବା ବାତ୍ୟା ଫେଙ୍ଗଲର ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଲାଗିରହିଛି
STUDENTS
ଜୁନିୟର ଡାକ୍ତର ଛାତ୍ରମାନେ ସିନିୟର୍ ଛାତ୍ରଙ୍କ ରାଗିଂର ହେଉଥିଲେ ଶିକାର
ଅର୍ଗସ ବ୍ୟୁରୋ: Mkcg ରେ ପୁଣି ରାଗିଙ୍ଗ ଅଭିଯୋଗ। ପୂର୍ବରୁ ବହୁବାର ଜୁନିୟର ଡାକ୍ତର ଛାତ୍ରମାନେ ସିନିୟର୍ ଛାତ୍ରଙ୍କ ରେଗିଂର ଶିକାର ହେଉଥିବା ଅଭିଯୋଗ ହୋଇଥିଲା। ବହୁ ସିନିୟର
POTATO
ଉତ୍ତରପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିଲା ଆଳୁ
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିଲା ଆଳୁ । ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ପହଁଞ୍ଚିଲା ଆଳୁ ଗାଡ଼ି । କଟକ ଛତ୍ରବଜାରରେ ସକାଳୁ ସକାଳୁ ଗୋଟି