ମଦ ମାଫିଆଙ୍କ ସହ ରାଜ୍ୟ ସରକାରଙ୍କ ଲିଙ୍କ
by Argus News
Fri, Dec 08 | 4:46 p.m.

ଅର୍ଗସ ବ୍ୟୁରୋ : ତିନିଦିନ ହେଲାଣି ସରୁନି ଟଙ୍କା ଗଣା । ଆୟକର ବିଭାଗର ସରୁନି ରେଡ୍ କି ସରୁନି ଟଙ୍କା ଗଣା । ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟୀଙ୍କ ଉପରେ ଜାରି ରହିଛି ରେଡ୍ । ଆଉ ଏହି ଚଢ଼ଉ ବେଳେ ଆୟକର ଅଧିକାରୀଙ୍କୁ ତାଜୁବ କରିଛି ଦେଶୀ ଭାଟିରୁ ମିଳିଥିବା ବିଡ଼ା ବିଡ଼ା ନୋଟ୍ । ଦୁଇ ଦିନର ରେଡ୍ ରେ ୨ଶହ କୋଟିରୁ ଅଧିକ ଟଙ୍କା ଜବତ ହେଲାଣି । 

ଓଡ଼ିଶାରେ ଜବତ ୨୦୦ କୋଟି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ବିଟକରି କହିଛନ୍ତି । ଦେଶବାସୀ ଏହି ବିଡା ବିଡା ନୋଟକୁ ଦେଖନ୍ତୁ ଏବଂ ଏମାନଙ୍କ ନେତାଙ୍କ ସଚ୍ଚୋଟତାକୁ ନେଇ ଦେଉଥିବା ଭାଷଣ ଶୁଣନ୍ତୁ ବୋଲି କହିଛନ୍ତି । ଯିଏ ଜନତାକୁ ଲୁଟିଛି, ତାକୁ ସବୁକିଛି ଫେରାଇବାକୁ ପଡ଼ିବ ବୋଲି କହିଛନ୍ତି ମୋଦି ।

 

ଏପଟେ ରାଜ୍ୟରେ ଜାରି ରହିଥିବା ମାରାଥନ ରେଡ଼ ଆଉ ଦେଶୀ ଭାଟିରୁ ମିଳିଥିବା ବିଡ଼ା ବିଡ଼ା ନୋଟକୁ ନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ । କହିଛନ୍ତି, ରାଜ୍ୟର ସମସ୍ତ ମଦ ମାଫିଆଙ୍କ ସହ ରାଜ୍ୟ ସରକାରଙ୍କ ଲିଙ୍କ ରହିଛି । ଶାସକ ଦଳ ଛତ୍ରଛାୟା ତଳେ ରହିଛନ୍ତି ଏହି ସମସ୍ତ ମଦ ମାଫିଆ ମାନେ । ମଦ ମାଫିଆ ମାନଙ୍କ ଠାରି ମିଳୁଥିବା ଟଙ୍କା ୫୦୦ କୋଟିରୁ ଉର୍ଦ୍ଧ ହେବ ବୋଲି କହିଛନ୍ତି ଲେଖାଶ୍ରୀ ।

ରାଜ୍ୟରେ ଲାଗୁ ହେବ
12m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର