ରତ୍ନଭଣ୍ଡାର ଖୋଲିଲେ ସରକାରଙ୍କ ଗୁମର ଖୋଲିବ !
by Argus News
Wed, Nov 29 | 7:40 p.m.

ଅର୍ଗସ ବ୍ୟୁରୋ: ଆଜି କି କାଲି ନୁହେଁ ବରଂ ଅନେକ ଦିନ ହେଲାଣି ରତ୍ନଭଣ୍ଡାରର ଅବସ୍ଥା ଭଲ ନାହିଁ । ଏ କଥା ଆମେ ସମସ୍ତେ ଜାଣନ୍ତି । ହେଲେ ନିଦାବିଷ୍ଣୁ ସାଜିଛନ୍ତି ସରକାର । ପ୍ରତିଟି ଓଡ଼ିଆଙ୍କର ପ୍ରାଣର କେନ୍ଦ୍ର ହେଉଛନ୍ତି ପ୍ରଭୁ ଜଗନ୍ନାଥ । ୨୦୧୮ ମସିହାରୁ ଭିତର ରତ୍ନଭଣ୍ଡାରର ଅବସ୍ଥା ଭଲ ନାହିଁ ବୋଲି କୁହାଗଲାଣି । ଆଉ ଏହାରି ଭିତରେ ୫ ବର୍ଷ ହୋଇଗଲା ପଛେ ଭିତର ରତ୍ନଭଣ୍ଡାର ଖୋଲିବା କଥା ଚିନ୍ତା କରୁନାହାନ୍ତି ସରକାର ।  

ଦଇତାପତିଙ୍କଠୁ ଆରମ୍ଭ କରି ବାଡଗ୍ରାହୀ...ସମସ୍ତଙ୍କର ଗୋଟିଏ ଦାବି ତୁରନ୍ତ ଖୋଲାଯାଉ ରତ୍ନଭଣ୍ଡାର । ହେଲେ କାହା କଥାକୁ କର୍ଣ୍ଣପାତ କରୁନାହାନ୍ତି ସରକାର । ଆଉ ଦିନ ଯେତିକି ଯେତିକି ବଢୁଛି ରତ୍ନଭଣ୍ଡାରର ଅବସ୍ଥା ସେତିକି ସେତିକି ଦୁର୍ବଳ ହେବାରେ ଲାଗିଛି । ବାରମ୍ବାର ଦାବି ପରେ ୨୦୧୮ରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୭ ଜଣିଆ କମିଟି ରତ୍ନଭଣ୍ଡାରର ସ୍ଥିତିକୁ ନେଇ ଯେଉଁ ରିପୋର୍ଟେ ଦେଇଥିଲା ତାହା ଅତି ଗୁରୁତ୍ଵପୂର୍ଣ୍ଣ ଥିଲା । କାରଣ ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଥିଲା କି, ବିମ ଓ ଛାତରେ ଫାଟ ରହିଛି । କାନ୍ଥ ବି ଓଦାଳିଆ ରହିଛି । ହେଲେ ଭିତର ରତ୍ନଭଣ୍ଡାର ମରାମତି ନକରାଯାଇ ବାହାର କାନ୍ଥରେ ଲେଜର ସ୍କାନିଂର ଅର୍ଥ କ'ଣ ? ୩୭ ପଏଣ୍ଟରେ ଲେଜର ସ୍କାନିଂ ହେଲେ ରତ୍ନଭଣ୍ଡାର କଣ ସୁରକ୍ଷିତ ହୋଇପାରିବ ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ପ୍ରତିକ୍ରିୟା ଦେବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି ରାଜ୍ୟ ସରକାର । 

ସେପଟେ ଲେଜର ସ୍କାନିଂ ହେଲେ ଲାଭ କଣ ହେବ ସେନେଇ କାହା ପାଖରେ କିଛି ନିର୍ଦ୍ଧିଷ୍ଟ ଉତ୍ତର ନାହିଁ ବୋଲି ବରିଷ୍ଠ ଦଇତାପତି କହୁଛନ୍ତି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ରତ୍ନଭଣ୍ଡାରକୁ ନେଇ ଅନେକ ଦିନ ହେଲାଣି ବିବାଦ ରହିଛି । କେତେବେଳେ ଚାବି ହଜିଯିବାର କଥା ହେଉ କି ଏବେ ସାପର ଭୟ କଥା ହେଉ । ବାରମ୍ବାର ମିଛ କହି ପ୍ରସଙ୍ଗରୁ ଏଡାଇ ଯିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ହେଲେ ମାମଲା ଯେବେ ଯାଇ ହାଇକୋର୍ଟରେ ପହଞ୍ଚିଲା ସେବେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବାକୁ କହିଲେ ସରକାର । ଯେଉଁଥିରୁ ସ୍ପଷ୍ଟ ହେଲା କି ଜାଣିଶୁଣି ରତ୍ନଭଣ୍ଡାର ଖୋଲୁନଥିଲେ ସରକାର । ତେବେ ସମୟ କହିବ କେବେ ରତ୍ନଭଣ୍ଡାର ସୁରକ୍ଷା କଥା ଚିନ୍ତା କରୁଛନ୍ତି ରାଜ୍ୟ ସରକାର । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ