4ରେ ପୁରୀ ବ୍ଲୁ-ଫ୍ଲାଗ ବିଚ୍‌ରେ ନୌସେନା ଦିବସ
by Argus News
Mon, Dec 02 | 11:25 a.m.

ଅର୍ଗସ ବ୍ୟୁରୋ: ପୁରୀରେ ନେଭି ଡେ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍ । ପୁରୀ ବେଳାଭୂମିରେ ଦେଖିବାକୁ ମିଳୁଛି ଭାରତୀୟ ସେନାର ବୀରତ୍ବ, ପରାକ୍ରମ ଓ ଯୁଦ୍ଧ କୌଶଳର ଅନନ୍ୟ ପ୍ରଦର୍ଶନ। ନୌସେନା ଦିବସରେ ଯୁଦ୍ଧ ଜାହାଜ ଓ ଏୟାରକ୍ରାଫ୍ଟ ଯୁଦ୍ଧକଳା କୌଶଳ ପ୍ରଦର୍ଶନ କରିବେ । ସ୍ଥଳ, ଜଳ ଏବଂ ଆକାଶ ମାର୍ଗରେ କିଭଳି ନୌସେନା ଶତ୍ରୁଙ୍କୁ ଆକ୍ରମଣ କରିବ ତାହାର ଝଲକ ଦେଖାଇବ ନୌସେନା । ଆସନ୍ତା ଡିସେମ୍ବର 4ରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନା ଦିବସ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନୌସେନା ଦିବସ ସମାରୋହରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଉଛି। ଯୁଦ୍ଧ କୌଶଳ ପ୍ରଦର୍ଶନୀ ଦେଖିବା ପାଇଁ ପ୍ରବଳ ଜନ ସମାଗମକୁ ନଜରରେ ରଖି ୨୦ଟି ଅତିରିକ୍ତ ସ୍ଥାନରେ ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯାଇଛି । ସୁରକ୍ଷାରେ ୮୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୁରୀରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସମୀକ୍ଷା ବୈଠକ ହୋଇଥିବାବେଳେ ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ ଡିଜି ସଂଜୀବ ପଣ୍ଡା।

ନଦୀରେ ବୁଡ଼ି
ନଦୀରେ ବୁଡ଼ି ୩ବର୍ଷର ଶିଶୁର ମୃତ୍ୟୁ
ଅର୍ଗସ ବ୍ୟୁରୋ: ପଟ୍ଟାମୁଣ୍ଡାଇ ଥାନା ପେଣ୍ଠପାଳ ପଞ୍ଚାୟତ ଅନ୍ତର୍ଗତ କୂଳସାହି ଗ୍ରାମର ସନ୍ତୋଷ ଆରୁଖଙ୍କ ୩ ବର୍ଷର ଏକମାତ୍ର ଶିଶୁ ପୁତ୍ର କ୍ରିଷ୍ଣା ଆରୁଖ ନଦୀ କୂଳରେ ସାଙ୍ଗମାନଙ୍କ ସହି
କ୍ବିଣ୍ଟାଲ ଧାନ
ସର୍ଟ ସର୍କିଟରେ ଜଳିଗଲା ୪୦ କ୍ବିଣ୍ଟାଲ ଧାନ
ଅର୍ଗସ ବ୍ୟୁରୋ : ନିଆଁରେ ଜଳିଗଲା ଚାଳିଶ କ୍ବିଣ୍ଟାଲ ଧାନ । ଧାନ ଅମଳ କରି ନିଜ ଖଳାରେ ରଖିଥିଲା ଚାଷୀ, ସର୍ଟ ସର୍କିଟରେ ଜଳିଗଲା ପାଖାପାଖି ୪୦ କୁଇଣ୍ଟାଲ ଧାନ। ବର୍ଷକର ଧାନ ଫସ
ନୌସେନା
4ରେ ପୁରୀ ବ୍ଲୁ-ଫ୍ଲାଗ ବିଚ୍‌ରେ ନୌସେନା ଦିବସ
ଅର୍ଗସ ବ୍ୟୁରୋ: ପୁରୀରେ ନେଭି ଡେ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍ । ପୁରୀ ବେଳାଭୂମିରେ ଦେଖିବାକୁ ମିଳୁଛି ଭାରତୀୟ ସେନାର ବୀରତ୍ବ, ପରାକ୍ରମ ଓ ଯୁଦ୍ଧ କୌଶଳର ଅନନ୍ୟ ପ୍ରଦର୍ଶନ
KONARK
ଆରମ୍ଭ ହେଲା ୩୫ତମ କୋଣାର୍କ ଉତ୍ସବ
ଅର୍ଗସ ବ୍ୟୁରୋ: ଆରମ୍ଭ ହେଲା ୩୫ ତମ କୋଣାର୍କ ଉତ୍ସବ । ଭାରତୀୟ ଶାସ୍ତ୍ରୀୟ ନୃତ୍ୟର କମ୍ପିଲା ମୁକ୍ତାକାଶ ରଙ୍ଗମଞ୍ଚ । ପ୍ରତିବର୍ଷ ପରି ଚଳିତବର୍ଷ ଡିସେମ୍ବର ୧ ତାରିଖରୁ
RAIN
ରାଜ୍ୟର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଜାରି
ଅର୍ଗସ ବ୍ୟୁରୋ: ତାମିଲନାଡୁ ମୁହାଁ ହୋଇଥିବା ବାତ୍ୟା ଫେଙ୍ଗଲର ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଲାଗିରହିଛି