ବିଜେଡିକୁ ବୁମେରାଙ୍ଗ ହେଲା ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିବା
by Argus News
Thu, Sep 05 | 7:58 p.m.

ଅର୍ଗସ ବ୍ୟୁରୋ: ବିଜେଡିକୁ ବୁମେରାଙ୍ଗ ହେଲା ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିବା । ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଉପରେ ଭାରି ପଡ଼ିଲେ ଶାସକ ଦଳର ବିଧାୟକ । ବିଜେଡ଼ିକୁ ନିଜ କଲା କର୍ମର ଆଇନା ଦେଖାଇ କଲେ କାଉଣ୍ଟର ଆଟାକ୍। ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁଲତବୀ ଆଣି ବିଜେଡି କହିଥିଲା ଆମ ସରକାର ଅମଳରେ ଘଟଣାକୁ ଚପାଇ ଦିଆ ଯାଉନଥିଲା । ମାମଲା ସଂଖ୍ୟା ବଢୁଥିଲା ସତ କିନ୍ତୁ ପୋଲିସ ଉପରେ ଭରସା ଥିଲା। ବର୍ତ୍ତମାନର ସରକାର ବିଜେଡି ଅମଳର ନ୍ୟାୟିକ ପ୍ରକ୍ରିୟାକୁ କାର୍ଯ୍ୟକାରୀ କଲେ ସମସ୍ତଙ୍କୁ ଦେଇପାରିବେ ସୁରକ୍ଷା। ସେହିପରି କଂଗ୍ରେସ ବଢୁଥିବା ଦୁଷ୍କର୍ମ ମାମଲାକୁ ନେଇ ଚିନ୍ତାପ୍ରକଟ କରିବା ସହ   ପଶ୍ଚିମବଙ୍ଗର ଅପରାଜିତା ଭଳି ଶକ୍ତ ଆଇନ ଆଣିବାକୁ କରିଥିଲେ ଦାବି । 

ବିଜେଡିର ମୁଲତବୀ ପ୍ରସ୍ତାବକୁ ଜୋରଦାର କାଉଣ୍ଟର କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । କହିଥିଲେ ବିଜେଡି ଶାସନରେ ଆଇନ ତା ବାଟରେ ଯିବାର ଅର୍ଥ ଥିଲା ଅଭିଯୁକ୍ତ କୁ ସୁରକ୍ଷା ଦେବା କିନ୍ତୁ ବର୍ତ୍ତମାନ ଆଇନ ତା ବାଟରେ ଯିବା ଅର୍ଥ ଅଭିଯୁକ୍ତ ତୁରନ୍ତ ଗିରଫ। ଭୁବନେଶ୍ବର, ବାଲେଶ୍ଵର ଏବଂ ସମ୍ବଲପୁର ଘଟଣାରେ ଏତଲା ହେବା କ୍ଷଣି ତୁରନ୍ତ ଅଭିଯୁକ୍ତକୁ ବନ୍ଧା ଯାଇଛି।  କିନ୍ତୁ ତତ୍କାଳୀନ ସରକାର ଅଭିଯୁକ୍ତ କୁ ସୁରକ୍ଷା ଦେଉଥିଲା। ଏପରିକି ତତକାଳୀନ  ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିଲେ ବି ତାଙ୍କୁ ସୁରକ୍ଷା ଦିଆଯାଇଥିଲା। କୁନ୍ଦୁଲି,ମମିତା,ବେବିନା, ମାଧବିଲତା,ପରି ଭଳି ଘଟଣା ଉଥାପନ କରି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। କ୍ୟାବିନେଟ ମନ୍ତ୍ରୀ ଙ୍କୁ ସୁରକ୍ଷା ଦେଇନ ପାରିବା ପ୍ରସଙ୍ଗ ଉଠାଇ ବିଜେଡିକୁ କରିଥିଲେ ତାତ୍ସଲ୍ୟ। 

ବିଜେଡି ଶାସନରେ ଅପରାଧର ଚିଠା ଖୋଲି ବିରୋଧୀ ଦଳକୁ ସରକାରୀ ପକ୍ଷ କରିଥିଲେ ଯୋରଦାର ଆଟାକ୍। ଫଳରେ ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁଲତବୀ ଆଣି ଫସି ଯାଇଥିଲା ବିଜୁ ଜନତା ଦଳ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଜବାବ ରଖି କହିଥିଲେ ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରୁଛନ୍ତି ସରକାର। ଦୁଷ୍ଠାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉଛି । ସୁରକ୍ଷା ଦେବା ଓ ତୋରିତ ନ୍ୟାୟ ପ୍ରଦାନ ପାଇଁ ସରକାର ସଂକଳ୍ପ ବଦ୍ଧ। 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ