ନିହାରିକା ପ୍ରେମ କାହାଣୀ : ୪ ଅଭିଯୁକ୍ତଙ୍କୁ ଗିରଫ କଲା ଲଷ୍ମୀସାଗର ପୋଲିସ
by Argus News
Fri, Mar 22 | 5:51 p.m.

ଅର୍ଗସ ବ୍ୟୁରୋ : ବହୁଚର୍ଚ୍ଚିତ ଲକ୍ଷ୍ମୀସାଗର ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟା ଘଟଣା । ଆଉ ୪ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକାଙ୍କୁ ଗିରଫ କରିଥିଲା ପୋଲିସ । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା । ତେବେ ୪ ଅଭିଯୁକ୍ତଙ୍କ ଭିତରୁ ଜଣେ ନାବାଳକ ରହିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ସ୍କୁଟି ମଧ୍ୟ ଜବତ ହୋଇଛି । ପୂର୍ବରୁ ମାମଲାର ମୁଖ୍ୟ ଦୁଇ ଅଭିଯୁକ୍ତ, ପିଙ୍କୁ ଓ ନିହାରିକାକୁ ଗିରଫ କରାଯାଇଥିଲା । ଗତ ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ତ୍ରିକୋଣୀୟ ପ୍ରେମକୁ ନେଇ ଅଞ୍ଜନକୁ ହତ୍ୟା କରାଯାଇଥିଲା ।

ସୂଚନା ଅନୁସାରେ, ଚିନ୍ତାମଣିଶ୍ବର ହାଇସ୍କୁଲରେ ନିହାରିକା ଓ ଗୌତମ ପାଠ ପଢୁଥିଲେ । ସେହି ସମୟରେ ନିହାରିକାଙ୍କୁ ଏକତରଫା ପ୍ରେମ କରୁଥିଲେ ଗୌତମ । ଅନେକ ଥର ନିହାରିକାକୁ ସେ ପ୍ରେମ ନିବେଦନ କରୁଥିଲେ । କିନ୍ତୁ ନିହାରିକା ମୁଖ୍ୟ ଅବିଯୁକ୍ତ ପିଙ୍କୁକୁ ପ୍ରେମ କରୁଥିଲେ । ଶେଷରେ ଗୌତମ ବିଷୟରେ ନିହାରିକା ତା’ର ପ୍ରେମିକ ପିଙ୍କୁକୁ ଜଣାଇଥିଲା । ଏଥିରେ ରାଗି ଯାଇ ପିଙ୍କୁ ଗୌତମକୁ ଫୋନ କରି ଭେଟିବାକୁ କହିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ଗୌତମ କାମ ସାରି ଜଟଣୀରୁ ଫେରୁଥିଲା । ତାଙ୍କ ସାଥିରେ ମୃତ ଯୁବକ ଅଞ୍ଜନ ବେହେରା ମଧ୍ୟ ଥିଲେ । ସେହି ସମୟରେ ପିଙ୍କୁ ଓ ନିହାରିକା ସମେତ ଅନ୍ୟ ୪ ଜଣ ଅଭିଯୁକ୍ତ ଗୌତମକୁ ଚିନ୍ତାମଣିଶ୍ବର ରାସ୍ତାରେ ଅଟାଇଥିଲେ । ଏହାପରେ ପିଙ୍କୁ, ନିହାରିକା ଓ ଗୌତମଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଅଞ୍ଜନ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପିଙ୍କୁ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲା । 
 

ତାତି
14m ago
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
24m ago
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର
ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା