ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ମାର୍ଗର ନାମ ପୂର୍ବ ସ୍ଥାନକୁ ଅଣାଯାଉ
by Argus News
Fri, Jun 28 | 2:34 p.m.

ଅର୍ଗସ ବ୍ୟୁରୋ:  ରୀତିଯୁଗର କବି ତଥା ଓଡିଆ ସ୍ୱାଭିମାନ ଏବଂ ଅସ୍ମିତାର ପ୍ରତୀକ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାମରେ ପୂର୍ବରୁ ଭୁବନେଶ୍ୱରର ସତ୍ୟନଗର ରାସ୍ତାର ନାମକରଣ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ପୂର୍ବ ସରକାର ଏହାକୁ ପରିବର୍ତ୍ତନ କରି ମଦର ଟେରେସା ମାର୍ଗ ରଖି ଓଡିଆ ଜାତି ଏବଂ ଏହାର ଭାଷା ସାହିତ୍ୟକୁ ଅପମାନିତ କରିଥିଲେ ଏବଂ କୂଠାରଘାତ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଓଡିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ମୁହଁ ବନ୍ଦ ରଖିଥିବା ସମୟରେ ନୂଆଦିଲ୍ଲୀର ପୁରାତନ ଏବଂ ଏକମାତ୍ର ସାହିତ୍ୟ ଅନୁଷ୍ଠାନ ପଲ୍ଲୀବାଣି ମିଶନ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରିନଥିଲେ।

ଏବେ ରାଜ୍ୟର ନୂଆ ସରକାର ଓଡିଆ ଅସ୍ମିତାକୁ ନେଇ ଯୋତେବେଳେ କ୍ଷମତାକୁ ଆସିଛି, ଏଣୁ ଦିଲ୍ଲୀ ଗସ୍ତରେ ଆସିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପଲ୍ଲୀବାଣୀ ମିଶନ ପକ୍ଷରୁ ଏହାର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ସାକ୍ଷାତ କରି ଦାବି ଜଣାଇଛନ୍ତି ଯେ ପୂର୍ବ ସରକାରଙ୍କ ଭୁଲକୁ ସୁଧାର କରାଯାଇ ଓଡିଆ ଜାତିର ଚିର ନମସ୍ୟ ବିଦଗ୍ଧ କବି ଅଭିମନ୍ୟୁଙ୍କ ନାମରେ ପୂର୍ବରୁ  ରହିଥିବା ସତ୍ୟନଗର ରାସ୍ତାକୁ ମଦର ଟେରେସା ମାର୍ଗ ପରିବର୍ତ୍ତେ ପୁନର୍ବାର ଅଭିମନ୍ୟୁଙ୍କ ନାମରେ ନାମିତ କରାଯାଇ ଏ ଜାତିର ଗୌରବକୁ ଅଘୂର୍ଣ୍ଣ ରଖାଯାଉ। ଏହା ବ୍ୟତିତ ରାଜ୍ୟରେ ଯେପରି ମଦର ବନ୍ୟା ଛୁଟିଛି ତାକୁ ନିୟନ୍ତ୍ରଣ କରାଯାଉ ଏବଂ ଗାଁ ଗହଳିରେ ଯେପରି ମଦ ସହଜଲବ୍ଧ ନହେବ ତାହା ସୁନିଶ୍ଚିତ କରି ଶହ ଶହ ପରିବାର ଉଜୁଡିବାରୁ ରକ୍ଷା କରାଯିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

 

ଭାବବିହ୍ବଳ ହେଲେ
ଭାବବିହ୍ବଳ ହେଲେ ଦ୍ରାବିଡ...କହିଲେ ‘ମନେ ରହିବ ଏ ଟିମ୍‌'
ଅର୍ଗସ ବ୍ୟୁରୋ: ଭାରତୀୟ ଦଳ ବିଶ୍ବ ବିଜେତା ହୋଇ ସାରିଛି। ଭାରତ ଆଜି ଭାରତୀୟ ଦଳକୁ ନେଇ ଗର୍ବିତ। ଦୀର୍ଘ ଦିନର ସ୍ୱପ୍ନ ବି ସାକାର ହୋଇଛି । ଫ୍ୟାନ୍ସ ଖୁସି ଅଛନ୍ତି, ଟିମ୍ ଇଣ୍ଡିଆର ଖେଳାଳ
ଟି-୨୦ ବିଶ୍ୱକପ୍
ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତୀୟ ଟିମ୍ ଉପରେ ଟଙ୍କା ବର୍ଷା
ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇ ଦ୍ୱିତୀୟଥର ପାଇଁ ଇତିହାସ ରଚିଛି । ଫାଇନାଲରେ ଦକ୍ଷିଣ ଅଫ୍ରିକାକୁ ୭ ରନରେ ପରାଜିତ କରିବା ପରେ ଭାରତୀୟ ଦଳକ
ସପ୍ତଶଯ୍ୟା ପାହାଡ଼ରେ
ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ
ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇ ୫ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି। ପାହାଡ଼ ଉପରକୁ ଯାଇ ଆଉ ଫେରିପାରୁନାହାନ୍ତି ଛାତ୍ର ମାନେ। ବାଟ ନ ପାଇବାର